ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଦ୍ରୁତ କାର୍ଯ‍୍ୟ ସମ୍ପାଦନ କରନ୍ତୁ

ହୋମ୍ ସ୍କ୍ରୀନ୍‌ରେ ଥିବା କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ ଆପ୍‌ରେ ଆପଣ ପ୍ରୀଭ୍ଯୂ ଦେଖିବା, ତ୍ବରିତ କାର୍ଯ‍୍ୟ ମେନ୍ଯୂ ଖୋଲିବା ଇତ‍୍ୟାଦି କାର୍ଯ‍୍ୟ କରିପାରିବେ।

  • ଫଟୋରେ, ପ୍ରୀଭ୍ଯୂ କରିବା ପାଇଁ ଏକ ଇମେଜ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍ ଦେଖନ୍ତୁ।

  • Mailରେ, ମେସେଜ୍ ବିଷୟବସ୍ତୁ ପ୍ରୀଭ୍ଯୂ କରିବା ଏବଂ ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍ ଦେଖିବା ପାଇଁ ମେଲ୍‌ବକ୍ସ୍‌ରେ ଏକ ମେସେଜ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  • ହୋମ୍ ସ୍କ୍ରୀନ୍‌ରେ, ଏକ ତ୍ବରିତ କାର୍ଯ‍୍ୟ ମେନ‍୍ୟୂ ଖୋଲିବାକୁ ଏକ ଆପ୍ ଆଇକନ୍‌କୁ ଅଳ୍ପ ସମୟ ପାଇଁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ। ଯଦି ଆଇକନ୍‌ଗୁଡ଼ିକ ଜିଗଲ୍‌ କରିବା ଆରମ୍ଭ କରନ୍ତି, ଡାହାଣ ଶୀର୍ଷରେ “ସମ୍ପୂର୍ଣ୍ଣ ହୋଇଛି” ଟାପ୍ କରନ୍ତୁ କିମ୍ବା ହୋମ୍ ବଟନ୍ ଦବାନ୍ତୁ (ଏକ iPadରେ ଏକ ହୋମ୍ ବଟନ୍ ସହିତ), ତା’ପରେ ପୁଣି ଚେଷ୍ଟା କରନ୍ତୁ।

  • କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ତା’ପରେ କ‍୍ୟାମେରା ଭଳି ଆଇଟମ୍ କିମ୍ବା ବିକଳ୍ପ ଦେଖିବା ପାଇଁ ବ୍ରାଇଟ୍‌ନେସ୍ କଣ୍ଟ୍ରୋଲ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  • ଲକ୍ ସ୍କ୍ରୀନ୍‌ରେ, ଏକ ନୋଟିଫିକେଶନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରି ରଖି ଏହାର ଉତ୍ତର ଦିଅନ୍ତୁ।

  • ଆପଣଙ୍କ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍‌କୁ ଟ୍ରାକ୍‌ପ୍ଯାଡ୍‌ରେ ପରିଣତ କରିବା ପାଇଁ ଟାଇପ୍ କରିବା ସମୟରେ ଗୋଟିଏ ଆଙ୍ଗୁଳି ସହିତ ସ୍ପେସ୍ ବାର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.