ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iCloud ସହାୟତାରେ ଆପଣଙ୍କ ଫଟୋ ଏବଂ ଭିଡିଓର ବ‍୍ୟାକ୍‌ଅପ୍ ନିଅନ୍ତୁ ଏବଂ ସିଙ୍କ୍ କରନ୍ତୁ

iCloudରେ ଆପଣଙ୍କ ଫଟୋ ଏବଂ ଭିଡିଓଗୁଡ଼ିକୁ ସୁରକ୍ଷିତ ଭାବରେ ଷ୍ଟୋର୍ ରଖିବାକୁ ଆପଣ iCloud ଫଟୋ ବ୍ୟବହାର କରିପାରିବେ। ଯଦି ଆପଣ ନିଜ ସମସ୍ତ ଡିଭାଇସ୍‌ରେ iCloud ଫଟୋଗୁଡ଼ିକ ଚାଲୁ କରନ୍ତି, ତେବେ ଆପଣ ଯେକୌଣସି ଡିଭାଇସ୍‌ରେ ଥିବା iPadରେ ଉଠାଇଥିବା ଫଟୋ ଏବଂ ଭିଡିଓଗୁଡ଼ିକ ଦେଖିପାରିବେ। ଆପଣ ଏକ ୱେବ୍ ବ୍ରାଉଜର୍‌ରେ ଆପଣଙ୍କ iCloud ଫଟୋ ଏବଂ ଭିଡିଓ ମଧ୍ୟ ଆକ୍ସେସ୍ କରିପାରିବେ।

iCloud ଫଟୋ ଚାଲୁ ଥିବା ସମୟରେ ଆପଣ ଉଠାଉଥିବା ଫଟୋ ଏବଂ ଭିଡିଓଗୁଡ଼ିକ ସ୍ୱୟଂଚାଳିତ ଭାବରେ ଅପ୍‌ଲୋଡ୍ ହୁଏ ଏବଂ ସେଗୁଡ଼ିକର ମୂଳ ଫର୍ମାଟ୍‌ରେ ପୂର୍ଣ୍ଣ ରିଜୋଲ୍ୟୁଶନ୍‌ରେ ଷ୍ଟୋର୍ ହୁଏ। ଗୋଟିଏ ଡିଭାଇସ୍‌ରେ ଆପଣ ନିଜ ଫଟୋ ସଂଗ୍ରହରେ କରିଥିବା ଯେକୌଣସି ପରିବର୍ତ୍ତନ ଆପଣଙ୍କ ଅନ୍ୟ ଡିଭାଇସ୍‌ରେ ମଧ୍ୟ ପ୍ରତିଫଳିତ ହୋଇଥାଏ।

ଧ‍୍ୟାନ ଦିଅନ୍ତୁ: ଆପଣ ସମାନ Apple ଆକାଉଣ୍ଟ୍‌ ସହିତ ନିଜର ସମସ୍ତ ଡିଭାଇସ୍‌ରେ ସାଇନ୍ ଇନ୍ କରିଥିବା ନିଶ୍ଚିତ କରନ୍ତୁ ଏବଂ ଆପଣଙ୍କ ଡିଭାଇସ୍‌ଗୁଡ଼ିକ ଏହି ସର୍ବନିମ୍ନ ସିଷ୍ଟମ୍ ଆବଶ୍ୟକତା ପୂରଣ କରେ: iOS 8.3, iPadOS 13.1, macOS 10.10.3 କିମ୍ୱା ପରବର୍ତ୍ତୀ ଭର୍ଶନ୍ କିମ୍ବା Windows 7.x କିମ୍ବା ପରବର୍ତ୍ତୀ ଭର୍ଶନ୍‌ ପାଇଁ iCloud ସହ ଏକ Windows ଡିଭାଇସ୍।

ଅଧିକ ଜାଣିବାକୁ, ଆପଣଙ୍କ ସମସ୍ତ ଡିଭାଇସ୍‌ରେ iCloud ଫଟୋ ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।

iCloud ଫଟୋ ଚାଲୁ କରନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ iCloud ରେ ଟାପ୍ କରନ୍ତୁ।

  3. ଫଟୋରେ ଟାପ୍‌ କରନ୍ତୁ, ତା’ପରେ “ଏହି iPad ସିଙ୍କ୍ କରନ୍ତୁ” ଚାଲୁ କରନ୍ତୁ।

iCloud ସ୍ୱୟଂଚାଳିତ ଭାବରେ iCloudକୁ ଆପଣ ନେଉଥିବା ପ୍ରତ୍ୟେକ ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍ କରେ, ଯାହାଫଳରେ ଆପଣଙ୍କ ଫଟୋଗୁଡ଼ିକ ବ୍ୟାକ୍ ଅପ୍ ଏବଂ ସିଙ୍କ୍ ହୋଇଥାାଏ ଏବଂ ଆପଣ ଯେକୌଣସି ଡିଭାଇସ୍‌ରୁ ଯେକୌଣସି ସମୟରେ ଆପଣଙ୍କ ଲାଇବ୍ରେରିକୁ ଆକ୍ସେସ୍‌ କରିପାରିବେ।

ଆପଣଙ୍କ ଫଟୋ ଏବଂ ଭିଡିଓ iCloud ରେ ବ୍ଯାକ୍‌ଅପ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ

iCloud ଫଟୋ ଆପଣଙ୍କ ଫଟୋଗୁଡ଼ିକୁ iCloudରେ ସିଙ୍କ୍ କରୁଥିବା ଆପଣ ଯାଞ୍ଚ କରିପାରିବେ, ଯାହା ଦ୍ୱାରା ଯଦି ଆପଣଙ୍କ iPad ସହ କିଛି ଦୁର୍ଘଟଣା ଘଟିଥାଏ ତେବେ ଆପଣଙ୍କ ପାଖରେ କପିଗୁଡ଼ିକ ରହିପାରିବ। ଯଦି ସିଙ୍କ୍ ପଜ୍ ହୋଇଛି, ତେବ ଏହାର ଅର୍ଥ ହେଉଛି ଆପଣଙ୍କ ଫଟୋଗୁଡ଼ିକ iCloudକୁ ବ୍ଯାକ୍ଅପ୍ ହେଉନାହିଁ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ସ୍କ୍ରୀନର ଶୀର୍ଷ-ଡାହାଣ କୋଣରେ, ଆପଣ ନିଜ ସିଙ୍କିଂ ସ୍ଥିତିର ପ୍ରୀଭ୍ଯୂ ଦେଖିପାରିବେ। ଆପଣ ନିମ୍ନୋକ୍ତ ମଧ୍ଯରୁ ଯେକୌଣସି ଗୋଟିଏ ଦେଖିପାରିବେ:

    • ହଳଦିଆ ବ୍ଯାଜ୍: iCloud ସିଙ୍କ୍ ହେବା ପଜ୍ ହୋଇଛି। ବିବରଣୀ ଦେଖିବା ପାଇଁ ଆପଣଙ୍କ ଆକାଉଣ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

    • ହଳଦିଆ ଚେତାବନୀ ଆଇକନ୍: ଆପଣଙ୍କ iCloud ଷ୍ଟୋରେଜ୍ ପ୍ରାୟ ପୂର୍ଣ୍ଣ ହୋଇଛି। ବିବରଣୀ ଦେଖିବା ପାଇଁ ଆପଣଙ୍କ ଆକାଉଣ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

    • ଲାଲ୍ ବିସ୍ମୟସୂଚକ ଚିହ୍ନ: ଆପଣଙ୍କ iCloud ଷ୍ଟୋରେଜ୍ ପୂର୍ଣ୍ଣ ହୋଇଛି। “ଅଧିକ iCloud ଷ୍ଟୋରେଜ୍ ପ୍ରାପ୍ତ କରନ୍ତୁ” ଦେଖନ୍ତୁ।

    • ନୀଳ ବ୍ଯାଜ୍: ଆପଣଙ୍କ ପାଖରେ ଶେୟର୍ କରାଯାଇଥିବା ଲାଇବ୍ରେରି କିମ୍ବା ଶେୟର୍ ହୋଇଥିବା ଆଲ୍‌ବମ୍‌ରୁ ନୋଟିଫିକେଶନ୍ ଅଛି। ବିବରଣୀ ଦେଖିବା ପାଇଁ ଆପଣଙ୍କ ଆକାଉଣ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

    • ଆପଣଙ୍କ ଆକାଉଣ୍ଟ୍ ଆଇକନ୍ ଚାରିପାଖରେ ଆଂଶିକ ଭାବରେ ପୂରଣ ହୋଇଥିବା ନୀଳ ବୃତ୍ତ: iCloudରେ ଫଟୋ ସକ୍ରିୟ ଭାବରେ ଅପ୍‌ଲୋଡ୍ ହେଉଛି। ବିବରଣୀ ଦେଖିବା ପାଇଁ ଆପଣଙ୍କ ଆକାଉଣ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

    • ଆପଣଙ୍କ ଆକାଉଣ୍ଟ୍ ଆଇକନ୍ ଚାରିପାଖରେ ଆଂଶିକ ଭାବରେ ପୂରଣ ହୋଇଥିବା ଧୂସର ଆଉଟ୍‌ଲାଇନ୍: ଅପ୍‌ଲୋଡ୍ ପଜ୍ ହୋଇଛି। ବିବରଣୀ ଦେଖିବା ପାଇଁ ଆପଣଙ୍କ ଆକାଉଣ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

  4. ଅଧିକ ବିବରଣୀ ଦେଖିବା ପାଇଁ ଆପଣଙ୍କ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ। ଆପଣଙ୍କ ଶେଷ ଥର ପାଇଁ କେବେ iPadକୁ iCloud ସହିତ ସିଙ୍କ୍ କରିଥିଲେ ତାହା ଆକାଉଣ୍ଟ୍‌ ପ୍ରୋଫାଇଲ୍ ତଳେ ଦେଖାଯାଏ।

ଆପଣଙ୍କ iPad ରେ ଅପ୍ଟିମାଇଜ୍ ଷ୍ଟୋରେଜ୍ ବନ୍ଦ କରନ୍ତୁ

ଆପଣଙ୍କ iPadରେ ଷ୍ଟୋରେଜ୍ ସ୍ପେସ୍‌ ସର୍ବାଧିକ ଉପଯୋଗ କରିବାରେ iCloud ଫଟୋ ଆପଣଙ୍କୁ ସହାୟତା କରିପାରେ। “iPad ଷ୍ଟୋରେଜ୍ ଅପ୍ଟିମାଇଜ୍ କରନ୍ତୁ” ଚାଲୁ ଥିଲେ, ଆପଣଙ୍କର ସମସ୍ତ ପୂର୍ଣ୍ଣ‑ରିଜୋଲ୍ୟୁଶନ୍ ଫଟୋ ଓ ଭିଡିଓର ଷ୍ଟୋରେଜ୍-ସେଭିଂ ଭର୍ଶନ୍‌ ଆପଣଙ୍କ iPadରେ ରଖାଯିବା ସହିତ ସେଗୁଡ଼ିକ ନିଜର ମୂଳ ଫର୍ମାଟ୍‌ରେ iCloudରେ ଷ୍ଟୋର୍ ହୋଇଥାଏ। “iPad ଷ୍ଟୋରେଜ୍ ଅପ୍ଟିମାଇଜ୍‌” ଡିଫଲ୍ଟ୍ ଭାବରେ ଚାଲୁ ହୋଇଛି, କିନ୍ତୁ ଆପଣ ଏହାକୁ ବନ୍ଦ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ iCloud ରେ ଟାପ୍ କରନ୍ତୁ।

  3. ଫଟୋରେ ଟାପ୍‌ କରନ୍ତୁ, ତା’ପରେ ଡାଉନ୍‌ଲୋଡ୍‌ କରନ୍ତୁ ଏବଂ ଅରିଜିନଲ୍‌ ରଖନ୍ତୁରେ ଟାପ୍‌ କରନ୍ତୁ।

ଅଧିକ iCloud ଷ୍ଟୋରେଜ୍ ପ୍ରାପ୍ତ କରନ୍ତୁ

ଆପଣଙ୍କ ଦ୍ବାରା ଅପଲୋଡ୍ ହୋଇଥିବା ଫଟୋ ଏବଂ ଭିଡିଓଗୁଡ଼ିକ ଆପଣଙ୍କ ଷ୍ଟୋରେଜ୍ ପ୍ଲାନ୍‌ଠାରୁ ଅଧିକ ହେଲେ ଆପଣ ଅଧିକ ଷ୍ଟୋରେଜ୍ ଏବଂ ଅତିରିକ୍ତ ଫୀଚର୍‌ ପାଇଁ iCloud+କୁ ଅପ୍‌ଗ୍ରେଡ୍ କରିପାରିବେ। iCloud+କୁ ସବ୍‌ସ୍କ୍ରାଇବ୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.