ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ନୋଟ୍ ତିଆରି କରି ଫର୍ମାଟ୍ କରନ୍ତୁ

ଚେକ୍‌ଲିଷ୍ଟ୍‌, ଇମେଜ୍, ୱେବ୍ ଲିଙ୍କ୍, ସ୍କାନ୍ ହୋଇଥିବା ଡକ୍ଯୁମେଣ୍ଟ୍, ହସ୍ତଲିଖିତ ନୋଟ୍ ଏବଂ ସ୍କେଚ୍ ସହିତ ଶୀଘ୍ର ଚିନ୍ତାଧାରା ଲେଖିବାକୁ କିମ୍ବା ବିସ୍ତୃତ ସୂଚନା ସଂଗଠିତ କରିବାକୁ ନୋଟ୍ ଆପ୍ ବ୍ଯବହାର କରନ୍ତୁ। ଆପଣ ବିଭାଗ ଏବଂ ଶୀର୍ଷକ ଅନୁଯାୟୀ ମଧ୍ଯ ଆପଣଙ୍କ ନୋଟ୍ ସଂଗଠିତ କରିପାରିବେ।

#school ଏବଂ #kine210 ଭଳି ଟ୍ଯାଗ୍ ସହିତ ଏକ ଶ୍ରେଣୀର ବ୍ରେନ୍‌ଷ୍ଟ୍ରୋମ୍‌ ପାଇଁ ଏକ ନୋଟ୍। ନୋଟ୍‌ରେ ବକ୍ସ୍ ଶ୍ୱାସକ୍ରିୟା ବ‍୍ୟାୟାମର ଏକ ହାତ-ଅଙ୍କା ଡାଏଗ୍ରାମ୍‌ ରହିଛି, ଯାହା ଏକ ଚାରି-ସ୍ତରୀୟ ଶ୍ୱାସକ୍ରିୟା ଚକ୍ରକୁ ଦର୍ଶାଏ।

ଏକ ନୂଆ ନୋଟ୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. “ନୂଆ ନୋଟ୍” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ଟେକ୍ସ୍‌ଟ୍‌ ଲେଖନ୍ତୁ।

    ନୋଟ୍‌ର ପ୍ରଥମ ଧାଡ଼ି ନୋଟ୍‌ର ଶୀର୍ଷକ ହୋଇଯାଏ।

ଫର୍ମାଟିଂ, ଚେକ୍‌ଲିଷ୍ଟ୍‌ ଏବଂ ଟେବୁଲ୍ ଯୋଡ଼ନ୍ତୁ

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍ ଲେଖିବା ସମୟରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଟେକ୍ସଟ୍ ଫର୍ମାଟ୍ କରନ୍ତୁ: ଫର୍ମାଟ୍ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ଷ୍ଟାଇଲ୍ ଯେପରିକି ଶୀର୍ଷକ, ବୋଲ୍ଡ୍‌ କିମ୍ବା ଇଟାଲିକ୍ ଫଣ୍ଟ୍, ହାଇଲାଇଟ୍ ଇତ୍ଯାଦି ବାଛନ୍ତୁ।

    • ଏକ ଚେକ୍‌ଲିଷ୍ଟ୍‌ କରନ୍ତୁ: “ଚେକ୍‌ଲିଷ୍ଟ୍” ବଟନ୍‌ରେ ଟାପ୍‌ କରନ୍ତୁ।

    • ଏକ ଟେବୁଲ୍ ଯୋଡ଼ନ୍ତୁ: “ଟେବୁଲ୍ ଯୋଡ଼ନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ବିଭାଗ ଏବଂ ଶୀର୍ଷକ ସହିତ ନୋଟ୍‌କୁ ସଂଗଠିତ କରନ୍ତୁ

ଆପଣ ବିଭାଗଗୁଡ଼ିକୁ ସଂକୁଚିତ ଏବଂ ସମ୍ପ୍ରସାରିତ କରିପାରିବେ, ଯାହାଦ୍ୱାରା ଲମ୍ବା ନୋଟ୍‌ଗୁଡ଼ିକର ପରିଚାଳନା ଏବଂ ଆଉଟ୍‌ଲାଇନ୍‌ ପ୍ରସ୍ତୁତ କରିବା ସହଜ ହୋଇପାରିବ।

ସ୍କ୍ରୀନ୍‌ର ଶୀର୍ଷରେ ଥିବା ସଂକୁଚିତ ହୋଇପାରୁଥିବା ଶୀର୍ଷକ ସହିତ ନୋଟ୍ ଆପ୍‌ରେ ଥିବା ଏକ ନୋଟ୍।
  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍‌ରେ, ହେଡିଂ ପାଇଁ ଟେକ୍ସଟ୍ ଚୟନ କରନ୍ତୁ।

  3. ଫର୍ମାଟ୍ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଶୀର୍ଷକ କିମ୍ବା ଉପଶୀର୍ଷକରେ ଟାପ୍‌ କରନ୍ତୁ।

  4. ବିଭାଗରେ ବିଷୟବସ୍ତୁ ଯୋଡ଼ନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଏକ ବିଭାଗ ସଂକୁଚିତ କରନ୍ତୁ: “ସଂକୁଚିତ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

    • ଏକ ବିଭାଗ ବିସ୍ତାର କରନ୍ତୁ: “ବିସ୍ତାର କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ନୋଟ୍‌ରେ ଲିଖନ ଟୂଲ୍ ବ୍ଯବହାର କରନ୍ତୁ

Apple Intelligence* ସହାୟତାରେ, ଆପଣ ଲିଖନ ଟୂଲ୍ ବ୍ୟବହାର କରି ଚୟନିତ ଟେକ୍ସ୍‌ଟ୍‌କୁ ଗୋଟିଏ ଟାପ୍‌ରେ ସଂକ୍ଷେପ କରିପାରିବେ, ଆପଣଙ୍କ କାର୍ଯ୍ୟକୁ ପ୍ରୁଫ୍‌ରୀଡ୍‌ କରିପାରିବେ ଏବଂ ସଠିକ୍ ଶବ୍ଦ ଏବଂ ଟୋନ୍‌ ଖୋଜିବାରେ ସହାୟତା କରିବା ପାଇଁ ସମାନ ଟେକ୍ସ୍‌ଟ୍‌ର ବିଭିନ୍ନ ଭର୍ଶନ୍‌ ତିଆରି କରିପାରିବେ। “Apple Intelligence ସହିତ ଲିଖନ ଟୂଲ୍‌ ବ‍୍ୟବହାର କରନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.