ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଏକ ଭଏସ୍ ମେମୋ ଟ୍ରାନ୍ସ୍‌କ୍ରିପ୍ସନ୍ ଦେଖନ୍ତୁ

iPadOS 18 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ, ଆପଣଙ୍କ ଅଡିଓ ରେକର୍ଡିଂଗୁଡ଼ିକରେ ଭାଷଣକୁ ଭଏସ୍ ମେମୋରେ ଟେକ୍ସଟ୍‌ରେ ଟ୍ରାନ୍ସ୍‌କ୍ରାଇବ୍‌ କରାଯାଇପାରିବ। ଆପଣ ରେକର୍ଡିଂ ସମୟରେ କିମ୍ବା ପରେ ଟ୍ରାନ୍ସ୍‌କ୍ରିପ୍‌ସନ୍ ଦେଖିପାରିବେ।

ଯଦି ଆପଣ ଭଏସ୍ ମେମୋର ପୂର୍ବ ଭର୍ଶନ୍‌ (iPadOS 17 କିମ୍ୱା ପୂର୍ବ ଭର୍ଶନ୍‌)ରେ କରାଯାଇଥିବା ଏକ ରେକର୍ଡିଂ ଖୋଲନ୍ତି, ତେବେ ଏଥିରେ ରେକର୍ଡ୍‌ ହୋଇଥିବା ସ୍ପୀଚ୍‌ ଅନ୍ତର୍ଭୁକ୍ତ ଥିଲେ ଭଏସ୍ ମେମୋ ଏହାକୁ ସ୍ୱୟଂଚାଳିତ ଭାବରେ ଟ୍ରାନ୍ସ୍‌କ୍ରାଇବ୍‌ କରିବ।

ଧ‍୍ୟାନ ଦିଅନ୍ତୁ: ଅଡିଓ ଟ୍ରାନ୍ସକ୍ରିପ୍ସନ୍ସମର୍ଥିତ ମଡେଲ୍‌ଗୁଡ଼ିକରେ ଇଂରାଜୀ (ସମସ୍ତ ସମସ୍ତ ଭାରିଆଣ୍ଟ୍), ସ୍ପାନିଶ୍, ପର୍ତ୍ତୁଗୀଜ୍‌, ଇଟାଲୀୟ, ଫ୍ରେଞ୍ଚ୍‌, ଜର୍ମାନ୍, ଜାପାନୀ, କୋରିଆନ୍, ସରଳୀକୃତ ଚାଇନିଜ୍ ଏବଂ ପାରମ୍ପରିକ ଚାଇନିଜ୍‌ରେ ଉପଲବ୍ଧ। ଏହା ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ।

ରେକର୍ଡିଂ ସମୟରେ ଏକ ଟ୍ରାନ୍ସ୍‌କ୍ରିପ୍‌ସନ୍ ଦେଖନ୍ତୁ

  1. ଆପଣଙ୍କ iPad ରେ ଭଏସ୍ ମେମୋ ଆପ୍ କୁ ଯାଆନ୍ତୁ।

  2. ରେକର୍ଡିଂ ଆରମ୍ଭ କରିବା ପାଇଁ “ରେକର୍ଡ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

  3. ଟ୍ରାନ୍‌ସ୍କ୍ରିପ୍ସନ୍ ଲାଇଭ୍ ଦେଖିବା ପାଇଁ ଟ୍ରାନ୍ସକ୍ରିପ୍ସନ୍ ବଟନ୍ ରେ ଟାପ୍ କରନ୍ତୁ।

    ୱେଭ୍‌ଫର୍ମ୍‌ ଅସ୍ଥାୟୀ ଭାବରେ ଅଦୃଶ୍ୟ ହୋଇଯାଏ ଏବଂ ବର୍ତ୍ତମାନର ଶବ୍ଦ ହାଇଲାଇଟ୍ ସହିତ ଟ୍ରାନ୍ସ୍‌କ୍ରିପ୍ସନ୍ ଦୃଶ୍ୟମାନ ହୁଏ। ଆପଣଙ୍କ ୱେଭ୍‌ଫର୍ମ୍‌ ଭ‍୍ୟୁ’କୁ ଫେରିବାକୁ ଚୟନିତ ଟ୍ରାନ୍ସ୍‌କ୍ରିପ୍ସନ୍ ବଟନ୍‌ରେ ଟାପ୍ କରନ୍ତୁ।

  4. ରେକର୍ଡିଂ ବନ୍ଦ କରିବା ପାଇଁ “ପଜ୍ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ; ଜାରି ରଖିବା ପାଇଁ “ପୁନଃ ଚାଲୁ କରନ୍ତୁ”ରେ ଟାପ୍‌ କରନ୍ତୁ।

  5. ରେକର୍ଡିଂ ସେଭ୍‌ କରିବା ପାଇଁ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

ରେକର୍ଡିଂ ପରେ ଟ୍ରାନ୍ସ୍‌କ୍ରାଇବ୍ ହୋଇଥିବା ଟେକ୍ସ୍‌ଟ୍ ଦେଖନ୍ତୁ କିମ୍ବା କପି କରନ୍ତୁ

  1. ଆପଣଙ୍କ iPad ରେ ଭଏସ୍ ମେମୋ ଆପ୍ କୁ ଯାଆନ୍ତୁ।

  2. ଆପଣ ଦେଖିବାକୁ ଚାହୁଁଥିବା ଟ୍ରାନ୍ସ୍‌କ୍ରିପ୍ଟ୍‌ ସହିତ ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ରେକର୍ଡିଂ ଏଡିଟ୍‌ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

  3. ଟ୍ରାନ୍ସକ୍ରିପ୍ସନ୍ ଦେଖିବା ପାଇଁ ଟ୍ରାନ୍ସକ୍ରିପ୍ସନ୍ ବଟନ୍ରେ ଟାପ୍ କରନ୍ତୁ।

  4. ଆପଣ କପି କରିବାକୁ ଚାହୁଁଥିବା ଟେକ୍ସ୍‌ଟ୍ ଚୟନ କରନ୍ତୁ, ତା’ପରେ “କପି କରନ୍ତୁ”ରେ ଟାପ୍ କରନ୍ତୁ।

    ଆପଣ ଅନ୍ଯ ଏକ ଡକ୍ଯୁମେଣ୍ଟ୍‌—ଉଦାହରଣ ସ୍ବରୂପ, Mail ମେସେଜ୍‌ କିମ୍ବା ଟେକ୍ସ୍‌ଟ୍‌ ଫାଇଲ୍‌ ଖୋଲିପାରିବେ—ଏବଂ ଏଥିରେ ଟେକ୍ସ୍‌ଟ୍ ପେଷ୍ଟ୍ କରିପାରିବେ।

Apple Intelligence* ସହାୟତାରେ, ଆପଣ “ଲିଖନ ଟୂଲ୍‌” ବ୍ୟବହାର କରି ଟ୍ରାନ୍‌ସ୍କ୍ରିପ୍ଟ୍‌କୁ ଏକ ଟାପ୍‌ ସହିତ ସଂକ୍ଷିପ୍ତ କରିପାରିବେ, ଆପଣଙ୍କ କାମକୁ ପ୍ରୂଫ୍‌ରୀଡ୍ କରିପାରିବେ ଏବଂ ସଠିକ୍ ଶବ୍ଦ ଏବଂ ଟୋନ୍‌ ଖୋଜିପାରିବେ। “Apple Intelligence ସହିତ ଲିଖନ ଟୂଲ୍‌ ବ‍୍ୟବହାର କରନ୍ତୁ” ଦେଖନ୍ତୁ।

ଶୀର୍ଷକ ଏବଂ ଟ୍ରାନ୍ସ୍‌କ୍ରିପ୍ସନ୍‌ରେ ଟେକ୍ସ୍‌ଟ୍‌ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPadରେ ଭଏସ୍ ମେମୋ ଆପ୍ (ୟୁଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ ଦେଖାଇବା ପାଇଁ ରେକର୍ଡିଂ ଲିଷ୍ଟ୍‌ର ଶୀର୍ଷରୁ ତଳକୁ ସ୍ୱାଇପ୍ କରନ୍ତୁ।

  3. ସର୍ଚ୍ଚ୍ ଫିଲ୍ଡ୍‌ରେ, ଆପଣ ଖୋଜିବାକୁ ଚାହୁଁଥିବା ଟେକ୍ସ୍‌ଟ୍ ଲେଖନ୍ତୁ।

    ଏହି ଲିଷ୍ଟ୍ କେବଳ ସେହି ଟେକ୍ସଟ୍ ସହିତ ରେକର୍ଡିଂ ଦେଖାଏ-ଶୀର୍ଷକ କିମ୍ବା ଅଡିଓ ଟ୍ରାନ୍ସ୍‌କ୍ରିପ୍ସନ୍‌ରେ।

ଆପଣ ଟ୍ରାନ୍ସ୍‌କ୍ରିପ୍ସନ୍‌ରେ ଏକ ଟର୍ମ୍‌ ଚୟନ କଲେ, ଅଡିଓ ୱେଭ୍‌ଫର୍ମ୍‌ରେ ସେହି ଲୋକେଶନ୍‌ରେ ପ୍ଲେହେଡ୍ ଦେଖାଯାଏ। ଆପଣଙ୍କ ୱେଭ୍‌ଫର୍ମ୍‌କୁ ଫେରିବାକୁ ଚୟନିତ ଟ୍ରାନ୍ସ୍‌କ୍ରିପ୍ସନ୍ ବଟନ୍‌ରେ ଟାପ୍ କରନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.