ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ HDR କ‍୍ୟାମେରା ସେଟିଂସ୍ ଆଡ୍‌ଜଷ୍ଟ୍ କରନ୍ତୁ

HDR (ଉଚ୍ଚ ଡାଇନାମିକ୍‌ ରେଞ୍ଜ୍‌) ଆପଣଙ୍କୁ ଉଚ୍ଚ-କଣ୍ଟ୍ରାଷ୍ଟ୍‌ ପରିସ୍ଥିତିରେ ଭଲ ଶଟ୍ ପାଇବାରେ ସହାୟତା କରିଥାଏ। iPad କ‍୍ୟାମେରା ଭିନ୍ନ ଭିନ୍ନ ଏକ୍ସପୋଜର୍‌ରେ ଦ୍ରୁତ ବ୍ଯବଧାନରେ ଅନେକ ଫଟୋ ଉଠାଇଥାଏ ଏବଂ ସେଗୁଡ଼ିକୁ ଏକାଠି ମିଶାଇଥାଏ। ଫଳସ୍ୱରୂପ ଫଟୋ ଉଜ୍ଜ୍ୱଳ ଏବଂ ମିଡ୍-ଟୋନ୍ ଅଞ୍ଚଳରେ ଭଲ ବିବରଣୀ ପ୍ରଦାନ କରିଥାଏ।

ସ୍ୱୟଂଚାଳିତ HDR ବନ୍ଦ କରନ୍ତୁ

ଡିଫଲ୍ଟ୍ ଭାବରେ, iPad ସ୍ୱୟଂଚାଳିତ ଭାବରେ HDR ବ‍୍ୟବହାର କରେ ଯେତେବେଳେ ଏହା ସବୁଠାରୁ ପ୍ରଭାବଶାଳୀ ଥାଏ। ଏହା ପରିବର୍ତ୍ତେ HDRକୁ ମାନ୍ଯୁଅଲି ଭାବରେ କଣ୍ଟ୍ରୋଲ୍ କରିବା ପାଇଁ ନିମ୍ନଲିଖିତ କାର୍ଯ‍୍ୟ କରନ୍ତୁ:

  • ସେଟିଂସରେ ମାନ୍ଯୁଅଲି HDR ସମର୍ଥନ କରୁଥିବା ମଡେଲ୍‌ଗୁଡ଼ିକରେ, ସେଟିଂସ୍  > କ‍୍ୟାମେରାକୁ ଯାଆନ୍ତୁ, ତା’ପରେ ସ୍ମାର୍ଟ୍‌ HDR ବନ୍ଦ କରନ୍ତୁ। କ‍୍ୟାମେରା ସ୍କ୍ରୀନ୍‌ରେ, ଏହାକୁ ମାନ୍ଯୁଅଲି ଅନ୍ କିମ୍ବା ଅଫ୍ କରିବାକୁ HDRରେ ଟାପ୍ କରନ୍ତୁ।

  • iPad ର ପୂର୍ବବର୍ତ୍ତୀ ମଡେଲ୍‌ଗୁଡ଼ିକରେ, ଏହାକୁ ମାନ୍ୟୁଅଲି ଅନ୍ କିମ୍ବା ଅଫ୍ କରିବାକୁ କ‍୍ୟାମେରା ସ୍କ୍ରୀନ୍‌ରେ HDR ଅଫ୍ ବଟନ୍ ଉପରେ ଟାପ୍ କରନ୍ତୁ।

ଡିଫଲ୍ଟ୍ ଭାବରେ, ଏକ ଫଟୋର HDR ଭର୍ଶନ୍ ଫଟୋରେ ସେଭ୍ ହୋଇଥଏ। କିଛି iPad ମଡେଲ୍‌ରେ ଆପଣ ଅଣ-HDR ଭର୍ଶନ୍‌ ସେଭ୍ କରିପାରିବେ; ସେଟିଂସ୍  > କ‍୍ୟାମେରାକୁ ଯାଆନ୍ତୁ, ତା’ପରେ ସାଧାରଣ ଫଟୋ ରଖନ୍ତୁ ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.