iPhone ର ୱଲେଟ୍‌ରେ ଡିଜିଟଲ୍ କୀ’ ବ‍୍ୟବହାର କରନ୍ତୁ

ୱଲେଟ୍ ଆପ୍  ରେ ଆପଣ ନିଜ ଘର, ହୋଟେଲ୍ ରୂମ୍, କାର୍ ଏବଂ ସ୍କୂଟର୍ ପାଇଁ ଡିଜିଟଲ୍ କୀ’ ଷ୍ଟୋର୍ କରିପାରିବେ। ଆପଣ ନିଜ ଦ୍ବାର କିମ୍ବା ଗାଡ଼ି ପାଖରେ ପହଞ୍ଚିଲେ iPhone ସ୍ବୟଂଚାଳିତ ଭାବରେ ସଠିକ୍ କୀ’ ଦିଏ, ଯାହା ଆପଣଙ୍କୁ ନିଅର୍ ଫୀଲ୍ଡ୍ କମ‍୍ୟୂନିକେଶନ୍ (NFC) ବ୍ଯବହାର କରି କେବଳ ଏକ ଟାପ୍ ସାହାଯ‍୍ୟରେ ଆକ୍ସେସ୍ ପ୍ରଦାନ କରିଥାଏ।

ୱଲେଟ୍ ଆପ୍‌ରେ ଏକ ଘର କୀ’।

ଆପଣଙ୍କ ଘର ଅନ୍‌ଲକ୍ କରନ୍ତୁ

ଏକ ସୁସଙ୍ଗତ ସ୍ମାର୍ଟ୍ ଲକ୍ ଏବଂ ୱଲେଟ୍‌ରେ ଥିବା ଏକ ଘର କୀ’ ସାହାଯ୍ୟରେ, ଆପଣ ନିଜ iPhone କିମ୍ବା Apple Watch ରେ କେବଳ ଟାପ୍ କରି ଆପଣଙ୍କ ଡୋର୍ ଅନ୍‌ଲକ୍ କରିପାରିବେ।

iPhone କିମ୍ବା Apple Watch ରେ ଥିବା ଏକ ଘର କୀ’ ସାହାଯ‍୍ୟରେ ଆପଣଙ୍କ ଡୋର୍ ଅନ୍‌ଲକ୍ କରନ୍ତୁ” ଦେଖନ୍ତୁ।

ଆପଣଙ୍କ ଆପାର୍ଟ୍‌ମେଣ୍ଟ୍ ବିଲ୍ଡିଂ କିମ୍ବା କଣ୍ଡୋମିନିୟମ୍‌କୁ ଆକ୍ସେସ୍ କରନ୍ତୁ

ଆପଣଙ୍କ iPhone କିମ୍ବା Apple Watch ରେ ଆପଣଙ୍କ ଆପାର୍ଟ୍‌ମେଣ୍ଟ୍ ବିଲ୍ଡିଂ, କଣ୍ଡୋମିନିୟମ୍ କିମ୍ବା ଅନ୍ୟ ଶେୟର୍ ହୋଇଥିବା ଲିଭିଂ ସ୍ପେସ୍ ପାଇଁ ଏକ ରେସିଡେଣ୍ଟ୍ କୀ’ ଯୋଡ଼ିବାକୁ ଆପଣଙ୍କ ପ୍ରପର୍ଟି କମ୍ପାନିର ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Apple ସହାୟତା ଆର୍ଟିକଲ୍ ”iPhone କିମ୍ବା Apple Watch ରେ Apple ୱଲେଟ୍‌ରେ ଏକ ରେସିଡେଣ୍ଟ୍ କୀ’ ଯୋଡ଼ନ୍ତୁ” ଦେଖନ୍ତୁ।

ଆପଣଙ୍କ ହୋଟେଲ୍ ରୂମ୍ ଅନ୍‌ଲକ୍ କରନ୍ତୁ

ଅଂଶଗ୍ରହଣକାରୀ ହୋଟେଲ୍‌ରେ, ଆପଣ ହୋଟେଲ୍ ପ୍ରୋଭାଇଡର୍‌ଙ୍କ ଆପ୍‌ରୁ Apple ୱଲେଟ୍‌ରେ ନିଜ ରୂମ୍ କୀ’ ଯୋଡ଼ିପାରିବେ, ଲବି ଭିତରକୁ ନ ଯାଇ ଚେକ୍ ଇନ୍ କରିପାରିବେ ଏବଂ ଆପଣଙ୍କ ରୂମ୍ ଅନ୍‌ଲକ୍ କରିବା ପାଇଁ iPhone କିମ୍ବା Apple Watch ବ‍୍ୟବହାର କରିପାରିବେ।

Apple ସହାୟତା ଆର୍ଟିକଲ୍ ”ଆପଣଙ୍କ iPhone ରେ ଥିବା Apple ୱଲେଟ୍‌ରେ ଏକ ହୋଟେଲ୍ ରୂମ୍ କୀ’ ଯୋଡ଼ନ୍ତୁ” ଦେଖନ୍ତୁ।

ଆପଣଙ୍କ କାର୍ ଅନ୍‌ଲକ୍ କରି ଷ୍ଟାର୍ଟ୍ କରନ୍ତୁ

Apple ୱଲେଟ୍‌ରେ ଏକ ଡିଜିଟଲ୍ କାର୍ କୀ’ ସାହାଯ‍୍ୟରେ ଆପଣ iPhone କିମ୍ବା Apple Watch ବ୍ଯବହାର କରି ଆପଣଙ୍କ ସୁସଙ୍ଗତ କାର୍‌କୁ ଲକ୍, ଅନ୍‌ଲକ୍ ଓ ଷ୍ଟାର୍ଟ୍ କରିପାରିବେ।

Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone କିମ୍ବା Apple Watchରେ Apple ୱଲେଟ୍‌ରେ ଆପଣଙ୍କ କାର୍ କୀ’ ଯୋଡ଼ନ୍ତୁ ଦେଖନ୍ତୁ।

ଆପଣଙ୍କ ସ୍କୂଟର୍ ଅନ୍‌ଲକ୍ କରି ଷ୍ଟାର୍ଟ୍ କରନ୍ତୁ

Apple ୱଲେଟ୍‌ରେ ଏକ ଡିଜିଟଲ୍ ସ୍କୂଟର୍ କୀ’ ସାହାଯ‍୍ୟରେ, ଆପଣ iPhone କିମ୍ବା Apple Watch ବ‍୍ୟବହାର କରି ଆପଣଙ୍କ ସୁସଙ୍ଗତ ସ୍କୂଟର୍‌କୁ ଲକ୍, ଅନ୍‌ଲକ୍ ଓ ଷ୍ଟାର୍ଟ୍ କରିପାରିବେ।

Apple ସହାୟତା ଆର୍ଟିକଲ୍ ”ଆପଣଙ୍କ iPhone କିମ୍ବା Apple Watch ରେ ଥିବା ୱଲେଟ୍ ଆପ୍‌ରେ ଆପଣଙ୍କ ସ୍କୂଟର୍ କୀ’ ଯୋଡ଼ନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.