ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ସହ ବାହ୍ଯ ଷ୍ଟୋରେଜ୍ ଡିଭାଇସ୍ ସଂଯୋଗ କରନ୍ତୁ

ଆପଣଙ୍କ iPad ସହିତ ସଂଯୁକ୍ତ ହୋଇଥିବା USB ଡ୍ରାଇଭ୍ ଏବଂ SD କାର୍ଡ୍‌ ପରି ବାହ୍ଯ ଡିଭାଇସ୍‌ରେ ଷ୍ଟୋର୍ ହୋଇଥିବା ଫାଇଲ୍ ଆକ୍ସେସ୍ କରିବା ପାଇଁ ଆପଣ ଫାଇଲ୍ ଆପ୍ ଏବଂ ଅନ୍ଯ ସମର୍ଥିତ ଆପ୍ ବ୍ଯବହାର କରିପାରିବେ।

USB ଡ୍ରାଇଭ୍ କିମ୍ବା SD କାର୍ଡ୍ ରୀଡର୍ ସଂଯୋଗ କରନ୍ତୁ

  1. ଏକ ସୁସଙ୍ଗତ କନେକ୍ଟର୍ କିମ୍ବା ଆଡାପ୍ଟର୍ ବ୍ଯବହାର କରି ଆପଣଙ୍କ iPadରେ ଚାର୍ଜିଂ ପୋର୍ଟ୍‌ରେ USB ଡ୍ରାଇଭ୍ କିମ୍ବା SD କାର୍ଡ୍ ରୀଡର୍ ଆଟାଚ୍ କରନ୍ତୁ।

    ଆପଣଙ୍କର iPad ମଡେଲ୍ ଏବଂ ବାହ୍ୟ ଡିଭାଇସ୍ ଉପରେ ନିର୍ଭର କରି, ଆପଣଙ୍କୁ USB କ୍ଯାମେରା ଆଡାପ୍ଟର୍ ପାଇଁ Lightning, USB 3 କ୍ଯାମେରା ଆଡାପ୍ଟର୍ ପାଇଁ Lightning, SD କାର୍ଡ୍ ରିଡର୍ ପାଇଁ USB-C, କିମ୍ବା SD କାର୍ଡ୍ କ୍ଯାମେରା ରିଡର୍ ପାଇଁ Lightning (ସବୁକିଛି ଅଲଗା ବିକ୍ରି ହେଉଥିବା)ର ଆବଶ୍ଯକତା ପଡ଼ିପାରେ।

    Thunderbolt / USB 4କୁ ସମର୍ଥନ କରୁଥିବା ମଡେଲ୍ରେ ଆପଣ ଏକାଧିକ USB ଡ୍ରାଇଭ୍ ଏବଂ ଅନ୍ଯ Thunderbolt ଡିଭାଇସ୍‌ଗୁଡ଼ିକୁ ପରସ୍ପର ସହିତ ସଂଯୋଗ କରିପାରିବେ ଏବଂ ତା’ପରେ ନିଜ iPadରେ ଥିବା ଚାର୍ଜିଂ ପୋର୍ଟ୍‌ ସହିତ ଡିଭାଇସ୍‌ଗୁଡ଼ିକର ଚେନ୍ ସଂଯୋଗ କରିପାରିବେ।

    ଧ‍୍ୟାନ ଦିଅନ୍ତୁ: ଏକ ବାହ୍ଯ ଷ୍ଟୋରେଜ୍ ଡିଭାଇସ୍‌ରେ କେବଳ ଗୋଟିଏ ଡେଟା ପାର୍ଟିଶନ୍‌ ରହିବା ଆବଶ୍ଯକ ଏବଂ ଏହା APFS, APFS (ଏନ୍‌କ୍ରିପ୍ଟ୍ ହୋଇଥିବା), macOS ଏକ୍ସ୍‌ଟେଣ୍ଡେଡ୍ (HFS +), exFAT (FAT64), FAT32 କିମ୍ବା FAT ଭାବରେ ଫର୍ମାଟ୍ ହୋଇଥିବା ଆବଶ୍ଯକ। ଏକ ଷ୍ଟୋରେଜ୍ ଡିଭାଇସ୍‌ର ଫର୍ମାଟ୍‌ ପରିବର୍ତ୍ତନ କରିବା ପାଇଁ iPad କିମ୍ବା Mac କିମ୍ବା PCରେ ଫାଇଲ୍ ଆପ୍ ବ୍ୟବହାର କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • SD ମେମୋରି କାର୍ଡ୍‌କୁ ଏକ କାର୍ଡ୍ ରୀଡର୍‌ରେ ଇନ୍‌ସର୍ଟ୍‌ କରନ୍ତୁ: ରୀଡର୍‌ରେ ଥିବା ସ୍ଲଟ୍ ଭିତରେ ବଳପୂର୍ବକ କାର୍ଡ୍‌ ଭର୍ତ୍ତି କରନ୍ତୁ ନାହିଁ; ଏହା କେବଳ ଗୋଟିଏ ଉପାୟରେ ଫିଟ୍ ହୁଏ।

      ଧ‍୍ୟାନ ଦିଅନ୍ତୁ: ଆପଣ ମେମୋରି କାର୍ଡ୍‌ରୁ ସିଧାସଳଖ ଫଟୋ ଆପ୍‌କୁ ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍ କରିପାରିବେ। iPadରେ ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍‌ ଏବଂ ଏକ୍ସ୍‌ପୋର୍ଟ୍‌ କରନ୍ତୁ ଦେଖନ୍ତୁ।

    • ଡ୍ରାଇଭ୍ କିମ୍ବା ମେମୋରି କାର୍ଡ୍‌ର କଣ୍ଟେଣ୍ଟ୍ ଦେଖନ୍ତୁ: ଏକ ସମର୍ଥିତ ଆପ୍‌ରେ (ଉଦାହରଣ ସ୍ୱରୂପ, ଫାଇଲ୍), ସ୍କ୍ରୀନ୍‌ ତଳେ ବ୍ରାଉଜ୍‌ରେ ଟାପ୍‌ କରନ୍ତୁ, ତା’ପରେ ଲୋକେଶନ୍ ତଳେ ଥିବା ଡିଭାଇସ୍ ନାମରେ ଟାପ୍‌ କରନ୍ତୁ। ଯଦି ଆପଣ ଲୋକେଶନ୍ ଦେଖୁନାହାନ୍ତି, ତେବେ ସ୍କ୍ରୀନ୍‌ ତଳେ ପୁନର୍ବାର ବ୍ରାଉଜ୍‌ରେ ଟାପ୍‌ କରନ୍ତୁ।

    • ଡ୍ରାଇଭ୍ କିମ୍ବା କାର୍ଡ୍ ରୀଡର୍ ସଂଯୋଗ ବିଛିନ୍ନ କରନ୍ତୁ: iPadରେ ଚାର୍ଜିଂ ପୋର୍ଟ୍‌ରୁ ଏହାକୁ କାଢ଼ନ୍ତୁ।

iPad ସହିତ ବ୍ଯବହାର କରିବା ସମୟରେ ବାହ୍ଯ ହାର୍ଡ୍ ଡ୍ରାଇଭ୍‌ ପ୍ରାୟତଃ ଏକ ବାହ୍ଯ ଶକ୍ତି ଉତ୍ସ ଆବଶ୍ଯକ କରେ। Thunderbolt / USB 4କୁ ସମର୍ଥନ କରୁଥିବା ମଡେଲ୍ରେ ଯଦି ଏକ ବାହ୍ୟ ହାର୍ଡ୍ ଡ୍ରାଇଭ୍ ନିଜର ପାୱର୍ ଯୋଗାଇ ନଥାଏ, ତେବେ ଆପଣ ଏକ ପାୱର୍‌ ସହ ସଂଯୁକ୍ତ USB ହବ୍ ବ୍ଯବହାର କରିପାରିବେ। ଯଦି ଆପଣଙ୍କ iPadରେ Lightning କନେକ୍ଟର୍ ଅଛି, ତେବେ ଆପଣ ଏକ USB ପାୱର୍ ଆଡାପ୍ଟର୍ ସହିତ ସଂଯୁକ୍ତ USB 3 କ୍ଯାମେରା ଆଡାପ୍ଟର୍‌ରେ Lightning ବ୍ଯବହାର କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.