iPhone ରେ ଥିବା Siri ସହାୟତାରେ କଲ୍, ଟେକ୍ସ୍‌ଟ୍ ଏବଂ ଇମେଲ୍ କରନ୍ତୁ

ନିକଟ ଏବଂ ଦୂରବର୍ତ୍ତୀ ବନ୍ଧୁ ଏବଂ ପରିବାର ସହିତ ସଂଯୁକ୍ତ ରହିବା ପାଇଁ ଆପଣ ଫୋନ୍, FaceTime, ମେସେଜ୍ ଏବଂ Mail ଆପ୍ ସହିତ Siri ବ୍ଯବହାର କରିପାରିବେ। ଲୋକେଶନ୍ ସେବା ଚାଲୁ ଥିବା ସମୟରେ, Siri ଆପଣ ପଚାରିବା ସମୟରେ ଆପଣଙ୍କ ସ୍ଥାନ ବିଷୟରେ ମଧ‍୍ୟ ସୂଚନା ପ୍ରଦାନ କରେ।

କଲ୍ କରନ୍ତୁ

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

  • “Call Eliza’s mobile”

  • “Return my last call”

  • “Redial that last number”

  • “FaceTime Mom”

ଚେତାବନୀ: ଡ୍ରାଇଭିଂ ସମୟରେ ଅନ୍ୟମନସ୍କ ହେବା ଏଡ଼ାନ୍ତୁ। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସୂଚନା ଦେଖନ୍ତୁ।

ଟେକ୍ସ୍‌ଟ୍ ମେସେଜ୍ ପଠାନ୍ତୁ, ପଢ଼ନ୍ତୁ ଏବଂ ଉତ୍ତର ଦିଅନ୍ତୁ

ଆପଣ ମେସେଜ୍ ପଠାଇବା, ଆପଣଙ୍କ ଇନ୍‌କମିଂ ଟେକ୍ସ୍‌ଟ୍‌କୁ ଉଚ୍ଚ ସ୍ବରରେ ପଢ଼ିବା ଏବଂ ମେସେଜ୍‌ର ଉତ୍ତର ଦେବା ପାଇଁ Siri କୁ ବ୍ୟବହାର କରିପାରିବେ।

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

  • “ମୟୂରୀକୁ ଏକ ମେସେଜ୍ ପଠାଇ ପଚାରନ୍ତୁ, ଆସନ୍ତାକାଲି କିପରି ରହିବ?”

  • “ଆଣ୍ଟୋନିଓଙ୍କ ଠାରୁ ମୋ ମିଳିଥିବା ଶେଷ ମେସେଜ୍ ପଢ଼ନ୍ତୁ”

  • “ଉତ୍ତର ଦିଅନ୍ତୁ, ଏହା ବହୁତ ଭଲ ଖବର!”

ଏକ ମେସେଜ୍ ଆପଣଙ୍କ ପାଇଁ ପଢ଼ା ସରିବା ଠିକ୍ ପରେ Siri ଏକ ମେସେଜ୍ ପଠାଇବ। ସେଟିଂସ୍ > Siri (କିମ୍ବା Apple Intelligence ଓ Siri) > Siri ସହିତ ମେସେଜିଂକୁ ଯାଆନ୍ତୁ, ତା’ପରେ “ସ୍ବୟଂଚାଳିତ ଭାବରେ ମେସେଜ୍ ପଠାନ୍ତୁ” ଚାଲୁ କରନ୍ତୁ।

ଚେତାବନୀ: ଡ୍ରାଇଭିଂ ସମୟରେ ଅନ୍ୟମନସ୍କ ହେବା ଏଡ଼ାନ୍ତୁ। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସୂଚନା ଦେଖନ୍ତୁ।

Mail ଆପ୍‌ରେ ଇମେଲ୍ ପଢ଼ନ୍ତୁ ଏବଂ ଲେଖନ୍ତୁ

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

  • “Read me my emails”

  • “Email this photo to mom”

  • “Send an email to Ashley”

ଆପଣଙ୍କ କଣ୍ଟାକ୍ଟ୍ ସହିତ କଣ୍ଟେଣ୍ଟ୍ ଶେୟର୍ କରନ୍ତୁ

ଆପଣଙ୍କ କଣ୍ଟାକ୍ଟ୍‌ରେ ଥିବା ଲୋକଙ୍କ ସହିତ ଅନ୍‌ସ୍କ୍ରୀନ୍ ଆଇଟମ୍ ଯେପରିକି ଫଟୋ, ୱେବ୍‌ପେଜ୍, Apple Music କିମ୍ବା Apple Podcast ର ବିଷୟବସ୍ତୁ, ମ୍ଯାପ୍ ଲୋକେଶନ୍ ଇତ୍ଯାଦି ଶେୟର୍ କରିପାରିବେ।

ଉଦାହରଣ ସ୍ୱରୂପ, ଆପଣଙ୍କ ଫଟୋ ଲାଇବ୍ରେରିରେ ଏକ ଫଟୋ ଦେଖିବା ସମୟରେ Siri କୁ ସକ୍ରିୟ କରନ୍ତୁ, ତାପରେ ଫଟୋ ସହିତ ଏକ ନୂଆ ମେସେଜ୍ ତିଆରି କରିବା ପାଇଁ “Send this to mom” ଏହିପରି କିଛି କୁହନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.