ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଫଟୋ ଏବଂ ଭିଡିଓକୁ ଡୁପ୍ଲିକେଟ୍ କରି କପି କରନ୍ତୁ

iPadର ଫଟୋ ଆପ୍‌ରେ, ମୂଳ ଭର୍ଶନ୍‌କୁ ରଖିବା ସମୟରେ ଆପଣ ଏକ ଫଟୋ କିମ୍ବା ଭିଡିଓକୁ ଡୁପ୍ଲିକେଟ୍ କରିପାରିବେ। ଆପଣ ଏକ ଫଟୋ ମଧ‍୍ୟ କପି କରିପାରିବେ ଏବଂ ପରେ ଏହାକୁ ଅନ୍ୟ ଡକ୍ଯୁମେଣ୍ଟ୍‌ରେ ପେଷ୍ଟ୍ କରିପାରିବେ ଯେପରିକି ଇମେଲ୍, SMS କିମ୍ବା ପ୍ରେଜେଣ୍ଟେ୍‌ଶନ୍।

ଫଟୋ କିମ୍ବା ଭିଡିଓ ଡୁପ୍ଲିକେଟ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଫଟୋ କିମ୍ବା ଭିଡିଓ ଖୋଲନ୍ତୁ, ତା’ପରେ “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ।

  3. ଡୁପ୍ଲିକେଟ୍‌ରେ ଟାପ୍ କରନ୍ତୁ।

    ଆପଣଙ୍କ ଲାଇବ୍ରେରିରେ ଅରିଜିନଲ୍ ପାଖରେ ଏକ ଡୁପ୍ଲିକେଟ୍ କପି ଦେଖାଯିବ।

ଫଟୋ କପି କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଫଟୋ ଖୋଲନ୍ତୁ, ତା’ପରେ “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ।

  3. କପିରେ ଟାପ୍ କରନ୍ତୁ, ତା’ପରେ ଫଟୋକୁ ଅନ୍ଯ ଡକ୍ଯୁମେଣ୍ଟ୍‌ରେ ପେଷ୍ଟ୍ କରନ୍ତୁ।

ଏକାଧିକ ଫଟୋ କିମ୍ବା ଭିଡିଓ କପି କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ କପି କରିବାକୁ ଚାହୁଁଥିବା ଥମ୍ବ୍‌ନେଲ୍‌ରେ ଟାପ୍ କରନ୍ତୁ।

  3. “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “କପି କରନ୍ତୁ”ରେ ଟାପ୍ କରନ୍ତୁ।

  4. ଅନ୍ଯ ଡକ୍ଯୁମେଣ୍ଟ୍‌ରେ କପିଗୁଡ଼ିକୁ ପେଷ୍ଟ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.