ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ସ୍ବାସ୍ଥ୍ଯ ଆପ୍‌ରୁ ଆପଣଙ୍କ ଔଷଧ ଟ୍ରାକ୍ କରନ୍ତୁ

ଆପଣ ଖାଉଥିବା ଔଷଧ, ଭିଟାମିନ୍ ଏବଂ ସପ୍ଲିମେଣ୍ଟ୍‌କୁ ଟ୍ରାକ୍ ଏବଂ ପରିଚାଳନା କରିପାରିବେ।

Siri: ସମର୍ଥିତ ମଡେଲ୍ ରେ, Siri କୁ ପଚାରନ୍ତୁ କିଛି ଏହିପରି, “Log my 6AM medications as taken” (ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Siri କିପରି ବ୍ଯବହାର କରିବେ ଜାଣନ୍ତୁ

ସ୍ବାସ୍ଥ୍ଯ ଆପ୍‌ରେ ଔଷଧ ସ୍କ୍ରୀନ୍ ଔଷଧ ପାଇଁ ତାରିଖ ଏବଂ ଲଗ୍ ଦେଖାଉଛି।

ଧ‍୍ୟାନ ଦିଅନ୍ତୁ: କେତେକ ଫୀଚର୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ଔଷଧର ଫୀଚର୍ ପେସାଦାର ମେଡିକଲ୍ ପରାମର୍ଶରର ଏକ ବିକଳ୍ପ ନୁହେଁ। ଅତିରିକ୍ତ ସୂଚନା ଆପଣଙ୍କ ଔଷଧର ଲେବଲ୍‌ଗୁଡ଼ିକରେ ଉପଲବ୍ଧ ଅଟେ। ଆପଣଙ୍କ ସ୍ବାସ୍ଥ୍ଯ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ବାସ୍ଥ୍ଯସେବା ପ୍ରଦାନକାରୀଙ୍କ ପରାମର୍ଶ ନିଅନ୍ତୁ।

ଏକ ନୂଆ ଔଷଧ ଯୋଡ଼ନ୍ତୁ ଏବଂ ଶେଡ୍ଯୂଲ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ ଥିବା “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ।

  3. ଏକ ଔଷଧ ଯୋଡ଼ନ୍ତୁ (ଆପଣଙ୍କ ଲିଷ୍ଟ୍ ଆରମ୍ଭ କରିବାକୁ) କିମ୍ବା ଔଷଧ ଯୋଡ଼ନ୍ତୁ (ଆପଣଙ୍କ ଲିଷ୍ଟ୍‌ରେ ଯୋଡ଼ିବାକୁ)ରେ ଟାପ୍ କରନ୍ତୁ।

  4. ଔଷଧ ଚିହ୍ନଟ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ନାମ ଟାଇପ୍ କରନ୍ତୁ: ଟେକ୍ସଟ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ନାମ ଲେଖନ୍ତୁ, ତା’ପରେ “ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

      କେବଳ ଯୁକ୍ତରାଷ୍ଟ୍ର ଆମେରିକା.ରେ, ଆପଣ ଟାଇପ୍ କରିବା ଆରମ୍ଭ କରିବା ସମୟରେ ପରାମର୍ଶ ଦେଖାଯିବ। ଆପଣ ଏକ ପରାମର୍ଶ ଚୟନ କରିପାରିବେ କିମ୍ବା ନାମ ଟାଇପ୍ କରିବା ଶେଷ କରନ୍ତୁ, ତା’ପରେ “ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    • କ୍ଯାମେରା ବ୍ଯବହାର କରନ୍ତୁ: (କେବଳ ଯୁକ୍ତରାଷ୍ଟ୍ର ଆମେରିକା) ଟେକ୍ସ୍‌ଟ୍ ଫିଲ୍ଡ୍ ପାଖରେ ଥିବା କ୍ଯାମେରା ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

      ଯଦି କୌଣସି ମେଳ ମିଳୁନାହିଁ, ତେବେ “ନାମ ଅନୁଯାୟୀ ସର୍ଚ୍ଚ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନାମ ଟାଇପ୍ କରନ୍ତୁ (ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ)।

  5. ନିମ୍ନଲିଖିତ କାର୍ଯ୍ଯ କରନ୍ତୁ:

    • ଔଷଧ ପ୍ରକାର ବାଛନ୍ତୁ: ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “ପରବର୍ତ୍ତୀ”ରେ ଟାପ୍ କରନ୍ତୁ।

    • ଔଷଧର ଶକ୍ତି ବାଛନ୍ତୁ: ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “ପରବର୍ତ୍ତୀ”ରେ ଟାପ୍ କରନ୍ତୁ।

    • ଏକ ଶେଡ୍ଯୂଲ୍ ସେଟ୍ କରନ୍ତୁ: ଆପଣଙ୍କ ଶେଡ୍ଯୂଲ୍ ହୋଇଥିବା ଔଷଧର ଫ୍ରିକ୍ୱେନ୍ସି ଏବଂ ଅବଧି ସେଟ୍ କରିବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ, ତା’ପରେ “ପରବର୍ତ୍ତୀ”ରେ ଟାପ୍ କରନ୍ତୁ।

      “ଆପଣ ଏହାକୁ କେବେ ଗ୍ରହଣ କରିବେ?” ଅଧୀନରେ “ପରିବର୍ତ୍ତନ କରନ୍ତୁ”ରେ ଟାପ୍ କରନ୍ତୁ ଏକ ଭିନ୍ନ ଶେଡ୍ୟୂଲ୍ ପ୍ରକାର ଚୟନ କରିବା ପାଇଁ, ଯେପରିକି ଏକ ସାଇକ୍ଲିକାଲ୍ ଶେଡ୍ୟୂଲ୍‌ରେ କିମ୍ବା ପ୍ରତି କିଛି ଦିନରେ।

    • ଆକୃତି ବାଛନ୍ତୁ (ଇଚ୍ଛାଧୀନ): ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “ପରବର୍ତ୍ତୀ”ରେ ଟାପ୍ କରନ୍ତୁ।

    • ରଙ୍ଗ ବାଛନ୍ତୁ (ଇଚ୍ଛାଧୀନ): ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “ପରବର୍ତ୍ତୀ”ରେ ଟାପ୍ କରନ୍ତୁ।

  6. ସମ୍ପୂର୍ଣ୍ଣ ହେବା ହେବା ପରେ, “ସମାପ୍ତ ହୋଇଛି”ରେ ଟାପ୍ କରନ୍ତୁ।

ଫଲୋ ଅପ୍ ରିମାଇଣ୍ଡର୍ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ୍ ଚାଲୁ କରନ୍ତୁ

ଯଦି ଆପଣ ଏକ ଔଷଧ ଶେଡ୍ଯୂଲ୍ ସେଟ୍ କରନ୍ତି, ତେବେ ଆପଣ ସ୍ୱାସ୍ଥ୍ୟ ଆପ୍‌ରୁ ନୋଟିଫିକେଶନ୍ ପ୍ରାପ୍ତ କରନ୍ତି ଯାହା ଆପଣଙ୍କୁ ଔଷଧ ଲଗ୍ କରିବାକୁ ମନେ ପକାଇଥାଏ। କୌଣସି ଔଷଧ ଶେଡ୍ଯୂଲ୍ ହୋଇଥିବା ସମୟର 30 ମିନିଟ୍ ପରେ ମଧ୍ଯ ଲଗ୍ ହୋଇନଥିଲେ ତେବେ ଆପଣ ଫଲୋ-ଅପ୍ ରିମାଇଣ୍ଡର୍ ପ୍ରାପ୍ତ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ ଥିବା “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ର ନିମ୍ନରେ ଥିବା “ବିକଳ୍ପ”ରେ ଟାପ୍ କରନ୍ତୁ, ତା’ପରେ “ଫଲୋ ଅପ୍ ରିମାଇଣ୍ଡର୍” ଚାଲୁ କରନ୍ତୁ।

    ଆପଣ ଫଲୋ ଅପ୍ ରିମାଇଣ୍ଡର୍ ଚାଲୁ କରିଥିବା ସମୟରେ, ଆପଣ ନିଜ ପ୍ରତ୍ଯେକ ଔଷଧ ପାଇଁ “ଗୁରୁତ୍ୱପୂର୍ଣ୍ଣ ଆଲର୍ଟ୍” ମଧ୍ଯ ଚାଲୁ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଆଲର୍ଟ୍‌ଗୁଡ଼ିକ ଲକ୍ ସ୍କ୍ରୀନ୍‌ରେ ଦେଖାଯିବ ଏବଂ ଏକ ସାଉଣ୍ଡ୍ ପ୍ଲେ ହେବ (ଏକ ଫୋକସ୍ ଅନ୍ ଥିଲେ କିମ୍ବା iPhone ମ୍ଯୁଟ୍ ଥିଲେ ମଧ୍ଯ)।

  4. “ଗୁରୁତ୍ବପୂର୍ଣ୍ଣ ଆଲର୍ଟ୍”ରେ ଟାପ୍ କରନ୍ତୁ, ଏକ ଔଷଧ ପାଖରେ ଥିବା ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ “ଅନୁମତି ଦିଅନ୍ତୁ”ରେ ଟାପ୍ କରନ୍ତୁ।

    ଗୁରୁତ୍ବପୂର୍ଣ୍ଣ ଆଲର୍ଟ୍‌କୁ ବନ୍ଦ କରିବା ପାଇଁ, ସେଟିଂସ୍  > ଆପ୍ > ସ୍ବାସ୍ଥ୍ଯ > ନୋଟିଫିକେଶନ୍‌କୁ ଯାଆନ୍ତୁ, ତା’ପରେ ଗୁରୁତ୍ବପୂର୍ଣ୍ଣ ଆଲର୍ଟ୍ ପାଖରେ ଥିବା ବଟନ୍‌ରେ କ୍ଲିକ୍ କରନ୍ତୁ।

ଏକ ଔଷଧ ପାଇଁ ଶେଡ୍ଯୂଲ୍‌ରେ ପରିବର୍ତ୍ତନ କରନ୍ତୁ କିମ୍ବା ଅନ୍ଯ ସୂଚନା ଅପ୍‌ଡେଟ୍ କରନ୍ତୁ

ଔଷଧ ପାଇଁ ଶେଡ୍ଯୂଲ୍ ପରିବର୍ତ୍ତନ କରିବାକୁ ସ୍ବାସ୍ଥ୍ଯ ଆପ୍‌ରେ ଔଷଧ ସ୍କ୍ରୀନ୍ ବିକଳ୍ପଗୁଡ଼ିକ ଦେଖାଉଛି।
  1. ଆପଣଙ୍କ iPhone ରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ ଥିବା “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ।

  3. ଆପଣଙ୍କ ଔଷଧକୁ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଏକ ଔଷଧ ପାଇଁ ଶେଡ୍ଯୂଲ୍ ପରିବର୍ତ୍ତନ କରନ୍ତୁ: ଔଷଧରେ ଟାପ୍ କରନ୍ତୁ, ଶେଡ୍ଯୂଲ୍ କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ, “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ପରେ ଏହାକୁ ପରିବର୍ତ୍ତନ କରିବା ପାଇଁ ଏକ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

    • ଔଷଧ ପାଇଁ ଆଇକନ୍, ଡାକନାମ କିମ୍ବା ନୋଟ୍ ପରିବର୍ତ୍ତନ କରନ୍ତୁ: ଔଷଧରେ ଟାପ୍ କରନ୍ତୁ, ବିବରଣୀକୁ ତଳକୁ ସ୍କ୍ରୋଲ୍ କରନ୍ତୁ, ଆଇକନ୍ ପରିବର୍ତ୍ତନ କରିବା ପାଇଁ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ କିମ୍ବା କୌଣସି ଗୋଟିଏ ଟେକ୍ସ୍‌ଟ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ନିଜ ପରିବର୍ତ୍ତନ କରନ୍ତୁ।

    • ଆପଣଙ୍କ ଲିଷ୍ଟ୍‌କୁ ପୁଣି କ୍ରମରେ ସଜାନ୍ତୁ: ଆପଣଙ୍କ ଔଷଧର ଲିଷ୍ଟ୍ ଉପରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ଏକ ଔଷଧ ପାଇଁ “ପୁଣି କ୍ରମରେ ସଜାନ୍ତୁ” ବଟନ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ଏକ ନୂଆ ଅବସ୍ଥିତିକୁ ଡ୍ରାଗ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

    • ଔଷଧ ଆର୍କାଇଭ୍ କରନ୍ତୁ: ଆପଣଙ୍କ ଔଷଧର ଲିଷ୍ଟ୍‌ରେ ଏହାର ନାମ ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଆର୍କାଇଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଆପଣଙ୍କ ଔଷଧ ଲିଷ୍ଟ୍‌ରେ ଏକ ଆର୍କାଇଭ୍ ହୋଇଥିବା ଔଷଧକୁ ପୁଣି ଦେଖାନ୍ତୁ: ଆପଣଙ୍କ ଔଷଧର ଲିଷ୍ଟ୍ ଉପରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଔଷଧ ନାମ ପାଖରେ ଥିବା “ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ। ଆପଣ ପୂର୍ବରୁ ସେଟ୍ କରିଥିବା କୌଣସି ଶେଡ୍ଯୂଲ୍ ସଂରକ୍ଷିତ କରାଯାଇ ନାହଁ।

    • ଔଷଧ ଡିଲିଟ୍ କରନ୍ତୁ: ଔଷଧରେ ଟାପ୍ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ଔଷଧ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଆପଣ ଔଷଧ ଖାଇବା ବିଷୟରେ ନୋଟିଫିକେଶନ୍ କିପରି ପାଇବେ ତାହା ପରିବର୍ତ୍ତନ କରନ୍ତୁ: ଦେଖନ୍ତୁ ଏବଂ ନୋଟିଫିକେଶନ୍‌ଗୁଡ଼ିକର ଉତ୍ତର ଦିଅନ୍ତୁ ଏବଂ ନୋଟିଫିକେଶନ୍ ସେଟିଂସ୍‌ରେ ପରିବର୍ତ୍ତନ କରନ୍ତୁ

ଆପଣ ଏକ ଔଷଧ ଖାଇବା ସମୟରେ ଲଗ୍ କରନ୍ତୁ

ଆପଣ ଯେକୌଣସି ସମୟରେ ଶେଡ୍ଯୂଲ୍ ହୋଇଥିବା କିମ୍ବା ହୋଇନଥିବା ଔଷଧକୁ ଲଗ୍ କରିପାରିବେ। ଆପଣ ସ୍ବାସ୍ଥ୍ଯ ଆପ୍‌ରେ ତିଆରି କରିଥିବା ଶେଡ୍ୟୂଲ୍ ଆଧାରରେ ଆପଣଙ୍କ ଔଷଧ ଲଗ୍ କରିବାର ସମୟ ଆସିଲେ ଆପଣଙ୍କ iPhone ଆପଣଙ୍କୁ ଡିଫଲ୍ଟ୍ ଭାବରେ ମନେ ପକାଇଦେବ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ସ୍ବାସ୍ଥ୍ଯ ଆପ୍ ଡେଟା ସମସ୍ତ ଡିଭାଇସ୍‌ରେ ସିଙ୍କ୍ କରିବା ପାଇଁ, ନିଶ୍ଚିତ କରନ୍ତୁ ଯେ ସେଗୁଡ଼ିକ ସମାନ Apple ଆକାଉଣ୍ଟ୍ ସହିତ ସାଇନ୍ ଇନ୍ ହୋଇଛି, ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ଅଛି ଏବଂ ନବୀନତମ OS ଭର୍ଶନ୍‌କୁ ଅପ୍‌ଡେଟ୍ ହୋଇଛି।

ସ୍ବାସ୍ଥ୍ଯ ଆପ୍‌ରେ “ଔଷଧ ସ୍କ୍ରୀନ୍” ଔଷଧର ଏକ ଲଗ୍ ଦେଖାଉଛି।
  1. ଆପଣଙ୍କ iPhoneରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ ଥିବା “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ର ଶୀର୍ଷରେ ଏକ ଦିନ ଚୟନ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣ ଏକ ଶେଡୂଲ୍ଯ ହୋଇଥିବା ଔଷଧ ଖାଇଛନ୍ତି କି ନାହିଁ ଲଗ୍ କରନ୍ତୁ: ଲଗ୍ ତଳେ ଲିଷ୍ଟ୍‌ରେ ଥିବା ଔଷଧର ନାମରେ ଟାପ୍ କରନ୍ତୁ, ତା'ପରେ ଔଷଧ ତଳେ, “ଖାଇଛନ୍ତି” କିମ୍ୱା “ସ୍କିପ୍ ହୋଇଛି”ରେ ଟାପ୍ କରନ୍ତୁ।

    • ଏକ ଶେଡୂଲ୍ଯ ହୋଇଥିବା ଔଷଧ ଲଗ୍ କରନ୍ତୁ: ଲଗ୍ ତଳେ ଲିଷ୍ଟ୍‌ରେ “ଆବଶ୍ଯକ ଅନୁଯାୟୀ ଔଷଧ”ରେ ଟାପ୍ କରନ୍ତୁ, ଲଗ୍ କରନ୍ତୁ, ତା’ପରେ ଔଷଧ ତଳେ “ଖାଇଛନ୍ତି”ରେ ଟାପ୍ କରନ୍ତୁ।

  5. ସମ୍ପୂର୍ଣ୍ଣ ହେବା ହେବା ପରେ, “ସମାପ୍ତ ହୋଇଛି”ରେ ଟାପ୍ କରନ୍ତୁ।

ଟିପ୍‌: ଯେତେବେଳେ ଆପଣ ଏକ ଶେଡୂଲ୍ଯ ହୋଇଥିବା ଔଷଧ ଲଗ୍ କରିବା ପାଇଁ ଏକ ନୋଟିଫିକେଶନ୍ ପ୍ରାପ୍ତ କରନ୍ତି, ନୋଟିଫିକେଶନ୍ ଦବାଇ ହୋଲ୍ଡ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ଆପଣଙ୍କ ଔଷଧ ଖାଇଥିବାର ହିଷ୍ଟ୍ରି ସମୀକ୍ଷା କରିବା ପାଇଁ, ନିମ୍ନ ଡାହାଣ ପାର୍ଶ୍ବରେ “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ଔଷଧରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ (ଆପଣଙ୍କ ଔଷଧ ଲିଷ୍ଟ୍‌ରେ)।

ଆପଣଙ୍କ ଔଷଧ ଲିଷ୍ଟ୍ ଶେୟର୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଜଣେ ପ୍ରିୟଜନଙ୍କ ସହ ଆପଣଙ୍କ ଲିଷ୍ଟ୍ (କିମ୍ବା କେବଳ ନିର୍ଦ୍ଦିଷ୍ଟ ଔଷଧ) ଶେୟର୍ କରନ୍ତୁ: ସ୍ବାସ୍ଥ୍ଯ ଆପ୍‌ରେ ଆପଣଙ୍କ ଡେଟା ଶେୟର୍ କରନ୍ତୁ ଦେଖନ୍ତୁ।

      ଟିପ୍‌: ଶେୟର୍ କରିବା ଆରମ୍ଭ କରିବା ପରେ ଯଦି ଆପଣ ଏକ ନୂଆ ଔଷଧ ଯୋଡ଼ନ୍ତି, ତେବେ ଏହାକୁ ଆପଣଙ୍କ ଶେୟର୍ ହୋଇଥିବା ଲିଷ୍ଟ୍‌ରେ ଯୋଡ଼ନ୍ତୁ।

    • PDF ଭାବରେ ଆପଣଙ୍କ ଲିଷ୍ଟ୍ ଶେୟର୍ କରନ୍ତୁ: ନିମ୍ନ ଡାହାଣ ପାର୍ଶ୍ବରେ “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ଔଷଧରେ ଟାପ୍ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, “PDF ଏକ୍ସ୍‌ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.