ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଫଟୋ ଏବଂ ଭିଡିଓକୁ କ୍ରପ୍, ରୋଟେଟ୍, ଫ୍ଲିପ୍ କିମ୍ବା ସିଧା କରନ୍ତୁ

ଆପଣ iPadରେ ଏକ ଫଟୋ କିମ୍ୱା ଭିଡିଓର ସାଇଜ୍‌କୁ କ୍ରପ୍, ରୋଟେଟ୍, ଫ୍ଲିପ୍, ସିଧା କିମ୍ବା ଆଡ୍‌ଜଷ୍ଟ୍‌ କରିବାକୁ ଫଟୋ ଆପ୍‌ରେ ଥିବା ଟୂଲ୍‌କୁ ବ୍ୟବହାର କରିପାରିବେ।

ଆପଣ iCloud ଫଟୋ ବ୍ଯବହାର କରିବା ସମୟରେ ନିଜର ଫଟୋ ଏବଂ ଭିଡିଓଗୁଡ଼ିକରେ କରିଥିବା କୌଣସି ଏଡିଟ୍‌ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ସେଭ୍‌ ହୋଇଥାଏ।

ଗୋଟିଏ ଫଟୋ କିମ୍ବା ଭିଡିଓକୁ କ୍ରପ୍, ରୋଟେଟ୍ କିମ୍ବା ଫ୍ଲିପ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏହାକୁ ଖୋଲିବାକୁ ଫଟୋ କିମ୍ବା ଭିଡିଓରେ ଟାପ୍‌ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. ସ୍କ୍ରୀନର ବାମ ପାର୍ଶ୍ୱରେ “କ୍ରପ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ କରନ୍ତୁ:

    ଫଟୋ ଆପ୍‌ରେ ଏକ ଫଟୋ ସହିତ “ଏଡିଟ୍ କରନ୍ତୁ” ସ୍କ୍ରୀନ୍‌। ସ୍କ୍ରୀନ୍‌ର ବାମ ପାର୍ଶ୍ୱରେ ଆଡ୍‌ଜଷ୍ଟ୍, ଫିଲ୍ଟର୍ ଏବଂ କ୍ରପ୍ ବଟନ୍ ଅଛି; କ୍ରପ୍ ବଟନ୍ ଚୟନ କରାଯାଇଛି। ପ୍ରଭାବର ସ୍ତରକୁ ଆଡ୍‌ଜଷ୍ଟ୍ କରିବା ପାଇଁ ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ କ୍ରପ୍ ଉନ୍ନତି ବିକଳ୍ପ ଏବଂ ଏକ ସ୍ଲାଇଡର୍ ଅଛି।
    • ମାନ‍୍ୟୁଅଲି କ୍ରପ୍ କରନ୍ତୁ: ଆପଣ ଇମେଜ୍‌ରେ ରଖିବାକୁ ଚାହୁଁଥିବା କ୍ଷେତ୍ରକୁ ଏନ୍‌କ୍ଲୋଜ୍ କରିବାକୁ ଆୟତକ୍ଷେତ୍ରାକାର କୋଣଗୁଡ଼ିକୁ ଡ୍ରାଗ୍ କରନ୍ତୁ କିମ୍ବା “ଖୋଲନ୍ତୁ” କିମ୍ବା “ବନ୍ଦ କରନ୍ତୁ”କୁ ପିଞ୍ଚ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଯେତେବେଳେ ଆପଣ ଏକ କୋଣକୁ ଡ୍ରାଗ୍ କରନ୍ତି, କ୍ରପ୍ ଟୂଲ୍ ଫଟୋର ଅରଜିନଲ୍‌ ଆସ୍ପେକ୍ଟ୍‌ ଅନୁପାତ ରଖିଥାଏ। ଆସ୍ପେକ୍ଟ୍‌ ଅନୁପାତ ବଦଳାଇବାକୁ, ଆସ୍ପେକ୍ଟ୍‌ ଅନୁପାତ ଅନ୍‌ଲକ୍ କରିବା ପାଇଁ ଫଟୋର ଶୀର୍ଷ-ଡାହାଣ କୋଣରେ ଥିବା ଲକ୍‌ରେ ଟାପ୍ କରନ୍ତୁ।

    • ଏକ ଷ୍ଟାଣ୍ଡାର୍ଡ୍ ପ୍ରିସେଟ୍ ଅନୁପାତକୁ କ୍ରପ୍ କରନ୍ତୁ: ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଆସ୍ପେକ୍ଟ୍‌ ଅନୁପାତ” ବଟନ୍ ଉପରେ ଟାପ୍‌ କରନ୍ତୁ, ତା’ପରେ ସ୍କ୍ରୀନ୍‌ ତଳେ ଏକ ବିକଳ୍ପ ଯେପରିକି, ବର୍ଗ, ୱାଲ୍‌ପେପର୍, 9:16 କିମ୍ବା 5:7 ବାଛନ୍ତୁ।

    • ରୋଟେଟ୍ କରନ୍ତୁ: 90 ଡିଗ୍ରୀ ଘୂରାଇବା ପାଇଁ ରୋଟେଟ୍‌ ବଟନ୍‌ରେ ଟାପ୍‌ କରନ୍ତୁ।

    • ଫ୍ଲିପ୍ କରନ୍ତୁ: ଇମେଜ୍‌କୁ ଭୂସମାନ୍ତର ଭାବରେ ଫ୍ଲିପ୍ କରିବା ପାଇଁ ଫ୍ଲିପ୍ ବଟନ୍‌ରେ ଟାପ୍ କରନ୍ତୁ।

  4. ଆପଣଙ୍କ ଏଡିଟ୍ ସେଭ୍ କରିବାକୁ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ, କିମ୍ବା ଯଦି ଆପଣଙ୍କୁ ନିଜ ପରିବର୍ତ୍ତନ ଭଲ ଲାଗୁ ନାହିଁ, ତେବେ “ବାତିଲ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ପରିବର୍ତ୍ତନକୁ ଖାରଜ କରନ୍ତୁ”ରେ ଟାପ୍‌ କରନ୍ତୁ।

ଆପଣ ଦେଖୁଥିବା ସମୟରେ ଏକ ଫଟୋକୁ ଶୀଘ୍ର କ୍ରପ୍ କରିବାକୁ, ଜୂମ୍ ଇନ୍ କରିବାକୁ ଫଟୋକୁ ପିଞ୍ଚ୍ କରନ୍ତୁ। ଯେତେବେଳେ ଫଟୋ ଆପଣ ଚାହୁଁଥିବା ପରି କ୍ରପ୍‌ ହୋଇଯିବ, ସେତେବେଳେ ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରେ “କ୍ରପ୍ କରନ୍ତୁ”ରେ ଟାପ୍ କରନ୍ତୁ। କ୍ରପ୍ ଟୂଲ୍‌ର ସହାୟତାରେ ଯେକୌଣସି ଆଡ୍‌ଜଷ୍ଟ୍‌ମେଣ୍ଟ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଗୋଟିଏ ଫଟୋ କିମ୍ବା ଭିଡିଓକୁ ସିଧା କରନ୍ତୁ ଏବଂ ଏହାର ଅବସ୍ଥିତି ଆଡ୍‌ଜଷ୍ଟ୍ କରନ୍ତୁ

ଆପଣ ଏକ ଫଟୋ କିମ୍ବା ଭିଡିଓକୁ ସିଧା କରିପାରିବେ କିମ୍ବା ଏହାକୁ ଭୂଲମ୍ବ କିମ୍ବା ଭୂସମାନ୍ତର ଭାବରେ ଟିଲ୍ଟ୍ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏହାକୁ ଖୋଲିବାକୁ ଫଟୋ କିମ୍ବା ଭିଡିଓରେ ଟାପ୍‌ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. “କ୍ରପ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  4. ଏଡିଟିଂ ବିକଳ୍ପ ଦେଖିବା ପାଇଁ ଫଟୋ ତଳେ ବାମକୁ ସ୍ୱାଇପ୍ କରନ୍ତୁ।

  5. ଆପଣ ଏଡିଟ୍ କରିବାକୁ ଚାହୁଁଥିବା ଇଫେକ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ ସଠିକ୍ ଆଡ୍‌ଜଷ୍ଟ୍‌ମେଣ୍ଟ୍ କରିବା ପାଇଁ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

    ଆପଣ କରିଥିବା ଆଡ୍‌ଜଷ୍ଟ୍‌ମେଣ୍ଟ୍‌ର ସ୍ତର ସ୍ଲାଇଡର୍ ଦ୍ୱାରା ଡିସ୍‌ପ୍ଲେ ହୋଇଥାଏ। ଏଡିଟ୍ ହୋଇଥିବା ଫଟୋ କିମ୍ବା ଭିଡିଓ ଏବଂ ଅରିଜିନଲ୍ ମଧ୍ୟରେ ସ୍ୱିଚ୍ କରିବାକୁ ବଟନ୍‌ରେ ଟାପ୍‌ କରନ୍ତୁ।

  6. ଆପଣଙ୍କ ଏଡିଟ୍‌ଗୁଡ଼ିକୁ ସେଭ୍ କରିବା ପାଇଁ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

    ଟିପ୍‌: ଆପଣ ସେଭ୍‌ କରିବା ପରେ ଏଡିଟ୍‌ ପୂର୍ବ ଭଳି କରିବାକୁ, ଫଟୋ କିମ୍ୱା ଭିଡିଓ ଖୋଲନ୍ତୁ, ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ରିଭର୍ଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

Apple Intelligence ବ୍ଯବହାର କରି ବିଭ୍ରାନ୍ତିକୁ କାଢ଼ି ଦିଅନ୍ତୁ

ଯଦି ଆପଣଙ୍କ ପାଖରେ ଏକ iPad ଅଛି ଯାହା Apple Intelligence କୁ ସମର୍ଥନ କରେ,* ତେବେ ଆପଣ ଏକ ଫଟୋରେ ବିଭ୍ରାନ୍ତିକର ଅବ୍‌ଜେକ୍ଟ୍‌କୁ ଚିହ୍ନଟ କରିବା ଏବଂ କାଢ଼ିବାରେ ସହାୟତା କରିବାକୁ କ୍ଲୀନ୍ ଅପ୍‌ ଟୂଲ୍‌ ବ‍୍ୟବହାର କରିପାରିବେ। “ଆପଣଙ୍କ ଫଟୋରୁ ବିଭ୍ରାନ୍ତିଗୁଡ଼ିକୁ କାଢ଼ନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.