ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସ୍କ୍ରୀନ୍‌ରେ ଜୂମ୍ ଇନ୍ କରନ୍ତୁ

ଅନେକ ଆପ୍‌ରେ, ଆପଣ ନିର୍ଦ୍ଦିଷ୍ଟ ଆଇଟମ୍‌କୁ ଜୂମ୍ ଇନ୍ କିମ୍ବା ଆଉଟ୍ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ଫଟୋଗୁଡ଼ିକରେ ନିକଟତର ଦେଖାଯିବା ପାଇଁ ଡବଲ୍-ଟାପ୍ କିମ୍ବା ପିଞ୍ଚ୍ କରିପାରିବେ କିମ୍ବା Safari ରେ ୱେବ୍ ପେଜ୍ କଲମ୍‌ଗୁଡ଼ିକୁ ସମ୍ପ୍ରସାରିତ କରିପାରିବେ। ଆପଣ ଯାହା ବି କରନ୍ତୁ ନା କାହିଁକି, ଆପଣ ସ୍କ୍ରୀନ୍‌କୁ ବଡ଼ କରିବା ପାଇଁ ଜୂମ୍ ଫୀଚର୍ ମଧ୍ଯ ବ୍ଯବହାର କରିପାରିବେ। ଆପଣ ସମ୍ପୂର୍ଣ୍ଣ ସ୍କ୍ରୀନ୍ (ଫୁଲ୍ ସ୍କ୍ରୀନ୍ ଜୂମ୍)କୁ ବଡ଼ କରିପାରିବେ କିମ୍ବା ରିସାଇକଲ୍ କରିହେଉଥିବା ଲେନ୍ସ୍ (ୱିଣ୍ଡୋ ଜୂମ୍) ସହିତ ସ୍କ୍ରୀନ୍‌ର କେବଳ ଗୋଟିଏ ଅଂଶକୁ ବଡ଼ କରିପାରିବେ। ଏବଂ, ଆପଣ VoiceOver ସହିତ ଏକାଠି ଜୂମ୍ ବ୍ଯବହାର କରିପାରିବେ।

ସ୍କ୍ରୀନ୍‌ର ଏକ ଅଂଶରେ ଜୂମ୍ ଇନ୍ ହୋଇଥିବା ୱିଣ୍ଡୋ ସହିତ ହୋମ୍ ସ୍କ୍ରୀନ୍ ଦେଖାଉଥିବା ଏକ iPhone।

ଜୂମ୍ ସେଟ୍ ଅପ୍ କରନ୍ତୁ

  1. ସେଟିଂସ୍  > ଆକ୍ସେସିବିଲିଟି > ଜୂମ୍‌କୁ ଯାଆନ୍ତୁ ଏବଂ ତା’ପରେ ଜୂମ୍ ଚାଲୁ କରନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍ କରନ୍ତୁ:

    • ଫୋକସ୍ ଫଲୋ କରନ୍ତୁ: ଆପଣଙ୍କ ଚୟନ, ଟେକ୍ସ୍‌ଟ୍ ଇନ୍‌ସର୍ଶନ୍ ପଏଣ୍ଟ୍ ଏବଂ ଟାଇପ୍ କରିବାକୁ ଟ୍ରାକ୍ କରନ୍ତୁ।

    • ସ୍ମାର୍ଟ୍ ଟାଇପିଂ: କୀ’ବୋର୍ଡ୍ ଦେଖାଯିବା ସମୟରେ “ୱିଣ୍ଡୋ ଜୂମ୍”କୁ ସ୍ୱିଚ୍ କରନ୍ତୁ।

    • କୀ’ବୋର୍ଡ ଶର୍ଟକଟ୍: ଏକ ବାହ୍ଯ କୀ’ବୋର୍ଡ୍‌ରେ ଶର୍ଟ୍‌କଟ୍ ବ୍ଯବହାର କରି ଜୂମ୍‌କୁ କଣ୍ଟ୍ରୋଲ୍ କରନ୍ତୁ।

    • ଜୂମ୍ କଣ୍ଟ୍ରୋଲର୍: କଣ୍ଟ୍ରୋଲର୍ ଚାଲୁ କରନ୍ତୁ, କଣ୍ଟ୍ରୋଲର୍ ଆକ୍ସନ୍ ସେଟ୍ କରନ୍ତୁ ଏବଂ ରଙ୍ଗ ଓ ଅପାରଦର୍ଶିତା ଆଡ୍‌ଜଷ୍ଟ୍ କରନ୍ତୁ।

    • ଜୂମ୍ ଅଞ୍ଚଳ: ଫୁଲ୍ ସ୍କ୍ରୀନ୍ ଜୂମ୍ କିମ୍ବା ୱିଣ୍ଡୋ ଜୂମ୍ ବାଛନ୍ତୁ।

    • ଜୂମ୍ ଫିଲ୍ଟର୍: “କିଛି ନାହିଁ”, “ଓଲଟା”, “ଗ୍ରେ’ସ୍କେଲ୍”, “ଓଲଟା ଗ୍ରେ’ସ୍କେଲ୍” କିମ୍ବା “କମ୍ ଆଲୋକ” ବାଛନ୍ତୁ।

    • ସର୍ବାଧିକ ଜୂମ୍ ସ୍ତର: ସ୍ତର ଆଡ୍‌ଜଷ୍ଟ୍ କରିବା ପାଇଁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

  3. ଯଦି ଆପଣ ଏକ ପଏଣ୍ଟର୍ ଡିଭାଇସ୍ ସହିତ iPhone ବ୍ୟବହାର କରନ୍ତି, ତେବେ ନିମ୍ନରେ ପଏଣ୍ଟର୍ କଣ୍ଟ୍ରୋଲ୍ ସେଟ୍ କରିପାରିବେ:

    • ଜୂମ୍ ପ୍ଯାନ୍: ପଏଣ୍ଟର୍ ସହିତ ସ୍କ୍ରୀନ୍ ଇମେଜ୍ କିପରି ଗତି କରେ ତାହା ସେଟ୍ କରିବାକୁ “ଜାରି ରଖନ୍ତୁ” “କେନ୍ଦ୍ରୀତ” କିମ୍ବା “ଧାରଗୁଡ଼ିକ”କୁ ବାଛନ୍ତୁ।

    • ଜୂମ୍ ସହିତ ସାଇଜ୍ ଆଡ୍‌ଜଷ୍ଟ୍ କରନ୍ତୁ: ଜୂମ୍ ସାହାଯ୍ୟରେ ପଏଣ୍ଟର୍‌କୁ ସ୍କେଲ୍ କରିବାକୁ ଅନୁମତି ଦିଅନ୍ତୁ।

  4. ଆକ୍ସେସିବିଲିଟି ଶର୍ଟକଟ୍‌ରେ ଜୂମ୍ ଯୋଡିବାକୁ, ସେଟିଂସ୍ > ଆକ୍ସେସିବିଲିଟି > ଆକ୍ସେସିବିଲିଟି ଶର୍ଟକଟ୍‌କୁ ଯାଆନ୍ତୁ, ତା’ପରେ ଜୂମ୍ ଉପରେ ଟାପ୍ କରନ୍ତୁ।

ଜୂମ୍ ବ୍ଯବହାର କରନ୍ତୁ

  1. ଜୂମ୍ ଚାଲୁ କରିବା ପାଇଁ ତିନୋଟି ଆଙ୍ଗୁଠିରେ ସ୍କ୍ରୀନ୍‌କୁ ଡବଲ୍ ଟାପ୍ କରନ୍ତୁ କିମ୍ବା ଆକ୍ସେସିବିଲିଟି ଶର୍ଟ୍‌କଟ୍ ବ୍ୟବହାର କରନ୍ତୁ।

  2. ଅଧିକ ସ୍କ୍ରୀନ୍ ଦେଖିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ମାଗ୍ନିଫିକେଶନ୍ ଆଡ୍‌ଜଷ୍ଟ୍ କରନ୍ତୁ: ତିନୋଟି ଆଙ୍ଗୁଠିରେ ସ୍କ୍ରୀନ୍‌କୁ ଡବଲ୍-ଟାପ୍ କରନ୍ତୁ (ସେକେଣ୍ଡ୍ ଥର ଟାପ୍ କରିବା ପରେ ଆପଣଙ୍କ ଆଙ୍ଗୁଠିକୁ ନ ଉଠାଇ), ତା’ପରେ ଉପରକୁ କିମ୍ବା ତଳକୁ ଡ୍ରାଗ୍ କରନ୍ତୁ। କିମ୍ବା ତିନୋଟି ଆଙ୍ଗୁଠିରେ ତିନି ଥର-ଟାପ୍ କରନ୍ତୁ, ତା’ପରେ ଜୂମ୍ ଲେଭଲ୍ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

    • ଜୂମ୍ ଲେନ୍ସ୍ ମୂଭ୍ କରନ୍ତୁ: (ୱିଣ୍ଡୋ ଜୂମ୍) ଜୂମ୍ ଲେନ୍ସ୍‌ର ତଳେ ଥିବା ହ୍ୟାଣ୍ଡେଲ୍‌କୁ ଡ୍ରାଗ୍ କରନ୍ତୁ।

    • ଅନ୍ୟ ଏକ ଅଞ୍ଚଳରେ ପ୍ଯାନ୍ କରନ୍ତୁ: (ଫୁଲ୍ ସ୍କ୍ରୀନ୍ ଜୂମ୍) ତିନୋଟି ଆଙ୍ଗୁଠିରେ ସ୍କ୍ରୀନ୍‌କୁ ଡ୍ରାଗ୍ କରନ୍ତୁ।

  3. ଜୂମ୍ ମେନ୍ଯୂରେ ସେଟିଂସ୍ ଆଡ୍‌ଜଷ୍ଟ୍ କରିବାକୁ, ତିନୋଟି ଆଙ୍ଗୁଠିରେ ଟ୍ରିପଲ୍-ଟାପ୍ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍ କରନ୍ତୁ:

    • ଅଞ୍ଚଳ ବାଛନ୍ତୁ: ଫୁଲ୍ ସ୍କ୍ରୀନ୍ ଜୂମ୍ କିମ୍ବା ୱିଣ୍ଡୋ ଜୂମ୍ ବାଛନ୍ତୁ।

    • ଲେନ୍ସ୍‌କୁ ରିସାଇଜ୍ କରନ୍ତୁ: (ୱିଣ୍ଡୋ ଜୂମ୍) ରିସାଇଜ୍ ଲେନ୍ସ୍‌ରେ ଟାପ୍ କରନ୍ତୁ, ତା’ପରେ ଦେଖାଯାଉଥିବା ଯେକୌଣସି ଗୋଲାକାର ହ୍ଯାଣ୍ଡେଲ୍‌କୁ ଡ୍ରାଗ୍ କରନ୍ତୁ।

    • ଫିଲ୍ଟର୍ ବାଛନ୍ତୁ: ଇନ୍‌ଭର୍ଟେଡ୍, ଗ୍ରେସ୍କେଲ୍, ଗ୍ରେସ୍କେଲ୍ ଇନ୍‌ଭର୍ଟେଡ୍ କିମ୍ବା ଲୋ ଲାଇଟ୍ ବାଛନ୍ତୁ।

    • କଣ୍ଟ୍ରୋଲର୍ ଦେଖାନ୍ତୁ: ଜୂମ୍ କଣ୍ଟ୍ରୋଲର୍ ଦେଖାନ୍ତୁ।

  4. ଜୂମ୍ କଣ୍ଟ୍ରୋଲର୍ ବ୍ଯବହାର କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଜୂମ୍ ମେନ୍ୟୁ ଦେଖାନ୍ତୁ: କଣ୍ଟ୍ରୋଲର୍‌ରେ ଟାପ୍ କରନ୍ତୁ।

    • ଜୂମ୍ ଇନ୍ କିମ୍ବା ଆଉଟ୍ କରନ୍ତୁ: କଣ୍ଟ୍ରୋଲର୍‌ରେ ଡବଲ୍-ଟାପ୍ କରନ୍ତୁ।

    • ପ୍ଯାନ୍: ଜୂମ୍ ଇନ୍ କରିବା ସମୟରେ, କଣ୍ଟ୍ରୋଲର୍‌କୁ ଡ୍ରାଗ୍ କରନ୍ତୁ।

Magic କୀ’ବୋର୍ଡ୍ ସହିତ ଜୂମ୍ ବ୍ଯବହାର କରିବା ସମୟରେ, ଜୂମ୍ କ୍ଷେତ୍ର ଇନ୍‌ସର୍ଶନ୍ ପଏଣ୍ଟ୍‌କୁ ଅନୁସରଣ କରିଥାଏ, ଏହାକୁ ସ୍କ୍ରୀନ୍ ମଝିରେ ରଖିଥାଏ। iPhone ସହିତ Magic Keyboard ପେୟର୍ କରନ୍ତୁ ଦେଖନ୍ତୁ।

ଜୂମ୍ ବନ୍ଦ କରିବାକୁ, ତିନୋଟି ଆଙ୍ଗୁଠିରେ ସ୍କ୍ରୀନ୍‌ରେ ଡବଲ୍-ଟାପ୍ କରନ୍ତୁ କିମ୍ବା ଆକ୍ସେସିବିଲିଟି ଶର୍ଟ୍‌କଟ୍ ବ୍ଯବହାର କରନ୍ତୁ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.