ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା କ୍ଯାଲେଣ୍ଡର୍ ଆପ୍‌ରେ ଇଭେଣ୍ଟ୍ ତିଆରି ଏବଂ ଏଡିଟ୍ କରନ୍ତୁ

ଇଭେଣ୍ଟ୍, ଆପଏଣ୍ଟ୍‌ମେଣ୍ଟ୍ ଏବଂ ମିଟିଂ ତିଆରି ଏବଂ ଏଡିଟ୍ କରିବା ପାଇଁ କ୍ଯାଲେଣ୍ଡର୍ ଆପ୍ ବ୍ଯବହାର କରନ୍ତୁ।

“ଦିନର ଭ୍ଯୁ”ରେ ସେହି ଦିନର ଇଭେଣ୍ଟ୍‌ଗୁଡ଼ିକ ଦର୍ଶାଉଥିବା ଏକ କ୍ଯାଲେଣ୍ଡର୍। “କ୍ଯାଲେଣ୍ଡର୍” ବଟନ୍ ସ୍କ୍ରୀନ୍‌ର ତଳେ ମଝିରେ ଅଛି ଏବଂ “ଇନ୍‌ବକ୍ସ୍” ବଟନ୍ ତଳେ ଡାହାଣ ପଟେ ଅଛି।

Siri: Siri କୁ ପଚାରନ୍ତୁ କିଛି ଏହିପରି, “Set up a meeting with Gordon at 9.”Siri କୁ କିପରି ବ୍ଯବହାର କରିବେ ଜାଣନ୍ତୁ

ଏକ ଇଭେଣ୍ଟ୍ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଥିବା କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଦିନର ଭ୍ଯୁ”ରେ, ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

  3. ଇଭେଣ୍ଟ୍‌ର ଶୀର୍ଷକ ଲେଖନ୍ତୁ।

  4. “ଲୋକେଶନ୍ କିମ୍ୱା ଭିଡିଓ କଲ୍”ରେ ଟାପ୍ କରନ୍ତୁ, ତାପରେ ଏକ ଫିଜିକଲ୍ ଲୋକେଶନ୍ ଲେଖନ୍ତୁ କିମ୍ୱା ଏକ ରିମୋଟ୍ ଇଭେଣ୍ଟ୍ ପାଇଁ ଏକ ଭିଡିଓ ଲିଙ୍କ୍ ଏଣ୍ଟର୍ କରିବାକୁ FaceTime ରେ ଟାପ୍ କରନ୍ତୁ।

    ଆପଣ ତିଆରି କରିଥିବା କିମ୍ବା ପ୍ରାପ୍ତ କରିଥିବା ଏକ FaceTime ଲିଙ୍କ୍‌କୁ ମଧ୍ଯ କପି କରିପାରିବେ ଏବଂ ଏହାକୁ ଲୋକେଶନ୍ ଫିଲ୍ଡ୍‌ରେ ପେଷ୍ଟ୍ କରିପାରିବେ। ଏକ FaceTime କଲ୍ ପାଇଁ ଏକ ଲିଙ୍କ୍ ତିଆରି କରନ୍ତୁ ଦେଖନ୍ତୁ।

  5. ଇଭେଣ୍ଟ୍ ପାଇଁ ଆରମ୍ଭ ଏବଂ ଶେଷ ସମୟ, ଯାତ୍ରା ସମୟ, ଆମନ୍ତ୍ରିତ ବ୍ଯକ୍ତି, ଆଟାଚ୍‌ମେଣ୍ଟ୍ ଇତ୍ୟାଦି ଲେଖନ୍ତୁ। (ଆବଶ୍ଯକ ସ୍ଥଳେ, ମିଟିଂ ସମ୍ବନ୍ଧୀୟ ସମସ୍ତ ସୂଚନା ଲେଖିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ।)

  6. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଏକ “ଆଲର୍ଟ୍” ଯୋଡ଼ନ୍ତୁ

ଏକ ଇଭେଣ୍ଟ୍ ବିଷୟରେ ଆଗୁଆ ମନେପକାଇବା ପାଇଁ ଆପଣ ଏକ ଆଲର୍ଟ୍ ସେଟ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଇଭେଣ୍ଟ୍” ଉପରେ ଟାପ୍ କରନ୍ତୁ, ତା’ପରେ “ଏଡିଟ୍” ଉପରେ ଟାପ୍ କରନ୍ତୁ।

  3. ଇଭେଣ୍ଟ୍ ବିବରଣୀରେ “ଆଲର୍ଟ୍”ରେ ଟାପ୍ କରନ୍ତୁ।

  4. ଆପଣଙ୍କୁ କେତେବେଳେ ମନେପକାଯିବ ବାଛନ୍ତୁ।

    ଉଦାହରଣ ସ୍ୱରୂପ, “ଇଭେଣ୍ଟ୍ ସମୟରେ”, “5 ମିନିଟ୍ ପୂର୍ବରୁ” କିମ୍ବା ଅନ୍ଯ କୌଣସି ବିକଳ୍ପ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଇଭେଣ୍ଟ୍‌ର ଲୋକେଶନ୍ ଠିକଣା ଯୋଡ଼ନ୍ତି, ତେବେ ଆପଣଙ୍କୁ କେତେବେଳେ ବାହାରିବାକୁ ହେବ ତାହା ଜଣାଇବାକୁ କ୍ୟାଲେଣ୍ଡର୍ ଲୋକେଶନ୍, ଟ୍ରାଫିକ୍ ପରିସ୍ଥିତି ଏବଂ ଟ୍ରାଞ୍ଜିଟ୍ ବିକଳ୍ପ ଦେଖିବା ପାଇଁ Apple ମ‍୍ୟାପ୍ ବ୍ୟବହାର କରେ।

  5. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଏକ ଆଟାଚ୍‌ମେଣ୍ଟ୍ ଯୋଡ଼ନ୍ତୁ

ଆମନ୍ତ୍ରିତ ବ୍ଯକ୍ତିମାନଙ୍କ ସହ ଶେୟର୍ କରିବାକୁ ଆପଣ କ୍ଯାଲେଣ୍ଡର୍ ଇଭେଣ୍ଟ୍‌ରେ ଏକ ଆଟାଚ୍‌ମେଣ୍ଟ୍ ଯୋଡ଼ିପାରିବେ।

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଇଭେଣ୍ଟ୍”ରେ ଟାପ୍ କରନ୍ତୁ, ତା’ପରେ ଉପର ଡାହାଣ ପାଖ ଥିବା “ଏଡିଟ୍”ରେ ଟାପ୍ କରନ୍ତୁ।

  3. ଇଭେଣ୍ଟ୍ ବିବରଣୀରେ “ଆଟାଚ୍‌ମେଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. ଆପଣ ଆଟାଚ୍ କରିବାକୁ ଚାହୁଁଥିବା ଫାଇଲ୍ ଖୋଜନ୍ତୁ।

    ଫାଇଲ୍ ଖୋଜିବାକୁ, ଆପଣ ସର୍ଚ୍ଚ୍ ଫିଲ୍ଡ୍‌ରେ ଏହାର ନାମ ଲେଖିପାରିବେ, ସ୍କ୍ରୋଲ୍ କରିପାରିବେ, ସେଗୁଡିକ ଖୋଲିବାକୁ ଫୋଲ୍ଡର୍‌ରେ ଟାପ୍ କରିପାରିବେ, ଅନ୍ୟ ଲୋକେଶନ୍‌ରେ (ଯେପରିକି iCloud Drive) ଦେଖିବାକୁ ବ୍ରାଉଜ୍‌ରେ ଟାପ୍ ଇତ୍ୟାଦି କରିପାରିବେ। ଫାଇଲ୍, ଫୋଲ୍ଡର୍‌ଗୁଡ଼ିକୁ ପରିବର୍ତ୍ତନ କରନ୍ତୁ ଏବଂ ଫାଇଲ୍‌ଗୁଡ଼ିକରେ ଡାଉନ୍‌ଲୋଡ୍ ଖୋଜନ୍ତୁ ଦେଖନ୍ତୁ।

  5. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଆଟାଚ୍‌ମେଣ୍ଟ୍‌କୁ କାଢି଼ବାକୁ, ଇଭେଣ୍ଟ୍‌ରେ ଟାପ୍ କରନ୍ତୁ, ଶୀର୍ଷର ଡାହାଣ ପାଖରେ ଥିବା ଏଡିଟ୍‌ରେ ଟାପ୍ କରନ୍ତୁ, ଆଟାଚ୍‌ମେଣ୍ଟ୍ ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତାପରେ "କାଢ଼ି ଦିଅନ୍ତୁ"ରେ ଟାପ୍ କରନ୍ତୁ।

ଅନ୍ଯ ଆପ୍‌ରେ ଇଭେଣ୍ଟ୍ ଖୋଜନ୍ତୁ

Siri, Mail, ମେସେଜ୍ ଏବଂ Safari ରେ ମିଳିଥିବା ଇଭେଣ୍ଟ୍‌ଗୁଡ଼ିକର ପରାମର୍ଶ ଦେଇପାରେ—ଯେପରିକି ଫ୍ଲାଇଟ୍ ରିଜର୍ଭେଶନ୍ ଏବଂ ହୋଟେଲ୍ ବୁକିଂ—ଯାହାଦ୍ୱାରା ଆପଣ ସେମାନଙ୍କୁ କ୍ୟାଲେଣ୍ଡର୍‌ରେ ସହଜରେ ଯୋଡ଼ିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. Siri ରେ ଟାପ୍ କରନ୍ତୁ, ତା'ପରେ ଆପ୍‌ରେ ଶୋ' ଚାଲୁ କରନ୍ତୁ ଯାହା Siri କୁ ଅନ୍ୟ ଆପ୍‌ରେ ମିଳିଥିବା ଇଭେଣ୍ଟ୍‌ଗୁଡ଼ିକ ସୁପାରିଶ କରିବାକୁ ଅନୁମତି ଦିଏ।

ଆପଣ କ୍ୟାଲେଣ୍ଡର୍ କିପରି ବ୍ୟବହାର କରୁଛନ୍ତି, ତାହା ଆଧାରରେ Siri କୁ ଅନ୍ୟ ଆପ୍‌ରେ ପରାମର୍ଶ କରିବାକୁ ଅନୁମତି ଦେବାକୁ, “ଏହି ଆପ୍‌ରୁ ଜାଣନ୍ତୁ”କୁ ଚାଲୁ କରନ୍ତୁ।

ଏକ ଇଭେଣ୍ଟ୍ କପି କରି ପେଷ୍ଟ୍ କରନ୍ତୁ

ଆପଣ ଏକ ଇଭେଣ୍ଟ୍‌କୁ କପି କରି ଏହାକୁ ଅନ୍ଯ ଏକ ତାରିଖରେ ପେଷ୍ଟ୍ କରିପାରିବେ।

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଇଭେଣ୍ଟ୍‌କୁ ସ୍ପର୍ଶ ଏବଂ ହୋଲ୍ଡ୍ କରନ୍ତୁ, ତା’ପରେ “କପି କରନ୍ତୁ”ରେ ଟାପ୍ କରନ୍ତୁ।

  3. ଅନ୍ଯ ଏକ ତାରିଖରେ, ସେହି ଟାଇମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଯେଉଁଠାରେ ଆପଣ ଇଭେଣ୍ଟ୍‌କୁ ପେଷ୍ଟ୍ କରିବାକୁ ଚାହୁଁଛନ୍ତି।

    ଆପଣ ରୀଲିଜ୍ କଲେ, ନୂଆ ଇଭେଣ୍ଟ୍ ସ୍କ୍ରୀନ୍ ଦେଖାଯାଏ ଏବଂ କପି କରାଯାଇଥିବା ଇଭେଣ୍ଟ୍ “ଶୀର୍ଷକ”ର ତଳେ ଯେଉଁଠାରେ ଆପଣ ଇଭେଣ୍ଟ୍ ପେଷ୍ଟ୍ କରିବାକୁ ଚାହୁଁଛନ୍ତି ସେଠାରେ ତାରିଖ ଏବଂ ଟାଇମ୍ ସହିତ ଦେଖାଯାଏ।

    ଟିପ୍‌: ଆପଣ ଏକ ଇଭେଣ୍ଟ୍ କପି କରିବା ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଯୋଡ଼ନ୍ତୁ” ବଟନ୍ ରେ ମଧ‍୍ୟ ଟାପ୍ କରିପାରିବେ।

  4. ଶୀର୍ଷକ ତଳେ “କପି ହୋଇଥିବା ଇଭେଣ୍ଟ୍”ରେ ଟାପ୍ କରନ୍ତୁ।

  5. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଏକ ଇଭେଣ୍ଟ୍ ଏଡିଟ୍ କରନ୍ତୁ

ଆପଣ ଏକ ଇଭେଣ୍ଟ୍‌ର ଟାଇମ୍ ଏବଂ ଅନ୍ଯ ଯେକୌଣସି ବିବରଣୀ ବଦଳାଇ ପାରିବେ।

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଇଭେଣ୍ଟ୍‌ର ଟାଇମ୍ କିମ୍ବା ଅବଧି ଶୀଘ୍ର ବଦଳାନ୍ତୁ: ଦିନ କିମ୍ବା ସାପ୍ତାହିକ ଭ୍ଯୁରେ, ଇଭେଣ୍ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ଏକ ନୂଆ ଟାଇମ୍‌କୁ ଡ୍ରାଗ୍ କରନ୍ତୁ କିମ୍ବା “ଗ୍ରାବ୍ ପଏଣ୍ଟ୍”କୁ ଆଡ୍‌ଜଷ୍ଟ୍ କରନ୍ତୁ।

    • ଇଭେଣ୍ଟ୍ ବିବରଣୀ ବଦଳାନ୍ତୁ: “ଇଭେଣ୍ଟ୍”ରେ ଟାପ୍ କରନ୍ତୁ, ତା’ପରେ ଶୀର୍ଷ ଡାହାଣ ପାଖରେ ଥିବା “ଏଡିଟ୍ କରନ୍ତୁ” ଉପରେ ଟାପ୍ କରନ୍ତୁ। ଇଭେଣ୍ଟ୍ ବିବରଣୀରେ, ଏହାକୁ ବଦଳାଇବା ପାଇଁ “ସେଟିଂ”ରେ ଟାପ୍ କରନ୍ତୁ କିମ୍ବା ନୂଆ ସୂଚନା ଟାଇପ୍ କରିବା ପାଇଁ ଏକ “ଫିଲ୍ଡ୍”ରେ ଟାପ୍ କରନ୍ତୁ।

ଏକ ଇଭେଣ୍ଟ୍ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଦିନ ଭ୍ଯୁ”ରେ, “ଇଭେଣ୍ଟ୍”ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ତଳେ ଥିବା “ଇଭେଣ୍ଟ୍ ଡିଲିଟ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.