iPad ରେ ଏକ ୱେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍‌ ହିଷ୍ଟ୍ରି ଦେଖନ୍ତୁ

ଆପଣ ଏକ ୱେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଏକ ପାସ୍‌ୱର୍ଡ୍‌ର ପୂର୍ବବର୍ତ୍ତୀ ଭର୍ଶନ୍ ସହିତ ସେଗୁଡ଼ିକର ପରିବର୍ତ୍ତନ ତାରିଖ ଦେଖିପାରିବେ। ଆପଣ ପରିବର୍ତ୍ତନର ହିଷ୍ଟ୍ରି ମଧ୍ଯ କ୍ଲିଅର୍ କରିପାରିବେ।

  1. ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡବାର୍‌ରେ ଥିବା “ସମସ୍ତ”ରେ ଟାପ୍ କରନ୍ତୁ।

  3. ୱେବ୍‌ସାଇଟ୍‌ କିମ୍ବା ଆପ୍ ଆକାଉଣ୍ଟ୍ ଚିହ୍ନଟ କରି ଟାପ୍ କରନ୍ତୁ।

  4. “ହିଷ୍ଟ୍ରି ଦେଖନ୍ତୁ”ରେ ଟାପ୍ କରନ୍ତୁ।

    ଯଦି AirDrop ବ୍ୟବହାର କରି ଆପଣ କାହା ସହିତ ପାସ୍‌ୱର୍ଡ୍ ଶେୟର୍ କରିଛନ୍ତି, ଏବଂ ଏକ ଶେୟର୍ କରାଯାଇଥିବା ପାସ୍‌ୱର୍ଡ୍ ଗ୍ରୂପ୍ ସହିତ ଆପଣ ପାସ୍‌ୱର୍ଡ୍ ଶେୟର୍ କିମ୍ବା ଅନ୍‌ଶେୟର୍ କରିଛନ୍ତି ତେବେ ତାହା ମଧ‍୍ୟ ପରିବର୍ତ୍ତନର ହିଷ୍ଟ୍ରିରେ ଦେଖାଯାଏ।

ପାସ୍‌ୱର୍ଡ୍‌ ଦେଖାଇବା ପାଇଁ, “ପାସ୍‌ୱର୍ଡ୍‌ ପରିବର୍ତ୍ତନ ହୋଇଛି” ବଟନ୍ ରେ ଟାପ୍ କରନ୍ତୁ।

ପରିବର୍ତ୍ତନଗୁଡ଼ିକର ଲିଷ୍ଟ୍ କାଢ଼ିବା ପାଇଁ “କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.