ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ସ୍ବାସ୍ଥ୍ଯ ଆପ୍‌ରେ ଆପଣଙ୍କ ଡେଟା ଦେଖନ୍ତୁ

ଆପଣ ଗୋଟିଏ ସ୍ଥାନରେ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ୍ ସୂଚନା ଦେଖିପାରିବେ। ଉଦାହରଣ ସ୍ୱରୂପ, ସମୟ ସହିତ ଆପଣଙ୍କ ମେଟ୍ରିକ୍ସରେ ପରିବର୍ତ୍ତନ ହୋଇଛି କି ନାହିଁ ତାହା ଆପଣ ଯାଞ୍ଚ କରିପାରିବେ ଏବଂ ଆକ୍ଟିଭିଟି, ସ୍ଲୀପ୍‌, ମାଇଣ୍ଡଫୁଲ୍‌ନେସ୍ ଇତ୍ଯାଦି ପାଇଁ ଆପଣ କେତେ ଭଲ ଭାବରେ ଗୋଲ୍‌ ହାସଲ କରୁଛନ୍ତି ତାହା ଦେଖିପାରିବେ।

ସାରାଂଶ ସ୍କ୍ରୀନ୍‌ରେ ଆପଣଙ୍କ ପିନ୍ କରାଯାଇଥିବା ସ୍ବାସ୍ଥ୍ଯ ବର୍ଗଗୁଡ଼ିକୁ କଷ୍ଟମାଇଜ୍ କରନ୍ତୁ

ଆପଣ ସେହି ସ୍ବାସ୍ଥ୍ଯ ବର୍ଗଗୁଡ଼ିକୁ ପିନ୍ ଏବଂ ବ୍ଯବସ୍ଥିତ କରିପାରିବେ ଯାହା ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେପରିକି ଔଷଧ, ହୃତ୍‌ସ୍ପନ୍ଦନ ହାର, ଷ୍ଟେପ୍ ଇତ୍ଯାଦି।

  1. ଆପଣଙ୍କ iPadରେ ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. “ସାରାଂଶ”ରେ ଟାପ୍ କରନ୍ତୁ, ତା’ପରେ “ପିନ୍ ହୋଇଥିବା ପାଖରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ସ୍ବାସ୍ଥ୍ଯ ବର୍ଗକୁ ପିନ୍ କରନ୍ତୁ: ଏକ ବର୍ଗ ନିକଟରେ ପିନ୍ ବଟନ୍ ରେ ଟାପ୍ କରନ୍ତୁ।

    • ଏକ ସ୍ବାସ୍ଥ୍ଯ ବର୍ଗ ଅନ୍‌ପିନ୍‌ କରନ୍ତୁ: ଏକ ବର୍ଗ ନିକଟରେ “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

    • ଆପଣଙ୍କ ପିନ୍ ହୋଇଥିବା ଲିଷ୍ଟ୍‌ରେ ସ୍ବାସ୍ଥ୍ଯ ବର୍ଗକୁ ପୁଣି ସଜାନ୍ତୁ: “ପୁଣି କ୍ରମରେ ସଜାନ୍ତୁ” ବଟନ୍‌କୁ ଏକ ବର୍ଗ ଉପର କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

  4. ଆପଣ ସମାପ୍ତ କରିବା ପରେ, ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

ଆପଣଙ୍କ ହାଇଲାଇଟ୍ ଦେଖନ୍ତୁ

  1. ଆପଣଙ୍କ iPadରେ ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ସାରାଂଶରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ସାମ୍ପ୍ରତିକ ସ୍ବାସ୍ଥ୍ଯ ଏବଂ ଫିଟ୍‌ନେସ୍‌ ଡେଟାର ହାଇଲାଇଟ୍ ଦେଖିବା ପାଇଁ ହାଇଲାଇଟ୍‌କୁ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. ନିମ୍ନଲିଖିତ କାର୍ଯ‍୍ୟ କରନ୍ତୁ:

    • ଏକ ହାଇଲାଇଟ୍ ବିଷୟରେ ଅଧିକ ଡେଟା ଦେଖନ୍ତୁ: ଏହାର ଗ୍ରାଫ୍‌ରେ ଟାପ୍ କରନ୍ତୁ।

    • ସମସ୍ତ ହାଇଲାଇଟ୍ ଦେଖନ୍ତୁ: “ସମସ୍ତ ହାଇଲାଇଟ୍ ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

ଆପଣଙ୍କ ସ୍ବାସ୍ଥ୍ଯ ଟ୍ରେଣ୍ଡ୍ ଦେଖନ୍ତୁ

ସମୟ ସହିତ ଆପଣଙ୍କ ସ୍ବାସ୍ଥ୍ଯ ସମ୍ବନ୍ଧୀୟ ଡେଟା ଟ୍ରାକ୍ କରିବାରେ ଆପଣଙ୍କୁ ସହାୟତା କରିବା ପାଇଁ, ହୃତ୍‌ସ୍ପନ୍ଦନ ହାର, ଷ୍ଟେପ୍ ସଂଖ୍ଯା ଏବଂ ନିଦ୍ରାର ପରିମାଣ ପରି ଡେଟାର ପ୍ରକାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ସ୍ବାସ୍ଥ୍ଯ ଆପଣଙ୍କୁ ସତର୍କ କରିପାରେ। ଏହି ମେଟ୍ରିକ୍ସ୍‌ଗୁଡ଼ିକ କେତେ ମାତ୍ରାରେ ଏବଂ କେତେ ଦୂର ପାଇଁ ପରିବର୍ତ୍ତନ ହୋଇଛି ଟ୍ରେଣ୍ଡ୍‌ ଲାଇନ୍ ଆପଣଙ୍କୁ ଦେଖାଇଥାଏ।

  1. ଆପଣଙ୍କ iPadରେ “ସ୍ୱାସ୍ଥ୍ଯ” ଆପ୍ ଖୋଲନ୍ତୁ।

  2. ସାରାଂଶରେ ଟାପ୍ କରନ୍ତୁ, ତା’ପରେ କୌଣସି ସାମ୍ପ୍ରତିକ ଟ୍ରେଣ୍ଡ୍ ଦେଖିବା ପାଇଁ “ଟ୍ରେଣ୍ଡ୍”କୁ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. ଯଦି ସ୍ବାସ୍ଥ୍ଯ ଆପ୍‌ ଟ୍ରେଣ୍ଡ୍ ଚିହ୍ନଟ କରିଛି, ତେବେ ଆପଣ ନିମ୍ନଲିଖିତ କାର୍ଯ‍୍ୟ କରିପାରିବେ:

    • ଏକ ଟ୍ରେଣ୍ଡ୍ ବିଷୟରେ ଅଧିକ ଡେଟା ଦେଖନ୍ତୁ: ଏହାର ଗ୍ରାଫ୍‌ରେ ଟାପ୍ କରନ୍ତୁ।

    • ସମସ୍ତ ଟ୍ରେଣ୍ଡ୍ ଦେଖନ୍ତୁ: “ସମସ୍ତ ସ୍ବାସ୍ଥ୍ଯ ଟ୍ରେଣ୍ଡ୍ ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

ଆପଣଙ୍କ ସ୍ୱାସ୍ଥ୍ଯ ଟ୍ରେଣ୍ଡ୍‌ ବିଷୟରେ ନୋଟିଫିକେଶନ୍ ପ୍ରାପ୍ତ କରିବା ପାଇଁ, ଆପଣଙ୍କ ଫଟୋ କିମ୍ବା ଶୀର୍ଷ ବାମରେ ଥିବା ପ୍ରଥମ ଅକ୍ଷରଗୁଡ଼ିକ ପାଖରେ ସାରାଂଶରେ ଟାପ୍‌ କରନ୍ତୁ, ପ୍ରୋଫାଇଲ୍‌ରେ ଟାପ୍‌ କରନ୍ତୁ, ନୋଟିଫିକେଶନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଟ୍ରେଣ୍ଡ୍ ଚାଲୁ କରନ୍ତୁ।

ଏକ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ଯ ବର୍ଗ ପାଇଁ ଟ୍ରେଣ୍ଡ୍, ହାଇଲାଇଟ୍ ଏବଂ ବିବରଣୀ ଦେଖନ୍ତୁ

  1. ଆପଣଙ୍କ iPadରେ ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ସ୍ୱାସ୍ଥ୍ଯ ବର୍ଗ ଲିଷ୍ଟ୍‌ ଡିସ୍‌ପ୍ଲେ କରିବା ପାଇଁ “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ବର୍ଗରେ ଟାପ୍ କରନ୍ତୁ। (ସମସ୍ତ ବର୍ଗ ଦେଖିବା ପାଇଁ, ଉପର ଏବଂ ତଳକୁ ସ୍କ୍ରୋଲ୍ କରନ୍ତୁ।)

    • “ଫିଲ୍ଡ୍‌ରେ ସର୍ଚ୍ଚ୍‌ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ବର୍ଗ (ଯେପରିକି ମୋବିଲିଟି)ର ନାମ କିମ୍ବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ଡେଟା (ଯେପରିକି ଚାଲିବା ସ୍ପୀଡ୍) ଟାଇପ୍ କରନ୍ତୁ।

  3. ଡେଟା ପ୍ରକାର ଉପରେ ନିର୍ଭର କରି, ଆପଣ ନିମ୍ନଲିଖିତ କାର୍ଯ‍୍ୟ କରିପାରିବେ:

    • ଯେକୌଣସି ଡେଟା ବିଷୟରେ ବିବରଣୀ ଦେଖନ୍ତୁ: ବିବରଣୀ ବଟନ୍‌ରେ ଟାପ୍‌ କରନ୍ତୁ।

    • ଡେଟାର ସାପ୍ତାହିକ, ମାସିକ ଏବଂ ବାର୍ଷିକ ଭ୍ଯୁ ଦେଖନ୍ତୁ: ସ୍କ୍ରୀନ୍‌ର ଶୀର୍ଷରେ ଟାବ୍‌ରେ ଟାପ୍ କରନ୍ତୁ।

    • ମାନୁଅଲ୍‌ ଭାବେ ଡେଟା ଏଣ୍ଟର୍ କରନ୍ତୁ: ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରେ “ଡେଟା ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    • ସାରାଂଶ ସ୍କ୍ରୀନ୍‌ରେ ପିନ୍ କରନ୍ତୁ: “ସାରାଂଶରେ ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ। (ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବାକୁ ପଡ଼ିପାରେ।)

    • କେଉଁ ଆପ୍ ଏବଂ ଡିଭାଇସ୍‌କୁ ଡେଟା ଶେୟର୍‌ କରିବା ପାଇଁ ଅନୁମତି ଦିଆଯାଇଛି ଦେଖନ୍ତୁ: ନିମ୍ନ ବିକଳ୍ପରେ, ଡେଟା ସୋର୍ସ୍‌ ଓ ଆକ୍ସେସ୍‌ରେ ଟାପ୍ କରନ୍ତୁ। (ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବାକୁ ପଡ଼ିପାରେ।)

    • ଡେଟା ଡିଲିଟ୍ କରନ୍ତୁ: ବିକଳ୍ପ ତଳେ “ସମସ୍ତ ଡେଟା ଦେଖାନ୍ତୁ”ରେ ଟାପ୍ କରନ୍ତୁ, ଏକ ଡେଟା ରେକର୍ଡ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ। ସମସ୍ତ ଡେଟା ଡିଲିଟ୍ କରିବା ପାଇଁ, “ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ, ପରେ “ସବୁ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ମାପ ୟୁନିଟ୍‌ ପରିବର୍ତ୍ତନ କରନ୍ତୁ: ବିକଳ୍ପଗୁଡ଼ିକର ତଳେ ଥିବା ୟୁନିଟ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ୟୁନିଟ୍‌ ଚୟନ କରନ୍ତୁ।

ସ୍ବାସ୍ଥ୍ଯ ଏବଂ ଫିଟ୍‌ନେସ୍‌ ଆପ୍‌ ବିଷୟରେ ଅଧିକ ଜାଣନ୍ତୁ

  1. ଆପଣଙ୍କ iPadରେ ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. “ସାରାଂଶ”ରେ ଟାପ୍ କରନ୍ତୁ, ତା’ପରେ ସ୍ୱାସ୍ଥ୍ଯ କିମ୍ବା ଆର୍ଟିକଲ୍‌ରୁ ଅଧିକ ପାଇବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. ଅଧିକ ଜାଣିବା ପାଇଁ ଏକ ଆଇଟମ୍‌ରେ ଟାପ୍ କରନ୍ତୁ।

ଆପଣ ଅନେକ ସ୍ବାସ୍ଥ୍ଯ ବର୍ଗରେ ବିବରଣୀ ଦେଖିବା ସମୟରେ ସୁପାରିଶ କରାଯାଇଥିବା ଆପ୍ ଆପଣଙ୍କ ଡେଟା ସହିତ ଦେଖାଯାଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.