ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ରିମାଇଣ୍ଡର୍‌ରେ ଟେମ୍ପ୍‌ଲେଟ୍ ସହିତ କାର୍ଯ୍ୟ କରନ୍ତୁ

ରିମାଇଣ୍ଡର୍ ଆପ୍‌ରେ, ରୁଟିନ୍, ପ୍ଯାକିଂ ଲିଷ୍ଟ୍ ଇତ୍ଯାଦି ପାଇଁ ଏହାକୁ ପୁଣି ବ‍୍ୟବହାର କରିବାକୁ ଆପଣ ଏକ ଲିଷ୍ଟ୍‌କୁ ଟେମ୍ପ୍‌ଲେଟ୍ ଭାବରେ ସେଭ୍ କରିପାରିବେ। ଅନ୍ଯମାନଙ୍କ ସହ ଟେମ୍ପ୍‌ଲେଟ୍ ପ୍ରକାଶ ଏବଂ ଶେୟର୍‌ କରିବା ପାଇଁ ଲିଙ୍କ୍ ତିଆରି କରନ୍ତୁ କିମ୍ବା ଅନ୍ଯମାନେ ଶେୟର୍‌ କରିଥିବା ଟେମ୍ପ୍‌ଲେଟ୍ ଡାଉନ୍‌ଲୋଡ୍ କରନ୍ତୁ।

ଏକ ଲିଷ୍ଟ୍‌କୁ ଟେମ୍ପ୍‌ଲେଟ୍ ଭାବରେ ସେଭ୍ କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଉପରେ, “ଅଧିକ” ବଟନ୍‌ ଟାପ୍ କରନ୍ତୁ, ତା’ପରେ "ଟେମ୍ପ୍‌ଲେଟ୍ ଭାବରେ ସେଭ୍ କରନ୍ତୁ"ରେ ଟାପ୍ କରନ୍ତୁ।

  3. ଟେମ୍ପ୍‌ଲେଟ୍ ପାଇଁ ଏକ ନାମ ଲେଖନ୍ତୁ।

  4. “ସମ୍ପୂର୍ଣ୍ଣ ହୋଇଥିବା ରିମାଇଣ୍ଡର୍‌କୁ ଅନ୍ତର୍ଭୂକ୍ତ କରନ୍ତୁ” କୁ ଚାଲୁ କିମ୍ବା ବନ୍ଦ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

ଆପଣ ଏକ ଲିଷ୍ଟ୍‌ରୁ ଟେମ୍ପ୍‌ଲେଟ୍‌ ତିଆରି କରିବା ପରେ, ସେହି ଲିଷ୍ଟ୍‌ରେ ଆପଣ କରିଥିବା କୌଣସି ପରିବର୍ତ୍ତନ ଟେମ୍ପ୍‌ଲେଟ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଟେମ୍ପ୍‌ଲେଟ୍‌ରୁ ଏକ ନୂଆ ଲିଷ୍ଟ୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ଲିଷ୍ଟ୍ ଉପରେ, “ଅଧିକ” ବଟନ୍‌ ଟାପ୍ କରନ୍ତୁ, ଟେମ୍ପ୍‌ଲେଟ୍‌ରେ ଟାପ୍ କରନ୍ତୁ, ତା’ପରେ ଟେମ୍ପ୍‌ଲେଟ୍‌ର ନାମରେ ଟାପ୍ କରନ୍ତୁ।

  3. ଲିଷ୍ଟ୍ ପାଇଁ ଏକ ନାମ ଲେଖନ୍ତୁ, ତା’ପରେ “ତିଆରି କରନ୍ତୁ” ଉପରେ ଟାପ୍ କରନ୍ତୁ।

ଟେମ୍ପ୍‌ଲେଟ୍ ଏଡିଟ୍ କିମ୍ବା ଡିଲିଟ୍ କରନ୍ତୁ

ଆପଣ ଟେମ୍ପ୍ଲେଟ୍‌ରେ କରିଥିବା କୌଣସି ପରିବର୍ତ୍ତନ ଟେମ୍ପ୍ଲେଟ୍‌ରୁ ପୂର୍ବରୁ ତିଆରି କରାଯାଇଥିବା ଲିଷ୍ଟ୍‌କୁ ପ୍ରଭାବିତ କରେ ନାହିଁ।

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ଲିଷ୍ଟ୍ ଉପରେ “ଅଧିକ” ବଟନ୍‌ ଟାପ୍ କରନ୍ତୁ, ଟେମ୍ପ୍‌ଲେଟ୍‌ରେ ଟାପ୍ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ ବାଛନ୍ତୁ:

    • ଟେମ୍ପ୍‌ଲେଟ୍ ଏଡିଟ୍ କରନ୍ତୁ: ଟେମ୍ପ୍‌ଲେଟ୍‌ରେ ଯେକୌଣସି ଆଇଟମ୍ ଯୋଡ଼ନ୍ତୁ, ଏଡିଟ୍ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁ। ଆପଣ ଟେମ୍ପ୍‌ଲେଟ୍‌ର ନାମ, ରଙ୍ଗ ଏବଂ ଆଇକନ୍ ମଧ୍ଯ ବଦଳାଇ ପାରିବେ।

    • ଟେମ୍ପ୍‌ଲେଟ୍ ଡିଲିଟ୍ କରନ୍ତୁ: ଟେମ୍ପ୍‌ଲେଟ୍ କାଢ଼ନ୍ତୁ।

ଟେମ୍ପ୍‌ଲେଟ୍ ଶେୟର୍‌ କରନ୍ତୁ

ଆପଣ ଏକ ଟେମ୍ପ୍‌ଲେଟ୍ ଶେୟର୍‌ କଲେ, Apple ସର୍ଭର୍ ପାଖରେ ଆକ୍ସେସ୍ ରହେ ଯାହା ଦ୍ୱାରା ଲିଙ୍କ୍ ଥିବା ଯେ କୌଣସି ବ୍ୟକ୍ତି iOS 16, iPadOS 16, macOS 13, କିମ୍ୱା ପରବର୍ତ୍ତୀ ଭର୍ଶନ୍‌ ବ୍ୟବହାର କରି ଡିଭାଇସ୍‌ରେ ଟେମ୍ପ୍‌ଲେଟ୍‌ର ଏକ କପି ଡାଉନ୍‌ଲୋଡ୍ କରିପାରିବେ। ଶେୟର୍‌ ହୋଇଥିବା ଟେମ୍ପ୍‌ଲେଟ୍‌ରେ କୌଣସି ତାରିଖ, ଟ୍ୟାଗ୍ କିମ୍ୱା ଲୋକେଶନ୍‌ ରଖିବାକୁ ଆପଣ ବାଛି ପାରିବେ; ଇମେଜ୍‌ଗୁଡ଼ିକ କାଢି ଦିଆଯାଇଛି।

  1. ଆପଣଙ୍କ iPadରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ଲିଷ୍ଟ୍‌ ଉପରେ, “ଅଧିକ” ବଟନ୍‌ ଟାପ୍ କରନ୍ତୁ, ଟେମ୍ପ୍‌ଲେଟ୍‌ରେ ଟାପ୍ କରନ୍ତୁ, ତାପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ଟେମ୍ପ୍‌ଲେଟ୍‌ ପାଖରେ ଥିବା ଏଡିଟ୍ ବଟନ୍‌ ରେ ଟାପ୍ କରନ୍ତୁ।

  3. “ଟେମ୍ପ୍‌ଲେଟ୍ ଶେୟର୍‌ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଶେୟର୍‌ କରିବା ପାଇଁ ଏକ ପଦ୍ଧତି ବାଛନ୍ତୁ।

ଏକ ଶେୟର୍‌ ହୋଇଥିବା ଟେମ୍ପ୍‌ଲେଟ୍ ପରିଚାଳନା କରିବାକୁ, “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ଟେମ୍ପ୍‌ଲେଟ୍‌ରେ ଟାପ୍ କରନ୍ତୁ, ଏଡିଟ୍ ବଟନ୍‌ ରେ ଟାପ୍ କରନ୍ତୁ, ତାପରେ, "ଲିଙ୍କ୍‌ ପରିଚାଳନା କରନ୍ତୁ"ରେ ଟାପ୍ କରନ୍ତୁ।

ଶେୟର୍‌ କରିବା ପରେ ଯଦି ଆପଣ ଟେମ୍ପ୍‌ଲେଟ୍‌ରେ ପରିବର୍ତ୍ତନ କରନ୍ତି, ତେବେ ଆପଣ ଶେୟର୍‌ କରାଯାଇଥିବା ଭର୍ଶନ୍‌କୁ ଅପ୍‌ଡେଟ୍ କରିପାରିବେ। ପୂର୍ବ ଭର୍ଶନ୍‌ ଡାଉନ୍‌ଲୋଡ୍ କରିଥିବା କୌଣସି ବ୍ଯକ୍ତିଙ୍କୁ ଅପ୍‌ଡେଟ୍ ପାଇବା ପାଇଁ ଟେମ୍ପ୍‌ଲେଟ୍‌କୁ ପୁଣି ଡାଉନ୍‌ଲୋଡ୍ କରିବାକୁ ପଡ଼ିବ।

ଯଦି ଆପଣ ଟେମ୍ପ୍‌ଲେଟ୍ ଶେୟର୍‌ କରିବା ବନ୍ଦ କରନ୍ତି, ତେବେ ପୂର୍ବରୁ ଟେମ୍ପ୍‌ଲେଟ୍ ଡାଉନ୍‌ଲୋଡ୍ କରିଥିବା କୌଣସି ବ୍ଯକ୍ତି ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.