iPad ରେ Apple Games ଆପ୍ ସହିତ ଆରମ୍ଭ କରନ୍ତୁ

ଆପଣ ଉପଭୋଗ କରୁଥିବା ଗେମ୍‌ ଏବଂ ଆପଣ ଯେଉଁ ବନ୍ଧୁମାନଙ୍କ ସହିତ ଖେଳନ୍ତି ସେମାନଙ୍କ ପାଇଁ Apple Games ଆପ୍ ହେଉଛି ଆପଣଙ୍କର କେନ୍ଦ୍ରୀୟ ହବ୍। Apple Games ଆପଣଙ୍କ ଗେମ୍ ଲାଇବ୍ରେରି, ଆପଣଙ୍କ ଗେମ୍ ଓ ବନ୍ଧୁଙ୍କ ଆକ୍ଟିଭିଟି ଏବଂ ପର୍ସନଲାଇଜ୍ ହୋଇଥିବା ସୁପାରିଶକୁ ଗୋଟିଏ ସୁବିଧାଜନକ ସ୍ଥାନରେ ଏକତ୍ର କରିଥାଏ।

ଉଭୟ Game Center ଏବଂ App Store ରେ ସମାନ Apple ଆକାଉଣ୍ଟ୍‌କୁ ସାଇନ୍ ଇନ୍ କରନ୍ତୁ, ତା’ପରେ Apple Games ଆପ୍ ବ‍୍ୟବହାର କରି ଆପଣ ଖେଳୁଥିବା ଗେମ୍‌ରେ କ’ଣ ନୂଆ ଅଛି ତାହାର ଟ୍ରାକ୍ ରଖନ୍ତୁ, ନୂଆ ଗେମ୍ ଡିସ୍କଭର୍‌ କରନ୍ତୁ ଏବଂ ବନ୍ଧୁଙ୍କ ସହ ସଂଯୁକ୍ତ ରୁହନ୍ତୁ।

ନୂଆ ଗେମ୍ ଡିସ୍କଭର୍ କରନ୍ତୁ

ଆପଣଙ୍କ ପ୍ରାଥମିକତା ଅନୁସାରେ ସୁପାରିଶ ଖୋଜନ୍ତୁ ଏବଂ ଆପଣଙ୍କ ବନ୍ଧୁମାନେ କେଉଁ ଗେମ୍ ଖେଳୁଛନ୍ତି ଦେଖନ୍ତୁ। “ହୋମ୍”ରେ ଟାପ୍ କରନ୍ତୁ, ତା’ପରେ ଅଧିକ ଜାଣିବା ପାଇଁ ଏକ ଗେମ୍‌ରେ ଟାପ୍ କରନ୍ତୁ, ଏହାକୁ ଡାଉନ୍‌ଲୋଡ୍‌ କରନ୍ତୁ କିମ୍ବା ଯଦି ଆପଣ ଏହାକୁ ପୂର୍ବରୁ ଇନ୍‌ଷ୍ଟଲ୍‌ କରିସାରିଛନ୍ତି ତେବେ ଆରମ୍ଭ କରନ୍ତୁ।

ବନ୍ଧୁଙ୍କ ସହିତ ଖେଳନ୍ତୁ

ବନ୍ଧୁ କିମ୍ୱା ସାରା ବିଶ୍ୱର ଖେଳାଳିଙ୍କ ସହ ଖେଳନ୍ତୁ ଏବଂ ପ୍ରତିଯୋଗିତା କରନ୍ତୁ। ବନ୍ଧୁରେ ଟାପ୍ କରନ୍ତୁ, ତା’ପରେ “ଆପଣଙ୍କ ବନ୍ଧୁମାନଙ୍କୁ ଚ‍୍ୟାଲେଞ୍ଜ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ ପ୍ରୋଫାଇଲ୍ ଏବଂ ଉପଲବ୍ଧି ଦେଖନ୍ତୁ

ଆପଣଙ୍କ Game Center ଉପଲବ୍ଧି, ବନ୍ଧୁଙ୍କ ଲିଷ୍ଟ୍ ଏବଂ ଆକ୍ଟିଭିଟି ଦେଖିବା ପାଇଁ ସ୍କ୍ରୀନ୍‌ର କୋଣରେ ଥିବା ଆପଣଙ୍କ “ଅବତାର”ରେ ଟାପ୍ କରନ୍ତୁ। ଆପଣ ନିଜ ଡାକନାମ ଏବଂ ଅବତାରକୁ ମଧ୍ଯ କଷ୍ଟମାଇଜ୍ କରିପାରିବେ।

ଆପଣଙ୍କ ଲାଇବ୍ରେରି ପରିଚାଳନା କରନ୍ତୁ

ଆପଣଙ୍କ ଡାଉନ୍‌ଲୋଡ୍‌ ହୋଇଥିବା ଗେମ୍ ଆକ୍ସେସ୍ କରିବା, ଉପଲବ୍ଧି ଟ୍ରାକ୍ କରିବା ଏବଂ ଆପଣଙ୍କ ସଂଗ୍ରହକୁ ଫିଲ୍ଟର୍ କରିବା ପାଇଁ ଲାଇବ୍ରେରିରେ ଟାପ୍ କରନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.