ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ କଣ୍ଟାକ୍ଟ୍ ସହାୟତାରେ ଆରମ୍ଭ କରନ୍ତୁ

ଗୋଟିଏ ସ୍ଥାନରେ ସମସ୍ତ ଫୋନ୍ ନମ୍ବର୍, ଇମେଲ୍ ଠିକଣା, ଜନ୍ମଦିନ ଇତ୍ଯାଦିକୁ ରଖିବା ପାଇଁ କଣ୍ଟାକ୍ଟ୍ ଆପ୍ ବ୍ଯବହାର କରନ୍ତୁ।

କଣ୍ଟାକ୍ଟ୍ ଆପ୍‌ରେ ଥିବା ନୂଆ କଣ୍ଟାକ୍ଟ୍ ୱିଣ୍ଡୋ।

ଏକ କଣ୍ଟାକ୍ଟ୍ ତିଆରି କରନ୍ତୁ

ଏକ କଣ୍ଟାକ୍ଟ୍ ତିଆରି କରିବା ପାଇଁ, କଣ୍ଟାକ୍ଟ୍ ଆପ୍‌କୁ ଯାଆନ୍ତୁ, “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, କଣ୍ଟାକ୍ଟ୍‌ର ବିବରଣୀ ଯୋଡ଼ନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

ବିଭିନ୍ନ କଣ୍ଟାକ୍ଟ୍‌ ସେବା ଦେଖାଉଥିବା “ଆକାଉଣ୍ଟ୍ ଯୋଡ଼ନ୍ତୁ“ ସ୍କ୍ରୀନ୍।

ଅନ୍ଯ ଆକାଉଣ୍ଟ୍‌ଗୁଡ଼ିକ ଯୋଡ଼ନ୍ତୁ

ଯଦି ଆପଣଙ୍କ କଣ୍ଟାକ୍ଟ୍‌ iCloud, Google କିମ୍ବା Yahoo ପରି ଅନ୍ଯ ଆକାଉଣ୍ଟ୍‌ରେ ସେଭ୍ ହୋଇଥାଏ, ତେବେ ଆପଣ ନିଜର ସମସ୍ତ କଣ୍ଟାକ୍ଟ୍‌କୁ ଗୋଟିଏ ସ୍ଥାନରେ ଦେଖିବା ପାଇଁ ସେଗୁଡ଼ିକୁ କଣ୍ଟାକ୍ଟ୍ ଆପ୍‌ରେ ଯୋଡ଼ିପାରିବେ। ସେଟିଂସ୍  > ଆପ୍ > କଣ୍ଟାକ୍ଟ୍‌କୁ ଯାଆନ୍ତୁ, “କଣ୍ଟାକ୍ଟ୍ ଆକାଉଣ୍ଟ୍‌”ରେ ଟାପ୍ କରନ୍ତୁ, ତା’ପରେ “ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

କଣ୍ଟାକ୍ଟ୍ ଆପ୍‌ରେ ଥିବା “କଣ୍ଟାକ୍ଟ୍ ଶେୟର୍ କରନ୍ତୁ” ୱିଣ୍ଡୋ।

ଏକ କଣ୍ଟାକ୍ଟ୍ ଶେୟର୍‌ କରନ୍ତୁ

ଏକ କଣ୍ଟାକ୍ଟ୍ ଶେୟର୍ କରିବା ସହଜ ଅଟେ। ଏକ କଣ୍ଟାକ୍ଟ୍ ଚୟନ କରନ୍ତୁ, ତା’ପରେ “କଣ୍ଟାକ୍ଟ୍ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ। ଆପଣ ଶେୟର୍ କରିବାକୁ ଚାହୁଁଥିବା ଫିଲ୍ଡ୍‌କୁ ବାଛନ୍ତୁ, ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ମେସେଜ୍ କିମ୍ବା Mail ଭଳି ଶେୟର୍ କରିବା ବିକଳ୍ପକୁ ବାଛନ୍ତୁ।

iPad ରେ ଥିବା କଣ୍ଟାକ୍ଟ୍ ଲିଷ୍ଟ୍ ଏବଂ iPhone ରେ ଥିବା କଣ୍ଟାକ୍ଟ୍ କାର୍ଡ୍

ଆପଣଙ୍କ କଣ୍ଟାକ୍ଟ୍ ସିଙ୍କ୍ କରନ୍ତୁ

ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିବା ସମୟରେ ଆପଣଙ୍କ ଅନ୍ଯ Apple ଡିଭାଇସ୍‌ରେ ଆପଣଙ୍କ କଣ୍ଟାକ୍ଟ୍‌କୁ ଦେଖନ୍ତୁ। ସେଟିଂସ୍ > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ। “iCloudରେ ସେଭ୍ କରନ୍ତୁ” ପାଖରେ ଥିବା “ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ କଣ୍ଟାକ୍ଟ୍ ଚାଲୁ କରନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.