ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପଣଙ୍କ ପାସ୍‌ୱର୍ଡ୍‌ ଏବଂ ସମ୍ବନ୍ଧିତ ସୂଚନା ଦେଖନ୍ତୁ

ଆପଣ iPadରେ ଷ୍ଟୋର୍ ଥିବା ଏନ୍‌କ୍ରିପ୍ଟ୍‌ ହୋଇଥିବା ଆକାଉଣ୍ଟ୍ ସୂଚନା ସହିତ ପାସ୍‌ୱର୍ଡ୍‌ ଦେଖିପାରିବେ ଏବଂ କପି କରିପାରିବେ, ସୁରକ୍ଷା ପ୍ରଶ୍ନ ରିମାଇଣ୍ଡର୍ ଭଳି ନୋଟ୍ ଯୋଡ଼ିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ। iCloud କୀ’ଚେନ୍‌ ସୁରକ୍ଷିତ ଭାବରେ ଆପଣଙ୍କର ସମସ୍ତ ଅନୁମୋଦିତ ଡିଭାଇସ୍‌ରେ ଏହି ସୂଚନାକୁ ଅପ୍ ଟୁ ଡେଟ୍ ରଖେ

ଓ୍ବେବ୍‌ସାଇଟ୍‌ କିମ୍ୱା ଆପ୍ ଆକାଉଣ୍ଟ୍‌ ପାଇଁ ଏକ ପାସ୍‌ୱର୍ଡ୍‌ ଦେଖନ୍ତୁ ଓ କପି କରନ୍ତୁ

  1. ଏକ ପାସ୍‌ୱର୍ଡ୍‌ ବ‍୍ୟବହାର କରୁଥିବା ଏକ ଆକାଉଣ୍ଟ୍ ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

    • ସାଇନ୍-ଇନ୍ ସ୍କ୍ରୀନ୍‌ରେ, ପାସ୍‌ୱର୍ଡ୍‌ ଅଟୋଫିଲ୍ ବଟନ୍ରେ ଟାପ୍‌ କରନ୍ତୁ।

  2. ଏକ ଆକାଉଣ୍ଟ୍ ଟାପ୍ କରନ୍ତୁ, ତା’ପରେ ପାସ୍‌ୱର୍ଡ୍‌ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  3. ଅନ୍ଯତ୍ର ବ୍ଯବହାର କରିବା ପାଇଁ ପାସ୍‌ୱର୍ଡ୍‌ କପି କରିବାକୁ, “ପାସ୍‌ୱର୍ଡ୍‌ କପି କରନ୍ତୁ”ରେ ଟାପ୍ କରନ୍ତୁ।

ପାସ୍‌ୱର୍ଡ୍‌ କିମ୍ବା ପାସ୍‌କୀ’ ସହିତ ଏକ ଆକାଉଣ୍ଟ୍‌ ପାଇଁ ନୋଟ୍ ଯୋଡ଼ନ୍ତୁ

ଆପଣ ରିକଭରି କୀ’ ସୂଚନା, ସୁରକ୍ଷା ପ୍ରଶ୍ନ, ପିନ୍ ନମ୍ବର୍ ଏବଂ ସମାନ ବିବରଣୀ ବିଷୟରେ ନୋଟ୍‌କୁ ସୁରକ୍ଷିତ ଭାବରେ ରଖିପାରିବେ।

  1. ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. “ସମସ୍ତ”ରେ ଟାପ୍ କରନ୍ତୁ, ତା’ପରେ ଏକ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. “ଏଡିଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ନୋଟ୍‌ରେ ଟାପ୍‌ କରନ୍ତୁ, ଆପଣଙ୍କ ଟେକ୍ସ୍‌ଟ୍‌ ଲେଖନ୍ତୁ, ତା’ପରେ “ସେଭ୍ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

ନୋଟ୍‌ ଅପ୍‌ଡେଟ୍‌ କରିବା ପାଇଁ, “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନୋଟ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

ଏକ ଆକାଉଣ୍ଟ୍ ପାଇଁ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ

  1. ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. “ସମସ୍ତ”ରେ ଟାପ୍ କରନ୍ତୁ, ତା’ପରେ ଏକ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • “safari” ବଟନ୍ରେ ଟାପ୍ କରନ୍ତୁ।

    • ଓ୍ବେବ୍‌ସାଇଟ୍‌ URLରେ ଟାପ୍‌ କରନ୍ତୁ, “ଓ୍ବେବ୍‌ସାଇଟ୍‌ କପି କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ବ୍ରାଉଜ୍‌ର୍‌ର ଠିକଣା ଫିଲ୍ଡ୍‌ରେ URLକୁ ପେଷ୍ଟ୍ କରନ୍ତୁ।

ଆପଣଙ୍କ iPad ଏବଂ iCloud Keychain ରୁ ଏକ ଆକାଉଣ୍ଟ୍ କାଢ଼ି ଦିଅନ୍ତୁ

  1. ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. ଆକାଉଣ୍ଟ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଉଦାହରଣ ସ୍ୱରୂପ, ଆପଣ ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆକାଉଣ୍ଟ୍‌କୁ କାଢ଼ିବା ପାଇଁ ଚାହିଁପାରନ୍ତି ଯାହା ଆଉ ଉପଲବ୍ଧ ନାହିଁ।

ଧ‍୍ୟାନ ଦିଅନ୍ତୁ: ଏହି କାର୍ଯ‍୍ୟ ଆକାଉଣ୍ଟ୍‌କୁ ଆପଣ ତିଆରି କରିଥିବା ୱେବ୍‌ସାଇଟ୍ କିମ୍ବା ଆପ୍‌ରୁ କାଢ଼େନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.