ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଫଟୋ ଏବଂ ଭିଡିଓ ଡିଲିଟ୍ କରନ୍ତୁ କିମ୍ବା ଲୁଚାନ୍ତୁ

ଫଟୋ ଆପ୍‌ରେ ଆପଣ ନିଜ iPadରୁ ଫଟୋ ଏବଂ ଭିଡିଓ ଡିଲିଟ୍ କରିପାରିବେ କିମ୍ବା ସେଗୁଡ଼ିକୁ ଲୁଚାଇ ପାରିବେ। ଆପଣ ସମ୍ପ୍ରତି ଡିଲିଟ୍ କରିଥିବା ଫଟୋଗୁଡ଼ିକୁ ମଧ୍ୟ ରିକଭର୍ କରିପାରିବେ। ଆପଣ ଡିଲିଟ୍ କରିଥିବା ଏବଂ ଲୁଚାଇଥିବା ଫଟୋଗୁଡ଼ିକ “ସମ୍ପ୍ରତି ଡିଲିଟ୍ କରାଯାଇଛି ଏବଂ ଲୁଚାଯାଇଛି”ରେ ସେଭ୍‌ ହୋଇଛି, ଯାହାକୁ ଆପଣ Face ID, Touch ID କିମ୍ୱା ଆପଣଙ୍କ ପାସ୍‌କୋଡ୍‌ ବ୍ୟବହାର କରି ଅନ୍‌ଲକ୍ କରିପାରିବେ।

ଆପଣ iCloud ଫଟୋ ବ୍ୟବହାର କରିବାସମୟରେ ଆପଣ ଡିଲିଟ୍‌ କରୁଥିବା କିମ୍ବା ଲୁଚାଉଥିବା ଫଟୋ ଆପଣଙ୍କ ସମସ୍ତ ଡିଭାଇସ୍‌ରୁ ଡିଲିଟ୍ କରାଯାଏ କିମ୍ବା ଲୁଚାଯାଏ।

ଧ‍୍ୟାନ ଦିଅନ୍ତୁ: ଡିଲିଟ୍ ହୋଇଥିବା ଫଟୋ ଏବଂ ଭିଡିଓ ସମସ୍ତ ଡିଭାଇସ୍‌ରୁ ସ୍ଥାୟୀ ଭାବରେ ଡିଲିଟ୍ ହେବା ପୂର୍ବରୁ 30 ଦିନ ପାଇଁ “ସମ୍ପ୍ରତି ଡିଲିଟ୍ କରାଯାଇଛି” ସଂଗ୍ରହରେ ରଖାଯାଏ। ସେହି ସମୟରେ, ଆପଣ ସେଗୁଡ଼ିକୁ ରିକଭର୍ କରିପାରିବେ କିମ୍ବା ସ୍ଥାୟୀ ଭାବରେ କାଢ଼ିପାରିବେ।

ଫଟୋ କିମ୍ବା ଭିଡିଓ ଡିଲିଟ୍ କରନ୍ତୁ କିମ୍ବା ଲୁଚାନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଫଟୋ କିମ୍ବା ଭିଡିଓ ଦେଖିବା ସମୟରେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଡିଲିଟ୍ କରନ୍ତୁ: iCloud ଫଟୋ ଚାଲୁ ଥିବା ଏବଂ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଆପଣଙ୍କ iPad ଏବଂ ଅନ୍ୟ ଡିଭାଇସ୍‌ଗୁଡ଼ିକରୁ ଏକ ଫଟୋ ଡିଲିଟ୍‌ କରିବା ପାଇଁ “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

      ଡିଲିଟ୍ ହୋଇଥିବା ଫଟୋ ଏବଂ ଭିଡିଓକୁ 30 ଦିନ ପାଇଁ “ସମ୍ପ୍ରତି ଡିଲିଟ୍ ହୋଇଥିବା” ସଂଗ୍ରହରେ ରଖାଯାଏ। ସେହି ସମୟ ମଧ୍ୟରେ, ଆପଣ ସେଗୁଡ଼ିକୁ ରିକଭର୍‌ କରିପାରିବେ କିମ୍ବା ସମସ୍ତ ଡିଭାଇସ୍‌ରୁ ସ୍ଥାୟୀ ଭାବରେ କାଢ଼ିପାରିବେ।

    • ଲୁଚାନ୍ତୁ: ଆକ୍ସନ୍ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ "ଲୁଚାନ୍ତୁ"ରେ ଟାପ୍‌ କରନ୍ତୁ।

      ଲୁଚାଯାଇଥିବା ଫଟୋଗୁଡ଼ିକୁ “ଲୁକ୍କାୟିତ ସଂଗ୍ରହକୁ” ମୂଭ୍ କରାଯାଇଛି। ଆପଣ ସେଗୁଡ଼ିକୁ ଅନ୍ୟ କେଉଁଠି ଦେଖିପାରିବେ ନାହିଁ।

      ଫଟୋ ଆପ୍‌ରେ ଲୁକ୍କାୟିତ ଥିବା ସଂଗ୍ରହ ଦେଖାନଯିବା ପାଇଁ ଏହାକୁ ବନ୍ଦ କରିବାକୁ, ଭ୍ଯୁରୁ ଲୁକ୍କାୟିତ ସଂଗ୍ରହଗୁଡ଼ିକୁ ଲୁଚାନ୍ତୁ ଦେଖନ୍ତୁ।

ଏକାଧିକ ଫଟୋ ଏବଂ ଭିଡିଓ ଡିଲିଟ୍ କରନ୍ତୁ କିମ୍ବା ଲୁଚାନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ଲାଇବ୍ରେରି କିମ୍ବା ଏକ ସଂଗ୍ରହ ଖୋଲନ୍ତୁ।

  3. “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିଲିଟ୍ କିମ୍ବା ଲୁଚାଇବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓ ଉପରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଡିଲିଟ୍ କରନ୍ତୁ: iCloud ଫଟୋ ଚାଲୁ ଥିବା ଏବଂ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଆପଣଙ୍କ iPad ଏବଂ ଅନ୍ୟ ଡିଭାଇସ୍‌ରୁ ଏକ ଆଇଟମ୍‌ ଡିଲିଟ୍‌ କରିବା ପାଇଁ “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

      ଡିଲିଟ୍ ହୋଇଥିବା ଫଟୋ ଏବଂ ଭିଡିଓକୁ 30 ଦିନ ପାଇଁ “ସମ୍ପ୍ରତି ଡିଲିଟ୍ କରାଯାଇଛି” ସଂଗ୍ରହରେ ରଖାଯାଏ। ସେହି ସମୟ ମଧ୍ୟରେ, ଆପଣ ସେଗୁଡ଼ିକୁ ରିକଭର୍‌ କରିପାରିବେ କିମ୍ବା ସମସ୍ତ ଡିଭାଇସ୍‌ରୁ ସ୍ଥାୟୀ ଭାବରେ କାଢ଼ିପାରିବେ।

    • ଲୁଚାନ୍ତୁ: ଆକ୍ସନ୍ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ "ଲୁଚାନ୍ତୁ"ରେ ଟାପ୍‌ କରନ୍ତୁ।

      ଲୁକ୍କାୟିତ ଫଟୋ ଏବଂ ଭିଡିଓକୁ “ଲୁକ୍କାୟିତ ସଂଗ୍ରହ”ରେ ରଖାଯାଇଛି।

ଫଟୋ ଏବଂ ଭିଡିଓ ଲୁଚାଇବା ବନ୍ଦ କରନ୍ତୁ

ଆପଣ ପୂର୍ବରୁ ଲୁଚାଇ ରଖିଥିବା ଫଟୋ କିମ୍ବା ଭିଡିଓକୁ ଲୁଚାଇବା ବନ୍ଦ କରିପାରିବେ, ଯାହାଦ୍ୱାରା ଏହା ଆପଣଙ୍କ ଫଟୋ ଲାଇବ୍ରେରିରେ ପୁଣି ଦେଖାଯିବ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ୟୂଟିଲିଟି ତଳେ ଥିବା ଲୁକ୍କାୟିତ ସଂଗ୍ରହରେ ଟାପ୍ କରନ୍ତୁ, “ଆଲବମ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPad ଅନ୍‌ଲକ୍ କରନ୍ତୁ।

  4. ଆପଣ ଲୁଚାଇବା ବନ୍ଦ କରିବାକୁ ଚାହୁଁଥିବା ଫଟୋ କିମ୍ବା ଭିଡିଓରେ ଟାପ୍ କରନ୍ତୁ।

  5. ଆକ୍ସନ୍ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ଅନ୍‌ହାଇଡ୍‌ରେ ଟାପ୍‌ କରନ୍ତୁ।

ସମ୍ପ୍ରତି ଡିଲିଟ୍ ହୋଇଥିବା ଆଇଟମ୍ ରିକଭର୍ କରନ୍ତୁ କିମ୍ବା ସ୍ଥାୟୀ ଭାବରେ ଡିଲିଟ୍ କରନ୍ତୁ

ଆପଣ ଫଟୋ ଓ ଭିଡିଓକୁ ଡିଲିଟ୍ କଲେ, ଆପଣଙ୍କ iPad, iCloud ଏବଂ ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ୱନ୍ଧିତ ଅନ‍୍ୟ ଡିଭାଇସ୍‌ରୁ ସ୍ଥାୟୀ ଭାବରେ କଢ଼ାଯିବା ପୂର୍ବରୁ ସେଗୁଡ଼ିକୁ 30 ଦିନ ପାଇଁ “ସମ୍ପ୍ରତି ଡିଲିଟ୍ କରାଯାଇଛି” ସଂଗ୍ରହରେ ରଖାଯାଏ। ଆପଣ 30 ଦିନ ମଧ୍ଯରେ ସେଗୁଡ଼ିକୁ ରିକଭର୍ କରିପାରିବେ କିମ୍ବା ଯେକୌଣସି ସମୟରେ ସେଗୁଡ଼ିକୁ ସ୍ଥାୟୀ ଭାବରେ ଡିଲିଟ୍ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. “ସମ୍ପ୍ରତି ଡିଲିଟ୍ ହୋଇଛି” ସଂଗ୍ରହରେ (ୟୂଟିଲିଟି ତଳେ) ଟାପ୍ କରନ୍ତୁ, “ଆଲବମ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPad ଅନ୍‌ଲକ୍ କରନ୍ତୁ।

  4. ବାଛନ୍ତୁରେ ଟାପ୍ କରନ୍ତୁ, ତା’ପରେ ଆପଣ ରିକଭର୍ କରିବାକୁ କିମ୍ବା ଡିଲିଟ୍ କରିବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓ ଚୟନ କରନ୍ତୁ।

  5. ଆକ୍ସନ୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ରିକଭର୍ କରନ୍ତୁ” କିମ୍ବା “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଖୋଜୁଥିବା ଫଟୋ “ସମ୍ପ୍ରତି ଡିଲିଟ୍ ହୋଇଥିବା” ସଂଗ୍ରହରେ ଦେଖାଯାଉନାହିଁ, ତେବେ ସେଗୁଡ଼ିକ ରିକଭର୍ ହୋଇଥିବା ସଂଗ୍ରହରେ ଥାଇପାରେ। “ରିକଭର୍ ହୋଇଥିବା ଆଇଟମ୍ ଖୋଜନ୍ତୁ ଏବଂ ସେଗୁଡ଼ିକୁ ସେଭ୍ କିମ୍ବା ଡିଲିଟ୍ କରନ୍ତୁ” ଦେଖନ୍ତୁ।

ସମ୍ପ୍ରତି ଡିଲିଟ୍ କରାଯାଇଥିବା ଏବଂ ଲୁଚାଯାଇଥିବା ସଂଗ୍ରହ ଲକ୍ ଏବଂ ଅନ୍‌ଲକ୍‌ କରନ୍ତୁ

ସମ୍ପ୍ରତି ଡିଲିଟ୍ ହୋଇଥିବା ଏବଂ ଲୁକ୍କାୟିତ ଥିବା ସଂଗ୍ରହଗୁଡ଼ିକ ଡିଫଲ୍ଟ୍‌ ଭାବରେ ଲକ୍ ହୋଇଯାଏ। ଆପଣ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍‌ ବ୍ୟବହାର କରି ଏହି ସଂଗ୍ରହଗୁଡ଼ିକୁ ଅନ୍‌ଲକ୍‌ କରିପାରିବେ। ଡିଫଲ୍ଟ୍‌ ସେଟିଂକୁ “ଲକ୍‌ ହୋଇଛି”ରୁ “ଅନ୍‌ଲକ୍ ହୋଇଛି”କୁ ପରିବର୍ତ୍ତନ କରିବା ପାଇଁ, ନିମ୍ନଲିଖିତ କାର୍ଯ୍ୟ କରନ୍ତୁ:

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ଫଟୋରେ ଟାପ୍ କରନ୍ତୁ।

  3. “Face ID ବ୍ଯବହାର କରନ୍ତୁ”, “Touch ID ବ୍ଯବହାର କରନ୍ତୁ”, କିମ୍ବା “ପାସ୍‌କୋଡ୍ ବ୍ଯବହାର କରନ୍ତୁ”କୁ ବନ୍ଦ କରନ୍ତୁ।

ଭ୍ଯୁରୁ ଲୁକ୍କାୟିତ ସଂଗ୍ରହଗୁଡ଼ିକୁ ଲୁଚାନ୍ତୁ

ଡିଫଲ୍ଟ୍ ଭାବରେ, ଲୁକ୍କାୟିତ ସଂଗ୍ରହ ଲକ୍ ହୋଇଛି। ଆପଣ ଏହାକୁ ଭ୍ଯୁରୁ କାଢ଼ି ଗୋପନୀୟତାର ଏକ ଅତିରିକ୍ତ ସ୍ତର ଯୋଡ଼ିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ଫଟୋରେ ଟାପ୍ କରନ୍ତୁ।

  3. “ଲୁକ୍କାୟିତ ଥିବା ଆଲ୍‌ବମ୍ ଦେଖାନ୍ତୁ”କୁ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.