ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପଣଙ୍କ Safari ସେଟିଂସ୍ କଷ୍ଟମାଇଜ୍ କରନ୍ତୁ

ଆପଣ ନିଜ ଆରମ୍ଭ ପୃଷ୍ଠାକୁ କଷ୍ଟମାଇଜ୍ କରିପାରିବେ, ଓ୍ବେବ୍‌ସାଇଟ୍‌ରେ ଟେକ୍ସଟ୍ ସାଇଜ୍ ପରିବର୍ତ୍ତନ କରିପାରିବେ ଏବଂ ଡିସ୍‌ପ୍ଲେ ଓ ଗୋପନୀୟତା ସେଟିଂସ୍ ପରିବର୍ତ୍ତନ କରିପାରିବେ। ଆପଣଙ୍କର ସମସ୍ତ Apple ଡିଭାଇସ୍‌ରେ ଆପଣଙ୍କ ଖୋଲା ଥିବା ଟାବ୍, ବୁକ୍‌ମାର୍କ୍‌, ବ୍ରାଉଜିଂ ହିଷ୍ଟ୍ରି ଏବଂ ରୀଡିଂ ଲିଷ୍ଟ୍ ଅପ୍‌ ଟୁ ଡେଟ୍‌ ରଖିବା ପାଇଁ ଏକାଧିକ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍ ସାହାଯ‍୍ୟରେ iCloudରେ ସାଇନ୍ ଇନ୍ କରନ୍ତୁ।

ଆପଣଙ୍କ ଆରମ୍ଭ‌ ପୃଷ୍ଠା କଷ୍ଟମାଇଜ୍ କରନ୍ତୁ

ଆପଣ ପ୍ରତ୍ଯେକ ଥର ଏକ ନୂଆ ଟାବ୍ ଖୋଲିଲେ, ଆପଣ ନିଜ ପ୍ରଥମ ପୃଷ୍ଠାରୁ ଆରମ୍ଭ‌ କରନ୍ତି। ଆପଣ ନୂଆ ବ୍ଯାକ୍‌ଗ୍ରାଉଣ୍ଡ୍ ଇମେଜ୍ ଏବଂ ବିକଳ୍ପ ମାଧ‍୍ୟମରେ ନିଜ ଆରମ୍ଭ ପୃଷ୍ଠାକୁ କଷ୍ଟମାଇଜ୍ କରିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ନୂଆ ଟାବ୍‌ ଖୋଲିବାକୁ, ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରେ ଥିବା “ନୂଆ ଟାବ୍” ବଟନ୍ ରେ ଟାପ୍ କରନ୍ତୁ।

  3. ପୃଷ୍ଠାର ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏଡିଟ୍‌ରେ ଟାପ୍ କରନ୍ତୁ।

  4. ଆପଣଙ୍କ ଆରମ୍ଭ ପୃଷ୍ଠା ପାଇଁ ବିକଳ୍ପ ବାଛନ୍ତୁ।

    • ସମସ୍ତ ଡିଭାଇସ୍‌ରେ “ଆରମ୍ଭ ପୃଷ୍ଠା” ବ୍ଯବହାର କରନ୍ତୁ: ଆପଣଙ୍କର ସମସ୍ତ ଡିଭାଇସ୍‌ରେ “ଆରମ୍ଭ ପୃଷ୍ଠା ବ୍ଯବହାର କରନ୍ତୁ” ଚାଲୁ ଥିବା ଏବଂ ଆପଣ ଦ୍ୱି-ସ୍ତରୀୟ ପ୍ରମାଣୀକରଣବ୍ଯବହାର କରି ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିଲେ, ଆପଣଙ୍କର ସମସ୍ତ Apple ଡିଭାଇସ୍‌ରେ ଏହି ସେଟିଂସ୍‌ ବ୍ଯବହାର କରନ୍ତୁ।

    • ଟାବ୍ ଗ୍ରୂପ୍ ଫେଭରିଟ୍: ସାମ୍ପ୍ରତିକ ଟାବ୍‌ ଗ୍ରୂପ୍‌ରେ ଆପଣଙ୍କ ଫେଭରିଟ୍ ବୁକ୍‌ମାର୍କ୍ ହୋଇଥିବା ୱେବ୍‌ସାଇଟ୍‌ ପାଇଁ ଶର୍ଟ୍‌କଟ୍ ଡିସ୍‌ପ୍ଲେ କରନ୍ତୁ। “ଏକ ଟ୍ଯାବ୍‌ ଗ୍ରୁପ୍‌ ତିଆରି କରନ୍ତୁ” ଦେଖନ୍ତୁ।

    • ଫେଭରିଟ୍: ଆପଣଙ୍କ ଫେଭରିଟ୍‌ ବୁକ୍‌ମାର୍କ୍‌ ହୋଇଥିବା ଓ୍ବେବ୍‌ସାଇଟ୍‌ ପାଇଁ ଶର୍ଟ୍‌କଟ୍‌ ଡିସ୍‌ପ୍ଲେ କରନ୍ତୁ। ଫେଭରିଟ୍‌ରେ ଏକ ଓ୍ବେବ୍‌ସାଇଟ୍‌ ଯୋଡ଼ନ୍ତୁ ଦେଖନ୍ତୁ।

    • ପରାମର୍ଶ: ଆପଣ ଅଧିକ ପରିଦର୍ଶନ କରୁଥିବା ଓ୍ବେବ୍‌ସାଇଟ୍‌, ଅନ୍ଯ ଆପ୍‌ (ଯେପରିକି କ୍ଯାଲେଣ୍ଡର୍‌ ଏବଂ ମ୍ଯାପ୍‌)ରେ ଶେୟର୍‌ କରାଯାଇଥିବା ଓ୍ବେବ୍‌ସାଇଟ୍‌ ଏବଂ ମେସେଜ୍‌ରେ ଆପଣଙ୍କ ସହିତ ଶେୟର୍‌ କରାଯାଇଥିବା ଲିଙ୍କ୍, Mail ଇତ୍ଯାଦି ଦେଖନ୍ତୁ। ”ଆପଣଙ୍କ ସହିତ ଶେୟର୍‌ କରାଯାଇଥିବା ଲିଙ୍କ୍ ଖୋଜନ୍ତୁ” ଦେଖନ୍ତୁ।

    • ଗୋପନୀୟତା ରିପୋର୍ଟ୍‌: Safari ଆପଣଙ୍କୁ ଟ୍ରାକ୍‌ କରିବାରୁ କେତେ ଟ୍ରାକର୍‌ ଏବଂ ବେବ୍‌ସାଇଟ୍‌କୁ ବ୍ଲକ୍‌ କରିଛି ସେ ସମ୍ବନ୍ଧରେ ଅପ୍‌ଡେଟ୍ ରୁହନ୍ତୁ। ଗୋପନୀୟତା ରିପୋର୍ଟ୍‌ ଦେଖନ୍ତୁ ଦେଖନ୍ତୁ।

    • ରୀଡିଂ ଲିଷ୍ଟ୍‌: ସମ୍ପ୍ରତି ଆପଣଙ୍କ ରୀଡିଂ ଲିଷ୍ଟ୍‌ରେ ଥିବା ୱେବ୍‌ପେଜ୍‌‌ଗୁଡ଼ିକ ଦେଖାନ୍ତୁ। ଆପଣଙ୍କ ରୀଡିଂ ଲିଷ୍ଟ୍‌ରେ ସାମ୍ପ୍ରତିକ ୱେବ୍‌ପେଜ୍‌ ଯୋଡ଼ନ୍ତୁ ଦେଖନ୍ତୁ।

    • ସମ୍ପ୍ରତି ବନ୍ଦ ହୋଇଥିବା ଟାବ୍: ଆପଣ ପୂର୍ବରୁ ବନ୍ଦ କରିଥିବା ଟାବ୍‌କୁ ଫେରନ୍ତୁ।

    • iCloud ଟାବ୍: ଆପଣ ସମାନ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିଥିବା ଏବଂ iCloud ସେଟିଂସ୍ କିମ୍ୱା ପ୍ରାଥମିକତାରେ Safari ଚାଲୁ ଥିବା ଅନ୍ୟ Apple ଡିଭାଇସ୍‌ରେ “ଖୋଲାଯାଇଥିବା ଟାବ୍‌” ଦେଖାନ୍ତୁ, । ଟ୍ଯାବ୍‌ ଗ୍ରୂପ୍‌ ସହାୟତାରେ ଆପଣଙ୍କ ଟ୍ଯାବ୍‌ଗୁଡ଼ିକୁ ବ୍ଯବସ୍ଥିତ କରନ୍ତୁ ଦେଖନ୍ତୁ।

    • ବ୍ଯାକ୍‌ଗ୍ରାଉଣ୍ଡ୍ ଇମେଜ୍: ପ୍ରତ୍ଯେକ ଥର ଆପଣ ଏକ ନୂଆ ଆରମ୍ଭ ପୃଷ୍ଠା ଖୋଲିବା ସମୟରେ ବ୍ଯାକ୍‌ଗ୍ରାଉଣ୍ଡ୍‌‌ରେ ଦେଖାଯିବାକୁ ଚାହୁଁଥିବା ଇମେଜ୍ ବାଛନ୍ତୁ। ଏକ ଫଟୋକୁ ଆପଣଙ୍କ ବ୍ଯାକ୍‌ଗ୍ରାଉଣ୍ଡ୍ ଭାବେ ବ୍ଯବହାର କରିବା ପାଇଁ ଲାଇବ୍ରେରୀରୁ ଇମେଜ୍ ଚୟନ କରନ୍ତୁରେ ଟାପ୍‌ କରନ୍ତୁ।

ପୃଷ୍ଠାର ମେନ‍୍ୟୂ କଷ୍ଟମାଇଜ୍ କରନ୍ତୁ

ଆପଣ ପୃଷ୍ଠା ମେନ‍୍ୟୂରେ ନିଜ ଫେଭରିଟ୍‌ ପୃଷ୍ଠା ଏବଂ ଟାବ୍ କାର୍ଯ‍୍ୟ ଯୋଡ଼ିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ର ବାମ ପାର୍ଶ୍ୱରେ ଥିବା ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ଅଧିକ ବଟନ୍‌ ରେ ଟାପ୍‌ କରନ୍ତୁ।

  3. “ଏଡିଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ପୃଷ୍ଠା ମେନ‍୍ୟୂରେ ପୃଷ୍ଠା କିମ୍ବା ଟ‍ାବ୍ ଆକ୍ସନ୍‌ ଯୋଡ଼ିବାକୁ“ଇନ୍‌ସର୍ଟ୍ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

    ଏକ କାର୍ଯ୍ଯ କାଢ଼ି ଦେବା ପାଇଁ “କାଢ଼ି ଦିଅନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

  4. ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ପୁନଃ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

ଏକ ୱେବ୍‌ସାଇଟ୍ ପାଇଁ ଟେକ୍ସ୍‌ଟ୍ ସାଇଜ୍ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ର ବାମ ପାର୍ଶ୍ୱରେ ଥିବା ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍ କରନ୍ତୁ।

  3. ଫଣ୍ଟ୍‌ ସାଇଜ୍ ବଢ଼ାଇବା ପାଇଁ ବଡ଼ Aରେ ଟାପ୍‌ କରନ୍ତୁ କିମ୍ବା ଏହାର ସାଇଜ୍‌ ଛୋଟ କରିବା ପାଇଁ ଛୋଟ Aରେ ଟାପ୍‌ କରନ୍ତୁ।

ଏକ ୱେବ୍‌ସାଇଟ୍ ପାଇଁ ଡିସ୍‌ପ୍ଲେ କଣ୍ଟ୍ରୋଲ୍ ପରିବର୍ତ୍ତନ କରନ୍ତୁ

ଆପଣ ସର୍ଚ୍ଚ୍‌ ଫିଲ୍ଡ୍‌ ଲୁଚାଇ ପାରିବେ, ରୀଡର୍‌କୁ ସ୍ବିଚ୍‌ କରିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ସର୍ଚ୍ଚ୍‌ ଫିଲ୍ଡ୍‌ ଲୁଚାନ୍ତୁ: ଅଧିକ ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ଟୂଲ୍‌ବାର୍ ଲୁଚାନ୍ତୁ”ରେ ଟାପ୍ କରନ୍ତୁ (ଏହାକୁ ଫେରି ପାଇବା ପାଇଁ ୱିଣ୍ଡୋର ଶୀର୍ଷରେ ଟାପ୍‌ କରନ୍ତୁ)।

    • ୱେବ୍‌ପେଜ୍‌‌ର ଏକ ଷ୍ଟ୍ରିମ୍‌ଲାଇନ୍ ହୋଇଥିବା ଦୃଶ୍ଯ ଦେଖନ୍ତୁ: “ରୀଡର୍‌ ଦେଖାନ୍ତୁ”ରେ ଟାପ୍ କରନ୍ତୁ (ଯଦି ଉପଲବ୍ଧ)।

      ସାଧାରଣ ଭ‍୍ୟୂ’କୁ ଫେରିବା ପାଇଁ ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ “ରୀଡର୍‌ ଲୁଚାନ୍ତୁ”ରେ ଟାପ୍‌ କରନ୍ତୁ।

    • ଡେସ୍କଟପ୍ କମ୍ପ୍ଯୁଟର୍‌ରେ ୱେବ୍‌ପେଜ୍‌‌ କିପରି ଦେଖାଯାଏ ଦେଖନ୍ତୁ: ଅଧିକ ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ଡେସ୍କ୍‌ଟପ୍‌ ୱେବ୍‌ସାଇଟ୍‌ ପାଇଁ ଅନୁରୋଧ କରନ୍ତୁ” (ଯଦି ଉପଲବ୍ଧ ଥାଏ) ଚାଲୁ କରନ୍ତୁ।

    • ୱେବ୍ ପେଜ୍‌ର ସାରାଂଶ ଦେଖନ୍ତୁ: ଯଦି Apple Intelligence* ଚାଲୁ ଅଛି, ତେବେ ସାରାଂଶରେ ଟାପ୍ କରନ୍ତୁ। “ଏକ ୱେବ୍‌ପୃଷ୍ଠାକୁ ସଂକ୍ଷିପ୍ତ କରନ୍ତୁ” ଦେଖନ୍ତୁ।

ଆପଣ ଆକ୍ସେସିବିଲିଟି ସେଟିଂସ୍‌ରେ Safari ସେଟିଂସ୍ ମଧ‍୍ୟ ଆଡ୍‌ଜଷ୍ଟ୍‌ କରିପାରିବେ। ସେଟିଂସ୍‌  > ଆକ୍ସେସିବିଲିଟି > ଆପ୍ ଅନୁଯାୟୀ ସେଟିଂସ୍‌କୁ ଯାଆନ୍ତୁ। ସେଟିଂସ୍ ଆଡ୍‌ଜଷ୍ଟ୍‌ କରିବାକୁ Safari ରେ ଟାପ୍ କରନ୍ତୁ। ଯଦି Safari ଲିଷ୍ଟ୍ ହୋଇନାହିଁ, ତେବେ “ଆପ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏହାକୁ ଯୋଡ଼ିବା ପାଇଁ Safari ରେ ଟାପ୍ କରନ୍ତୁ।

କେଉଁଠାରେ ଡାଉନ୍‌ଲୋଡ୍‌ ସେଭ୍ କରିବାକୁ ହେବ ତାହା ବାଛନ୍ତୁ

ଆପଣ Safariରେ ଏକ ଫାଇଲ୍ ଡାଉନ୍‌ଲୋଡ୍‌ କରିବା ସମୟରେ, ଆପଣ ଏହାକୁ iCloudରେ କିମ୍ବା ଆପଣଙ୍କ iPadରେ ସେଭ୍ କରିବାକୁ ଚାହୁଁଛନ୍ତି କି ନାହିଁ, ତାହା ବାଛିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. ଡାଉନ୍‌ଲୋଡ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଗୋଟିଏ ବାଛନ୍ତୁ:

    • iCloud Drive: iCloud Driveରେ ଡାଉନ୍‌ଲୋଡ୍‌ ଫୋଲ୍ଡର୍‌ରେ ଡାଉନ୍‌ଲୋଡ୍‌ ସେଭ୍ କରିବା ପାଇଁ ଏହି ବିକଳ୍ପକୁ ଚୟନ କରନ୍ତୁ। ଏହା ଆପଣଙ୍କୁ ସମାନ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିଥିବା ଯେକୌଣସି iPhone, iPad କିମ୍ବା Macରେ ଡାଉନ୍‌ଲୋଡ୍‌ ହୋଇଥିବା ଫାଇଲ୍ ଆକ୍ସେସ୍ କରିବାକୁ ଅନୁମତି ଦିଏ।

    • ମୋ iPadରେ: ଆପଣଙ୍କ iPadରେ ଥିବା ଡାଉନ୍‌ଲୋଡ୍‌ ଫୋଲ୍ଡର୍‌ରେ ଡାଉନ୍‌ଲୋଡ୍‌ ସେଭ୍ କରିବା ପାଇଁ ଏହି ବିକଳ୍ପକୁ ଚୟନ କରନ୍ତୁ।

    • ଅନ୍ଯ: ଡାଉନ୍‌ଲୋଡ୍ ଫୋଲ୍ଡର୍ ବ‍୍ୟତୀତ ଅନ୍ଯ ଏକ ଲୋକେଶନ୍‌ରେ ଡାଉନ୍‌ଲୋଡ୍ ସେଭ୍ କରିବାକୁ ଏହି ବିକଳ୍ପ ଚୟନ କରନ୍ତୁ।

କୌଣସି ଗ୍ରୁପ୍ ସହିତ ଓ୍ବେବ୍‌ସାଇଟ୍‌ ପାସ୍‌ଓ୍ବର୍ଡ୍‌ ଶେୟର୍‌ କରନ୍ତୁ

ଆପଣ ବିଶ୍ୱସନୀୟ କଣ୍ଟାକ୍ଟ୍‌ମାନଙ୍କୁ ନେଇ ଏକ ଗ୍ରୁପ୍ ତିଆରି କରିପାରିବେ ଏବଂ ପାସ୍‌ଓ୍ବର୍ଡ୍‌ ଶେୟର୍‌ କରିପାରିବେ। ଗ୍ରୁପ୍‌ର ସମସ୍ତ ସଦସ୍ଯଙ୍କ ପାଇଁ ପାସ୍‌ଓ୍ବର୍ଡ୍‌ ଅପ୍‌ ଟୁ ଡେଟ୍ ରହେ ଏବଂ ଆପଣ ଯେକୌଣସି ସମୟରେ କୌଣସି ବ୍ଯକ୍ତିଙ୍କୁ କାଢ଼ି ପାରିବେ।

“ଆପଣ ବିଶ୍ୱାସ କରୁଥିବା ଲୋକଙ୍କ ସହିତ ପାସ୍‌ଓ୍ବର୍ଡ୍‌ କିମ୍ବା ପାସ୍‌କୀ’ ଶେୟର୍‌ କରନ୍ତୁ” ଦେଖନ୍ତୁ।

ଗୋପନୀୟତା ସେଟିଂସ୍ ଆଡ୍‌ଜଷ୍ଟ୍‌ କରନ୍ତୁ

ଆପଣ Safariରେ କେଉଁ ଗୋପନୀୟତା ସେଟିଂସ୍ ଚାହୁଁଛନ୍ତି ବାଛିପାରିବେ ଏବଂ ପ୍ରତ୍ଯେକ ଓ୍ବେବ୍‌ସାଇଟ୍‌ ପାଇଁ ପୃଥକ ବ୍ଯତିକ୍ରମ ତିଆରି କରିପାରିବେ। ”ଗୋପନୀୟ ଭାବରେ ବ୍ରାଉଜ୍‌ କରନ୍ତୁ” ଦେଖନ୍ତୁ।

କୀ’ବୋର୍ଡ୍ ଶର୍ଟ୍‌କଟ୍ ବ୍ଯବହାର କରନ୍ତୁ

ଯଦି ଆପଣଙ୍କApple ବାହ୍ୟ କୀ’ବୋର୍ଡ୍ ଆପଣଙ୍କ iPad ସହିତ ସଂଯୁକ୍ତ ଅଛି, ତେବେ ଆପଣ କୀ’ବୋର୍ଡ୍ ଶର୍ଟ୍‌କଟ୍ ବ୍ଯବହାର କରି Safariରେ ନେଭିଗେଟ୍ କରିପାରିବେ।

ଉପଲବ୍ଧ କୀ’ବୋର୍ଡ୍‌ ଶର୍ଟ୍‌କଟ୍ ଦେଖିବା ପାଇଁ, ଆପଣଙ୍କ କୀ’ବୋର୍ଡ୍‌ ସଂଯୋଗ କରନ୍ତୁ, ତା’ପରେ କମାଣ୍ଡ୍ କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.