ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Photo Boothରେ ଫଟୋ ଉଠାନ୍ତୁ

ଫନ୍‌ ଇଫେକ୍ଟ୍‌ ସହିତ ସେଲ୍ଫି ଏବଂ ଫଟୋ ନେବା ପାଇଁ Photo Booth ଆପ୍ ବ୍ଯବହାର କରନ୍ତୁ।

ଫଟୋ ଉଠାନ୍ତୁ

iPad ସ୍କ୍ରୀନ୍‌ରେ Photo Booth ଭିନ୍ନ ଭିନ୍ନ ଟାଇଲ୍ ସହିତ ବିଷୟକୁ ଡିସ୍‌ପ୍ଲେ କରିବା ପାଇଁ ସାମ୍ନା କ୍ୟାମେରା ବ୍ଯବହାର କରେ। ପ୍ରଭାବ ମଧ୍ଯରେ କ୍ଯାଲିଡୋସ୍କୋପ୍, ଷ୍ଟ୍ରେଚ୍, ଏକ୍ସ-ରେ ଇତ୍ଯାଦି ଅନ୍ତର୍ଭୁକ୍ତ। ସ୍କ୍ରୀନ୍ ମଝିରେ ଥିବା ଟାଇଲ୍ ସାଧାରଣ ଦୃଶ୍ଯ ପ୍ରଦର୍ଶନ କରେ।

  1. ଆପଣଙ୍କ ଶଟ୍‌କୁ ଫ୍ରେମ୍ କରିବା ପାଇଁ ଆପଣ iPadକୁ ବିଷୟ ଉପରେ ଲକ୍ଷ୍ଯ କରନ୍ତୁ।

  2. ଆପଣ କ୍ଯାପ୍‌ଚର୍ କରିବାକୁ ଚାହୁଁଥିବା ପ୍ରଭାବର ଟାଇଲ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ସାମ୍ନା ଓ ପଛ ପଟ କ‍୍ୟାମେରା ମଧ‍୍ୟରେ ସ୍ୱିଚ୍ କରନ୍ତୁ: ସ୍କ୍ରୀନ୍‌ର ନିମ୍ନରେ କ‍୍ୟାମେରା ଚୟନକାରୀ ବଟନ୍ରେ ଟାପ୍‌ କରନ୍ତୁ।

    • ଇଫେକ୍ଟ୍‌ ବଦଳାନ୍ତୁ: ସ୍କ୍ରୀନ୍‌ର ନିମ୍ନ ବାମ ପଟେ ଫିଲ୍ଟର୍ ବଟନ୍‌ରେ ଟାପ୍‌ କରନ୍ତୁ।

      କିଛି ପ୍ରଭାବ ସହିତ, ଆପଣ ଆପଣଙ୍କ ଆଙ୍ଗୁଠିକୁ ସ୍କ୍ରୀନ୍ ଉପରେ ଡ୍ରାଗ୍ କରିପାରିବେ କିମ୍ବା ଆପିଅରନ୍ସ୍‌ରେ ପରିବର୍ତ୍ତନ କରିବା ପାଇଁ ଇମେଜ୍‌କୁ ପିଞ୍ଚ୍ କରିପାରିବେ, ସ୍ବିପ୍‌ କରିପାରିବେ କିମ୍ବା ରୋଟେଟ୍ କରିପାରିବେ।

  3. ଶଟ୍ ନେବା ପାଇଁ ଶଟର୍ ବଟନ୍‌ରେ ଟାପ୍ କରନ୍ତୁ।

ଯେତେବେଳେ ଆପଣ ଏକ ଫଟୋ ନିଅନ୍ତି, iPad ଏକ ଶଟର୍ ସାଉଣ୍ଡ୍ କରେ। ଆପଣ ଶଟର୍ ସାଉଣ୍ଡ୍‌ର ଭଲ୍ୟୂମ୍‌ ନିୟନ୍ତ୍ରଣ କରିବା ପାଇଁ ଭଲ୍ୟୂମ୍‌ ବଟନ୍ ବ‍୍ୟବହାର କରିପାରିବେ। ଭଲ୍ଯୁମ୍‌କୁ ଆଡ୍‌ଜଷ୍ଟ୍ କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ iPad ସାଇଲେଣ୍ଟ୍‌ରେ ସେଟ୍ ହୋଇଥିଲେ ମଧ୍ଯ କେତେକ ଅଞ୍ଚଳରେ ସାଉଣ୍ଡ୍ ଇଫେକ୍ଟ୍‌ ପ୍ଲେ କରାଯାଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.