iPad ରେ କଲ୍ ଫର୍‌ୱର୍ଡିଂ ସେଟ୍ ଅପ୍ କରନ୍ତୁ

ଯଦି ଆପଣଙ୍କର GSM ନେଟ୍‌ୱର୍କ୍ ମାଧ‍୍ୟମରେ ମୋବାଇଲ୍ ସେବା ଅଛି ତେବେ ଆପଣ iPad ରେ କଲ୍ ଫର୍‌ୱର୍ଡିଂ ସେଟ୍ ଅପ୍ କରିପାରିବେ।

ଯଦି ଆପଣଙ୍କର ମୋବାଇଲ୍ ସେବା CDMA ନେଟ୍‌ଓ୍ବର୍କ୍ ମାଧ୍ଯମରେ ମିଳୁଛି, କଲ୍ ଫର୍‌ୱର୍ଡିଂ ସେଟ୍ ଅପ୍ କରିବା ବିଷୟରେ ସୂଚନା ପାଇଁ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ଫୋନ୍‌ରେ ଟାପ୍ କରନ୍ତୁ।

  3. “କଲ୍ ଫରୱର୍ଡ଼ିଂ”ରେ ଟାପ୍ କରନ୍ତୁ, ତା’ପରେ କଲ୍ ଫରୱର୍ଡ଼ିଂ ଚାଲୁ କରନ୍ତୁ।

    କଲ୍ ଫର୍‌ୱର୍ଡିଂ ଅନ୍‌ ଥିବା ସମୟରେ କଲ୍ ଫର୍‌ୱର୍ଡିଂ ଆଇକନ୍  ଷ୍ଟାଟସ୍ ବାର୍‌ ରେ ଦେଖାଯାଏ।

  4. “ଫର୍‌ୱର୍ଡ୍‌ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ରିଡାଇରେକ୍ଟ୍ କରିବାକୁ ଚାହୁଁଥିବା ନମ୍ବର୍‌କୁ ଲେଖନ୍ତୁ, ତା’ପରେ “ପଛକୁ ଯାଆନ୍ତୁ”ରେ ଟାପ୍ କରନ୍ତୁ।

କଲ୍ ଫର୍‌ୱର୍ଡ୍‌ କରିବା ପାଇଁ iPad ସେଟ୍ କରିବା ସମୟରେ ଆପଣ ମୋବାଇଲ୍ ନେଟ୍‌ୱର୍କ୍‌ର ରେଞ୍ଜ୍ ମଧ‍୍ୟରେ ରହିବା ଆବଶ‍୍ୟକ ନଚେତ୍ କଲ୍ ଫର୍‌ୱର୍ଡ୍‌ ହେବ ନାହିଁ।

ଯଦି ଲାଇନ୍ ବ୍ଯସ୍ତ ଥିବା କିମ୍ବା ସେବାରେ ନଥିବା ସମୟରେ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ସର୍ତ୍ତମୂଳକ କଲ୍ ଫର୍‌ୱର୍ଡିଂକୁ ସମର୍ଥନ କରନ୍ତି, ତେବେ ସେଟ୍ଅପ୍ ସୂଚନା ପାଇଁ ତାଙ୍କ ସହ ଯୋଗାଯୋଗ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.