iPad ରେ ଏକ କଲ୍ କରନ୍ତୁ

ଆପଣଙ୍କ iPad ରେ ଫୋନ୍ କଲ୍ କରିବା ପାଇଁ ଅନେକ ଉପାୟ ରହିଛି: କୀ’ପ୍ଯାଡ୍‌ରେ ନମ୍ବର୍ ଡାଏଲ୍ କରନ୍ତୁ, ଏକ ଫେଭରିଟ୍ କିମ୍ବା ସାମ୍ପ୍ରତିକ କଲ୍‌ରେ ଟାପ୍ କରନ୍ତୁ କିମ୍ବା ଆପଣଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ଏକ ନମ୍ବର୍ ବାଛନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କ iPad ରେ ଫୋନ୍ ଆପ୍ ନାହିଁ, ତେବେ ଆପଣ ଏହାକୁ App Store ରୁ ଡାଉନ୍‌ଲୋଡ୍ କରିପାରିବେ

ସ୍କ୍ରୀନ୍‌ର ବାମ ପାର୍ଶ୍ୱରେ ଫେଭରିଟ୍ କଣ୍ଟାକ୍ଟ୍‌ ସହିତ ଫୋନ୍ ଆପ୍। ଫେଭରିଟ୍ ତଳେ ଥିବା ସାମ୍ପ୍ରତିକ କଲ୍ ଏବଂ ଭଏସ୍‌ମେଲ୍‌ର ଏକ ଲିଷ୍ଟ୍। ସ୍କ୍ରୀନ୍‌ର ଶୀର୍ଷ ଡାହାଣ ପାର୍ଶ୍ୱରେ କୀ’ପ୍ୟାଡ୍ ବଟନ୍ ସହ ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ ଦେଖାଯାଉଥିବା କଣ୍ଟାକ୍ଟ୍‌ ସୂଚନା।

ଏକ ନମ୍ବର୍ ଡାଏଲ୍ କରନ୍ତୁ

Siri: କଲ୍ କରିବାକୁ କିମ୍ବା ଏକ ନମ୍ୱର୍‌ ଡାଏଲ୍ କରିବାକୁ Siri କୁ ପଚାରନ୍ତୁ। ପ୍ରତ୍ଯେକ ସଂଖ୍ଯାକୁ ଅଲଗା ଭାବେ କୁହନ୍ତୁ-ଉଦାହରଣ ସ୍ୱରୂପ, “ଚାରି ଏକ ପାଞ୍ଚ, ପାଞ୍ଚ ପାଞ୍ଚ ପାଞ୍ଚ....” U. S.ର 800 କ୍ଷେତ୍ର କୋଡ୍ ପାଇଁ ଆପଣ “ଆଠ ଶହ” କହିପାରିବେ। Siriକୁ କିପରି ବ୍ୟବହାର କରିବେ ଜାଣନ୍ତୁ

କିମ୍ବା Siri ବ୍ୟବହାର ନ କରି:

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ-ଡାହାଣ କୋଣରେ ସର୍କଲ୍ ଗ୍ରିଡ୍ ବଟନ୍ ଟାପ୍ କରନ୍ତୁ, ତାପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • କୀ’ପ୍ଯାଡ୍ ବ‍୍ୟବହାର କରି ସଂଖ୍ଯା ଲେଖନ୍ତୁ: ଯଦି ଆପଣ କୌଣସି ଭୁଲ କରନ୍ତି, ତେବେ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

    • ଶେଷ ସଂଖ୍ଯାକୁ ରିଡାଏଲ୍ କରନ୍ତୁ: ଆପଣ ଡାଏଲ କରିଥିବା ଶେଷ ନମ୍ବର୍ ଦେଖିବା ପାଇଁ, କଲ୍ ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ସେହି ନମ୍ବର୍‌କୁ କଲ୍ କରିବା ପାଇଁ କଲ୍ ବଟନ୍ରେ ଟାପ୍‌ କରନ୍ତୁ।

    • ଆପଣ କପି କରିଥିବା ଏକ ନମ୍ବର୍‌କୁ ପେଷ୍ଟ୍ କରନ୍ତୁ: କୀ’ପ୍ଯାଡ୍ ଉପରେ ଥିବା ଫୋନ୍ ନମ୍ବର କ୍ଷେତ୍ରରେ ଟାପ୍ କରନ୍ତୁ, ତା’ପରେ ପେଷ୍ଟ୍ କରନ୍ତୁ।

    • ଏକ ସଫ୍ଟ୍ (2-ସେକେଣ୍ଡର) ପଜ୍ ଏଣ୍ଟର୍‌ କରନ୍ତୁ: କମା ନ ଦେଖା ଯିବା ପର୍ଯ‍୍ୟନ୍ତ ତାରକା (*) କୀ’କୁ ସ୍ପର୍ଶ କରି ହୋଲଡ୍ କରନ୍ତୁ।

    • ଏକ ହାର୍ଡ୍‌ ପଜ୍ ଏଣ୍ଟର୍‌ କରନ୍ତୁ (“ଡାୟଲ୍ ବଟନ୍” ଟାପ୍ ନକରିବା ପର୍ଯ‍୍ୟନ୍ତ ଡାଏଲ୍ ପଜ୍‌ କରିବା ପାଇଁ): ସେମିକୋଲନ୍ ନ ଦେଖା ଯିବା ପର୍ଯ‍୍ୟନ୍ତ ପାଉଣ୍ଡ୍ (#) କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    • ଆନ୍ତର୍ଜାତୀୟ କଲ୍ ପାଇଁ “+” ଲେଖନ୍ତୁ: “+” ନ ଦେଖା ଯିବା ପର୍ଯ‍୍ୟନ୍ତ “0” କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. କଲ୍ ଆରମ୍ଭ କରିବା ପାଇଁ କଲ୍ ବଟନ୍ରେ ଟାପ୍ କରନ୍ତୁ।

କଲ୍ ଶେଷ କରିବା ପାଇଁ “କଲ୍ ଶେଷ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଆପଣଙ୍କ ଫେଭରିଟ୍‌ରୁ କଣ୍ଟାକ୍ଟ୍ ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. ଫିଲ୍ଟର୍‌ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ କଲ୍‌ରେ ଟାପ୍ କରନ୍ତୁ।

  3. ଆପଣଙ୍କ ଫେଭରିଟ୍‌ରେ ଏକ କଣ୍ଟାକ୍ଟ୍ ଯୋଡ଼ିବା ପାଇଁ, ସ୍କ୍ରୀନ୍‌ର ଶୀର୍ଷ-ବାମ କୋଣରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଯଦି ଆପଣ ନିଜର ପ୍ରଥମ ଫେଭରିଟ୍ ଯୋଡ଼ୁଛନ୍ତି: “ଫେଭରିଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    • ଯଦି ଆପଣ ପୂର୍ବରୁ ଏକ ଫେଭରିଟ୍ ଯୋଡ଼ିଛନ୍ତି: “ଫେଭରିଟ୍ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  4. ଏକ କଣ୍ଟାକ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ କମ‍୍ୟୂନିକେଶନ୍‌ର ଡିଫଲ୍ଟ୍‌ ପଦ୍ଧତି (ଉଦାହରଣ ସ୍ୱରୂପ, ମେସେଜ୍, କଲ୍ କିମ୍ବା ଭିଡିଓ) ଏବଂ ପସନ୍ଦର ନମ୍ବର୍‌ ବାଛନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

  5. ଆପଣଙ୍କ ଫେଭରିଟ୍‌ରୁ ଏକ କଣ୍ଟାକ୍ଟ୍ କାଢ଼ିବା ପାଇଁ, “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, “ଫେଭରିଟ୍ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ କାଢ଼ିବାକୁ ଚାହୁଁଥିବା କଣ୍ଟାକ୍ଟ୍‌ର ଉପର-ବାମ କୋଣରେ ଥିବା “କାଢ଼ି ଦିଅନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

ଆପଣଙ୍କ ଫେଭରିଟ୍‌ରେ ଥିବା କୌଣସି ବ୍ଯକ୍ତିଙ୍କ ସହ ଯୋଗାଯୋଗ କରିବାକୁ, ତାଙ୍କ ନାମରେ ଟାପ୍ କରନ୍ତୁ।

ଏକ ସାମ୍ପ୍ରତିକ କଲ୍‌କୁ ପୁଣି ଡାଏଲ୍ କରନ୍ତୁ କିମ୍ବା ଫେରନ୍ତୁ

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. ଫିଲ୍ଟର୍‌ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ କଲ୍‌ରେ ଟାପ୍ କରନ୍ତୁ।

  3. ଆପଣଙ୍କ ସ୍କ୍ରୀନ୍‌ର ବାମ ପାର୍ଶ୍ୱରେ ଥିବା “ସାମ୍ପ୍ରତିକ ଲିଷ୍ଟ୍”ରେ, ଏକ ନାମ କିମ୍ବା ସଂଖ୍ଯାରେ ଟାପ୍ କରନ୍ତୁ।

    ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ କଲ୍ କିମ୍ବା କଲର୍‌ଙ୍କ ବିଷୟରେ ସୂଚନା ଦେଖାଯାଏ।

  4. ପୁନଃ ଡାଏଲ୍‌ କରିବାକୁ କିମ୍ବା ଏକ କଲ୍‌କୁ ଫେରିବା ପାଇଁ, ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ କଲର୍‌ଙ୍କ ନାମ କିମ୍ବା ନମ୍ବର୍ ତଳେ ଥିବା କଲ୍ ବଟନ୍ ରେ ଟାପ୍ କରନ୍ତୁ।

ଆପଣଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ଥିବା କୌଣସି ବ୍ଯକ୍ତିଙ୍କୁ କଲ୍ କରନ୍ତୁ

କିମ୍ବା ନିମ୍ନଲିଖିତ କାର୍ଯ‍୍ୟ କରନ୍ତୁ:

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ଆପଣ କଲ୍ କରିବାକୁ ଚାହୁଁଥିବା କଣ୍ଟାକ୍ଟ୍‌ର ନାମ ଟାଇପ୍ କରନ୍ତୁ, ତା’ପରେ ସର୍ଚ୍ଚ୍ ଫଳାଫଳରେ ଏହା ଦେଖାଗଲେ ତାଙ୍କ ନାମରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ ଥିବା କଣ୍ଟାକ୍ଟ୍ କାର୍ଡ୍‌ରେ, ଫୋନ୍‌ ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣ କଲ୍ କରିବାକୁ ଚାହୁଁଥିବା ନମ୍ବର୍‌ରେ ଟାପ୍ କରନ୍ତୁ।

ଚେତାବନୀ: ବିପଜ୍ଜନକ ପରିସ୍ଥିତି ତିଆରି କରୁଥିବା ବିଭ୍ରାନ୍ତିକୁ ଏଡ଼ାଇବାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ iPad ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସୂଚନା ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ “Apple Intelligence କିପରି ପ୍ରାପ୍ତ କରିବେ” ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.