iPad ରେ ଥିବା Safari ରେ ସାଇଡ୍‌ବାର୍‌ରେ ଏକାଧିକ ଟାବ୍ ସହିତ କାର୍ଯ‍୍ୟ କରନ୍ତୁ

ଆପଣ ସାଇଡ୍‌ବାର୍‌ରେ ଏକା ସମୟରେ ଅନେକ ଟାବ୍‌ ସହିତ କାର୍ଯ୍ୟ କରିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍ ଖୋଲିବା ପାଇଁ “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ସାଇଡ୍‌ବାର୍‌ରେ ଏକ ଟାବ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. “ଟାବ୍‌ ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ କାମ କରିବାକୁ ଚାହୁଁଥିବା ଟାବ୍‌ ଚୟନ କରନ୍ତୁ।

  4. ଚୟନିତ ଟାବ୍‌ ମଧ‍୍ୟରୁ ଗୋଟିଏକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଅନ୍ଯ କୌଣସି ସ୍ଥାନରେ ପେଷ୍ଟ୍ କରିବାକୁ ଟାବ୍‌ କପି କରନ୍ତୁ: “[x] ଲିଙ୍କ୍ କପି କରନ୍ତୁ”ରେ ଟାପ୍ କରନ୍ତୁ।

    • ସମାନ ଲୋକେଶନ୍‌ରେ ଏକ ଟାବ୍‌ର ଡୁପ୍ଲିକେଟ୍ କରନ୍ତୁ: “[x] ଟାବ୍‌ ଡୁପ୍ଲିକେଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଟାବ୍‌କୁ ଅନ୍ୟ ୱିଣ୍ଡୋରେ ମୂଭ୍ କରନ୍ତୁ: “[x] ଟାବ୍‌କୁ ନୂଆ ୱିଣ୍ଡୋରେ ମୂଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଟାବ୍ ଗ୍ରୂପ୍‌କୁ ଟାବ୍‌ ମୂଭ୍ କରନ୍ତୁ: “ଟାବ୍‌ ଗ୍ରୂପ୍‌କୁ ମୂଭ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ “ଟାବ୍‌ ଗ୍ରୂପ୍”ରେ ଟାପ୍ କରନ୍ତୁ।

    • ଟାବ୍ ବନ୍ଦ କରନ୍ତୁ: “[x] ଟାବ୍‌ ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

  5. ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.