ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଥିବା Mail ଆପ୍‌ ସହାୟତାରେ ଆରମ୍ଭ କରନ୍ତୁ

Mail ଆପ୍ ସହାୟତାରେ, ଆପଣଙ୍କର ସମସ୍ତ ଇମେଲ୍ ଆକାଉଣ୍ଟ୍‌ରୁ ଗୋଟିଏ ସ୍ଥାନରେ ମେସେଜ୍ ପଠାନ୍ତୁ, ପ୍ରାପ୍ତ କରନ୍ତୁ ଏବଂ ସଂଗଠିତ କରନ୍ତୁ।

ଆପଣଙ୍କ ଇମେଲ୍ ଠିକଣା ଲେଖିବାକୁ ଏକ ଫିଲ୍ଡ୍‌ ସହିତ “ଆକାଉଣ୍ଟ୍ ଯୋଡ଼ନ୍ତୁ” ସ୍କ୍ରୀନ୍।

ଏକ ଇମେଲ୍ ଆକାଉଣ୍ଟ୍ ଯୋଡ଼ନ୍ତୁ

ଆପଣ iCloud, Exchange କିମ୍ବା Gmail (Google) ପରି—ବିଭିନ୍ନ ଇମେଲ୍‌ ସେବାରୁ ଆପଣଙ୍କର ସମସ୍ତ ଇମେଲ୍‌ ଆକାଉଣ୍ଟ୍‌ ଯୋଡ଼ିପାରିବେ। ଏକ ଆକାଉଣ୍ଟ୍ ଯୋଡ଼ିବାକୁ, ସେଟିଂସ୍ > ଆପ୍ > Mail କୁ ଯାଆନ୍ତୁ। Mail ଆକାଉଣ୍ଟ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଆକାଉଣ୍ଟ୍‌ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

Mail ଆପ୍‌ରେ ଏକ ଇମେଲ୍ ଡ୍ରାଫ୍ଟ୍ ଖୋଲା ଅଛି। ମେସେଜ୍ ପଠାଇବା ପାଇଁ ବଟନ୍ ଶୀର୍ଷ ଡାହାଣ କୋଣରେ ଅଛି। ମେସେଜ୍ ପଠାଇବା ପାଇଁ ଟାପ୍ କରନ୍ତୁ କିମ୍ବା ପରେ ପଠାଇବା ପାଇଁ ସମୟ ଶେଡ୍ୟୁଲ୍‌ କରିବା ପାଇଁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

ଇମେଲ୍ ପଠାନ୍ତୁ

ଏକ ନୂଆ ଇମେଲ୍ ମେସେଜ୍ ଆରମ୍ଭ କରିବା ପାଇଁ “କମ୍ପୋଜ୍” ବଟନ୍‌ ରେ ଟାପ୍ କରନ୍ତୁ। ପ୍ରାପ୍ତକର୍ତ୍ତା, ବିଷୟ ଏବଂ ଆପଣଙ୍କ ଟେକ୍ସ୍‌ଟ୍ ଯୋଡ଼ନ୍ତୁ, ତା’ପରେ ଆପଣଙ୍କ ମେସେଜ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଗୋଟିଏ ଖୋଲା ଇମେଲ୍। ପତାକା ଯୋଡ଼ିବାକୁ କିମ୍ବା କାଢ଼ିବାକୁ ବିକଳ୍ପ ସହିତ ମେନ‍୍ୟୂ, ଡାହାଣ ପଟେ ଦେଖାଯାଉଛି।

ଏକ ଇମେଲ୍ ମେସେଜ୍‌ର ଉତ୍ତର ଦିଅନ୍ତୁ, ଏହାକୁ ଡିଲିଟ୍ ଇତ୍ଯାଦି କରନ୍ତୁ

ଆପଣ ଏକ ଇମେଲ୍ ମେସେଜ୍ ଦେଖିବା ସମୟରେ ଏଥିରେ ଅନେକ କାର୍ଯ‍୍ୟ କରିପାରିବେ। ଆକ୍ସନ୍‌ ମେନ‍୍ୟୂ ଖୋଲିବା ପାଇଁ ମେସେଜ୍ ଖୋଲନ୍ତୁ, ତା’ପରେ ନିମ୍ନ-ଡାହାଣ କୋଣରେ ଥିବା “ଅଧିକ ଆକ୍ସନ୍” ବଟନ୍‌ ରେ ଟାପ୍ କରନ୍ତୁ।

Mail ଆପ୍‌ରେ ଏକ ମେସେଜ୍ ଖୋଲା ଅଛି ଏବଂ ଶୀର୍ଷ ଡାହାଣ ପାର୍ଶ୍ୱରେ ସର୍ଚ୍ଚ୍‌ ଶବ୍ଦଗୁଡ଼ିକ ଟାଇପ୍ କରାଯାଉଛି।

ଇମେଲ୍ ଶୀଘ୍ର ଖୋଜନ୍ତୁ

ଆପଣ Mail ରେ ସର୍ଚ୍ଚ୍ ଫୀଚର୍ ବ୍ଯବହାର କରି ସହଜରେ ଇମେଲ୍ ଖୋଜିପାରିବେ। ସର୍ଚ୍ଚ୍ ଫିଲ୍ଡ୍ ଦେଖାଇବା ପାଇଁ “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ। ଆପଣଙ୍କ ସର୍ଚ୍ଚ୍‌କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ‍୍ୟରେ ସୀମିତ କରିବା ପାଇଁ କିମ୍ବା ଫ୍ଲାଗ୍ ହୋଇଥିବା କିମ୍ବା ଅପଠିତ ଭଳି ଆଟ୍ରିବ‍୍ୟୁଟ୍ ଦ୍ୱାରା ଫିଲ୍ଟର୍ କରିବା ପାଇଁ ଏକ ପରାମର୍ଶରେ ଟାପ୍ କରନ୍ତୁ।

Mail ସେଟିଂସ୍ ସ୍କ୍ରୀନ୍‌।

Mail ସେଟିଂସ୍ ପରିବର୍ତ୍ତନ କରନ୍ତୁ

ଆପଣ Mail ସେଟିଂସ୍‌ରେ ନିଜ ଇମେଲ୍ ସ୍ବାକ୍ଷରକୁ କଷ୍ଟମାଇଜ୍ କରିପାରିବେ, ନିଜ ସ୍ୱାଇପ୍ ବିକଳ୍ପକୁ ପରିବର୍ତ୍ତନ ଇତ‍୍ୟାଦି କରିପାରିବେ। ସେଟିଂସ୍‌ > ଆପ୍‌ > Mail କୁ ଯାଆନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.