iPhone ରେ ଥିବା ଫଟୋରେ ମେମୋରିକୁ ଶେୟର୍ କିମ୍ବା ଡିଲିଟ୍ କରନ୍ତୁ

ଆପଣ ମେମୋରି ମୂଭି ଏବଂ ସେଥିରେ ଦେଖାଯାଉଥିବା ଫଟୋ ଏବଂ ଭିଡିଓକୁ ବନ୍ଧୁ ଏବଂ ପରିବାର ସହିତ ଶେୟର୍ କରିପାରିବେ। ଆପଣ ମେମୋରିକୁ ଡିଲିଟ୍ ମଧ‍୍ୟ କରିପାରିବେ ଏବଂ ଆପଣ କମ୍ ଫୀଚର୍ କରିବାକୁ ଚାହୁଁଥିବା ମେମୋରିର ବିଷୟବସ୍ତୁକୁ ଚିହ୍ନଟ କରିପାରିବେ।

ଏକ ମେମୋରି ମୂଭି ଶେୟର୍ କରନ୍ତୁ

ଆପଣ ଏକ ମେମୋରି ମୂଭିକୁ ବନ୍ଧୁ ଏବଂ ପରିବାର ସହିତ ସିଧାସଳଖ ଭାବରେ ଶେୟର୍ କରିପାରିବେ କିମ୍ବା ଏକାଠି ଏହା ଦେଖିବା ପାଇଁ ଏହାକୁ AirPlay ସହିତ ଚଲାଇପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ମେମୋରି ଚାଲୁଥିବା ସମୟରେ, ସ୍କ୍ରୀନ୍‌ର ଶୀର୍ଷରେ “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • AirDrop, ମେସେଜ୍, କିମ୍ବା Mail ବ୍ଯବହାର କରି ଏକ ମେମୋରି ଶେୟର୍ କରନ୍ତୁ: “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ଶେୟରିଂ ବିକଳ୍ପ ବାଛନ୍ତୁ।

    • AirPlay ବ୍ୟବହାର କରି ଆଖପାଖରେ ଥିବା ଡିଭାଇସ୍‌ରେ ଚଲାନ୍ତୁ: AirPlay ରେ ଟାପ୍ କରନ୍ତୁ, ତା’ପରେ ଏକ ଉପଲବ୍ଧ ଥିବା ଡିଭାଇସ୍ ବାଛନ୍ତୁ।

      ଟିପ୍‌: ଆପଣ AirPlay ରେ ଟାପ୍ କରିବା ପୂର୍ବରୁ, ଲୂପ୍‌ରେ ଟାପ୍ କରନ୍ତୁ, ଯାହା ଦ୍ୱାରା ମେମୋରି ସ୍ୱୟଂଚାଳିତ ଭାବରେ ପୁନଃ ଚାଲୁ ହେବ।

ଏକ ମେମୋରି ସଂଗ୍ରହ ଶେୟର୍ କରନ୍ତୁ

ଆପଣ ଏକ ମେମୋରି ସଂଗ୍ରହରେ ଦେଖାଯାଉଥିବା ସମସ୍ତ ଫଟୋ ଏବଂ ଭିଡିଓ ଶେୟର୍ କରିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ମେମୋରିକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଫଟୋ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

ଏକ ମେମୋରି ସଂଗ୍ରହରେ କେବଳ କିଛି ଫଟୋ ଏବଂ ଭିଡିଓ ଶେୟର୍ କରିବାକୁ, “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ଶେୟର୍ କରିବାକୁ ଚାହୁଁଥିବା ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଏକ ମେମୋରିରେ ଲୋକ, ସ୍ଥାନ କିମ୍ବା ଦିନର ଫୀଚର୍ କମ୍ ଦେଖାନ୍ତୁ

ଆପଣ ନିଜ ମେମୋରି ଏବଂ ଫଟୋ ଆପ୍‌ରେ ଫୀଚର୍ ହୋଇଥିବା ଫଟୋରେ କମ୍ ଦେଖିବାକୁ ଚାହୁଁଥିବା ବିଷୟକୁ ଚିହ୍ନଟ କରିପାରିବେ (ଯେପରିକି ଜଣେ ବ‍୍ୟକ୍ତି, ସ୍ଥାନ କିମ୍ବା ଏକ ନିର୍ଦ୍ଦିଷ୍ଟ ଦିନ)।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏକ ମେମୋରିକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “କମ୍ ଫୀଚର୍”ରେ ଟାପ୍ କରନ୍ତୁ।

  5. ମେମୋରି ଉପରେ ନିର୍ଭର କରି, ନିମ୍ନଲିଖିତ ମଧ୍ଯରୁ ଗୋଟିଏ ଚୟନ କରନ୍ତୁ:

    • ଏହି ଦିନକୁ କମ୍ ଫୀଚର୍‌ କରନ୍ତୁ

    • ଏହି ସ୍ଥାନକୁ କମ୍ ଫୀଚର୍‌ କରନ୍ତୁ

    • ଜଣେ ବ୍ୟକ୍ତିଙ୍କୁ କମ୍ ଫୀଚର୍‌ କରନ୍ତୁ

ରୀସେଟ୍ କରିବାକୁ, ଫଟୋ ଆପ୍ ଖୋଲନ୍ତୁ, ସଂଗ୍ରହରେ ଟାପ୍ କରନ୍ତୁ, ଉପର-ଡାହାଣ କୋଣରେ ଥିବା ଆପଣଙ୍କ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ପ୍ରସ୍ତାବିତ ମେମୋରି ରୀସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ମେମୋରି ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏକ ମେମୋରିକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.