ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଡୁପ୍ଲିକେଟ୍ କଣ୍ଟାକ୍ଟ୍‌ରୁ ମୁକ୍ତି ପାଆନ୍ତୁ

ଯେତେବେଳେ ଆପଣଙ୍କର ଏକାଧିକ ସୋର୍ସରୁ କଣ୍ଟାକ୍ଟ୍ ଥାଏ, ଆପଣଙ୍କ ପାଖରେ ଜଣେ ବ୍ଯକ୍ତିଙ୍କର ଏକାଧିକ ଏଣ୍ଟ୍ରି ଥାଇପାରେ। କଣ୍ଟାକ୍ଟ୍ ଆପ୍‌ରେ, ଭିନ୍ନ ଭିନ୍ନ ଆକାଉଣ୍ଟ୍‌ରେ ସମାନ ବ୍ଯକ୍ତିଙ୍କ ପାଇଁ କଣ୍ଟାକ୍ଟ୍ କାର୍ଡ୍ ଲିଙ୍କ୍ କରନ୍ତୁ, ଯାହାଦ୍ୱାରା ସେ ଆପଣଙ୍କ ସବୁ କଣ୍ଟାକ୍ଟ୍ ଲିଷ୍ଟ୍‌ରେ କେବଳ ଥରେ ଦେଖାଯିବେ। ଲିଙ୍କ୍ ହୋଇଥିବା କଣ୍ଟାକ୍ଟ୍ କାର୍ଡ୍‌ଗୁଡ଼ିକ ଏକ ଏକକ ସମନ୍ୱିତ କଣ୍ଟାକ୍ଟ୍ ଭାବରେ ପ୍ରଦର୍ଶିତ ହୁଏ।

ଡୁପ୍ଲିକେଟ୍ କଣ୍ଟାକ୍ଟ୍‌ର ସମାଧାନ କରନ୍ତୁ

ଯଦି ଆପଣଙ୍କ ପାଖରେ ସମାନ ପ୍ରଥମ ଏବଂ ଶେଷ ନାମ ସହିତ ଏକରୁ ଅଧିକ କଣ୍ଟାକ୍ଟ୍ କାର୍ଡ୍‌ ଅଛି, ତେବେ କଣ୍ଟାକ୍ଟ୍ ଆପ୍ ଆପଣଙ୍କ ପାଇଁ ଡୁପ୍ଲିକେଟ୍ କଣ୍ଟାକ୍ଟ୍‌ଗୁଡ଼ିକୁ ମର୍ଜ କରିପାରିବ।

  1. ଆପଣଙ୍କ iPadରେ ଥିବା କଣ୍ଟାକ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ମୋ କାର୍ଡ୍‌ ତଳେ, “ଡୁପ୍ଲିକେଟ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ।

  3. ସେଗୁଡ଼ିକୁ ସମୀକ୍ଷା ଓ ମର୍ଜ୍ କରିବା ପାଇଁ ପ୍ରତ‍୍ୟେକଟି କଣ୍ଟାକ୍ଟ୍‌ରେ ଟାପ୍ କରନ୍ତୁ କିମ୍ବା ସମସ୍ତ ଡୁପ୍ଲିକେଟ୍ କଣ୍ଟାକ୍ଟ୍ ମର୍ଜ୍ କରିବା ପାଇଁ “ସବୁ ମର୍ଜ୍ କରନ୍ତୁ”ରେ ଟାପ୍ କରନ୍ତୁ।

କଣ୍ଟାକ୍ଟ୍‌କୁ ମାନ୍ୟୁଅଲି ଲିଙ୍କ୍ କରନ୍ତୁ

ଯଦି ସମାନ ବ୍ଯକ୍ତିଙ୍କ ଦୁଇଟି ଏଣ୍ଟ୍ରି ସ୍ୱୟଂଚାଳିତ ଭାବରେ ଲିଙ୍କ୍ ହୁଏ ନାହିଁ, ତେବେ ଆପଣ ସେଗୁଡ଼ିକୁ ମାନ୍ଯୁଅଲ୍ ଭାବରେ ଏକ କରିପାରିବେ।

  1. ଆପଣଙ୍କ iPadରେ ଥିବା କଣ୍ଟାକ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ଗୋଟିଏ କଣ୍ଟାକ୍ଟ୍‌ରେ ଟାପ୍ କରି, ଏଡିଟ୍‌ରେ ଟାପ୍ କରନ୍ତୁ, ତା’ପରେ ଲିଙ୍କ୍ କଣ୍ଟାକ୍ଟ୍‌ରେ ଟାପ୍ କରନ୍ତୁ।

  3. ଲିଙ୍କ୍ କରିବାକୁ ଅନ୍ଯ କଣ୍ଟାକ୍ଟ୍ ଏଣ୍ଟ୍ରି ବାଛନ୍ତୁ, ତା’ପରେ “ଲିଙ୍କ୍”ରେ ଟାପ୍ କରନ୍ତୁ।

ଯେତେବେଳେ ଆପଣ ବିଭିନ୍ନ ପ୍ରଥମ କିମ୍ବା ଶେଷ ନାମ ସହିତ କଣ୍ଟାକ୍ଟ୍ ଲିଙ୍କ୍ କରନ୍ତି, ବ‍୍ୟକ୍ତିଗତ କାର୍ଡ୍‌ରେ ଥିବା ନାମ ପରିବର୍ତ୍ତନ ହୁଏ ନାହିଁ, କିନ୍ତୁ ଏକୀକୃତ କାର୍ଡ୍‌ରେ କେବଳ ଗୋଟିଏ ନାମ ଦେଖାଯାଏ। ସମନ୍ୱିତ କାର୍ଡ୍‌ରେ କେଉଁ ନାମ ଦେଖାଯାଉଛି ତାହା ବାଛିବାକୁ, ଲିଙ୍କ୍ ହୋଇଥିବା କାର୍ଡ୍ ମଧ୍ୟରୁ ଗୋଟିଏରେ ଟାପ୍‌ କରନ୍ତୁ, ସେହି କାର୍ଡ୍‌ରେ କଣ୍ଟାକ୍ଟ୍‌ର ନାମ ଟାପ୍‌ କରନ୍ତୁ, ତା’ପରେ “ସମନ୍ୱିତ କାର୍ଡ୍ ପାଇଁ ଏହି ନାମ ବ୍ୟବହାର କରନ୍ତୁ”ରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ କଣ୍ଟାକ୍ଟ୍ ସହ ଲିଙ୍କ୍ କରିବା ସମୟରେ ସେହି କଣ୍ଟାକ୍ଟ୍‌ଗୁଡ଼ିକ ମର୍ଜ୍ ହୋଇନଥାଏ। ଯଦି ଆପଣ ଏକ ସମନ୍ୱିତ କଣ୍ଟାକ୍ଟ୍‌ରେ ସୂଚନା ବଦଳାନ୍ତି କିମ୍ବା ଯୋଡ଼ନ୍ତି, ସେହି ପରିବର୍ତ୍ତନ ପ୍ରତ୍ଯେକ ସୋର୍ସ ଆକାଉଣ୍ଟ୍‌ରେ କପି କରାଯାଇଥାଏ ଯେଉଁଠାରେ ସେହି ସୂଚନା ପୂର୍ବରୁ ରହିଛି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.