ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ମେସେଜ୍‌ରେ ସର୍ଚ୍ଚ୍ କରନ୍ତୁ

ଫଳାଫଳକୁ ସଂକୁଚିତ କରିବା ପାଇଁ ବିଭିନ୍ନ କ୍ରାଇଟେରିଆ ବ୍ୟବହାର କରି ଆପଣ SMS ଏବଂ ଆଟାଚ୍‌ମେଣ୍ଟ୍ ଖୋଜିପାରିବେ।

ସ୍କ୍ରୀନ୍‌ର ନିମ୍ନରେ ଥିବା ମେସେଜ୍ ଆପ୍‌ରେ ସର୍ଚ୍ଚ ଫିଲ୍ଡ୍। ସର୍ଚ୍ଚ୍ ଫିଲ୍ଡ୍‌ରେ ଜଣେ ବ୍ୟକ୍ତିଙ୍କ ନାମ ରହିଛି ଏବଂ ସର୍ଚ୍ଚ୍ ସହିତ ମେଳ ହେଉଥିବା ଅନେକ ବିକଳ୍ପ ଏହାର ଉପରେ ଦେଖାଯିବ।
  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ବାର୍ତ୍ତାଳାପ ଲିଷ୍ଟ୍‌ର ତଳେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  3. ଆପଣ ଯାହା ଖୋଜୁଛନ୍ତି ତାହା (ଯେପରିକି ଏକ ଶବ୍ଦ କିମ୍ବା ବାକ୍ଯାଂଶ) ଲେଖନ୍ତୁ।

    ମେସେଜ୍ ଆପ୍‌ରେ ସର୍ଚ୍ଚ୍ ଫଳାଫଳ। ସର୍ଚ୍ଚ୍ ଫିଲ୍ଡ୍‌ରେ ଏକ ଟାଗ୍ ଅଛି ଯାହା ସର୍ଚ୍ଚ୍‌କୁ ଜଣେ ବ୍ୟକ୍ତିଙ୍କ ମେସେଜ୍ ପର୍ଯ୍ୟନ୍ତ ସୀମିତ କରିଥାଏ।
  4. ଆପଣଙ୍କ ସର୍ଚ୍ଚ୍ ଫିଲ୍ଟର୍ କରିବାକୁ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଆପଣଙ୍କ ସର୍ଚ୍ଚ୍‌କୁ ଜଣେ ବ୍ଯକ୍ତି କିମ୍ବା ବାର୍ତ୍ତାଳାପ ମଧ୍ଯରେ ସୀମିତ ରଖନ୍ତୁ: ଜଣେ ବ୍ୟକ୍ତିଙ୍କ ନାମ ଟାଇପ୍ କରି ଆରମ୍ଭ କରନ୍ତୁ, “ନିମ୍ନୋକ୍ତ ସହିତ ମେସେଜ୍” କିମ୍ବା “ମେସେଜ୍‌ରେ”ରେ ଟାପ୍ କରନ୍ତୁ, ତା’ପରେ ଅନ୍ୟ କ୍ରାଇଟେରିଆରେ ଟାପ୍ କରନ୍ତୁ ଯାହା ଦେଖାଯାଏ କିମ୍ବା ଆପଣ ଆପଣଙ୍କ ବାର୍ତ୍ତାଳାପରେ ଖୋଜିବାକୁ ଚାହୁଁଥିବା ଯେକୌଣସି ଟେକ୍ସ୍‌ଟ୍ ଯୋଡ଼ନ୍ତୁ।

    • ଆପଣଙ୍କ ସର୍ଚ୍ଚ୍‌କୁ ଶେୟର୍ କରାଯାଇଥିବା ଆଇଟମ୍‌ର ପ୍ରକାରରେ ସୀମିତ କରନ୍ତୁ: ଗୋଟିଏ ସର୍ଚ୍ଚ୍ ଶବ୍ଦ ସହିତ ଆପଣଙ୍କ ସର୍ଚ୍ଚ୍ ଆରମ୍ଭ କରନ୍ତୁ—ଯେପରିକି ଫଟୋ, ଲିଙ୍କ୍, ୱଲେଟ୍ (ପାସ୍ ପାଇଁ)। ଯେତେବେଳେ ସ୍କ୍ରୀନ୍‌ର ଶୀର୍ଷ ନିକଟରେ ଏକ ଫିଲ୍ଟର୍ ଦେଖାଯାଏ, “ସର୍ଚ୍ଚ୍‌କୁ ଫିଲ୍ଟର୍ କରିବାକୁ ଏହା ଯୋଡ଼ନ୍ତୁ”ରେ ଏହାକୁ ଟାପ୍ କରନ୍ତୁ।

    • ସର୍ଚ୍ଚ୍ କ୍ରାଇଟେରିଆ ଏକତ୍ର କରନ୍ତୁ: ଅନ୍ଯ ଏକ ସର୍ଚ୍ଚ୍ ଶବ୍ଦ କିମ୍ବା ଫିଲ୍ଟର୍ ଯୋଡ଼ନ୍ତୁ।

  5. “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏହା ପଢ଼ିବା ପାଇଁ ଫଳାଫଳ ଲିଷ୍ଟ୍‌ରେ ଥିବା ମେସେଜ୍‌ରେ ଟାପ୍ କରନ୍ତୁ।

ସର୍ଚ୍ଚ୍ ଫିଲ୍ଡ୍ ପରାମର୍ଶ ମଧ୍ୟ ଖୋଲେ-ଯେପରିକି ବାର୍ତ୍ତାଳାପ, ଫଟୋ, ଲୋକେଶନ୍, ଲିଙ୍କ୍ ଇତ୍ଯାଦି। ଶୀଘ୍ର ଏକ ବାର୍ତ୍ତାଳାପକୁ ଯିବା ପାଇଁ କୌଣସି ପରାମର୍ଶ ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.