ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ହୋମ୍ ସ୍କ୍ରୀନ୍‌ରେ ଆପ୍ ଏବଂ ୱିଜେଟ୍‌କୁ ମୂଭ୍ କରନ୍ତୁ

ଆପଣ ନିଜ ହୋମ୍ ସ୍କ୍ରୀନର ଲେଆଉଟ୍ ବଦଳାଇ ପାରିବେ-ଆପଣଙ୍କ ୱାଲ୍‌ପେପର୍ ଫ୍ରେମ୍ କରିବା ପାଇଁ ଆପ୍ ଏବଂ ୱିଜେଟ୍‌କୁ ସ୍କ୍ରୀନ୍‌ରେ ଯେକୌଣସି ସ୍ଥାନକୁ ମୂଭ୍‌ କରି ପାରିବେ କିମ୍ବା ସେଗୁଡ଼ିକୁ ଅନ୍ଯ ହୋମ୍ ସ୍କ୍ରୀନ୍ ପୃଷ୍ଠାକୁ ଡ୍ରାଗ୍ କରିପାରିବେ। ଯଦି ଆପଣଙ୍କର ଏକାଧିକ ହୋମ୍ ସ୍କ୍ରୀନ୍ ପେଜ୍ ଅଛି, ପ୍ରତ୍ଯେକର ଏକ ସ୍ୱତନ୍ତ୍ର ଲେଆଉଟ୍ ରହିପାରିବ। ଆପଣ ମଧ୍ଯ ଅସ୍ଥାୟୀ ଭାବରେ ହୋମ୍ ସ୍କ୍ରୀନ୍‌ର ପୃଷ୍ଠାଗୁଡ଼ିକୁ ଲୁଚାଇ ପାରିବେ, ନୂତନ ଆପ୍ କେଉଁଠାରେ ଡାଉନ୍‌ଲୋଡ୍‌ ହେବ ତାହା ପରିବର୍ତ୍ତନ କରିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

ଟିପ୍‌: ଆପଣ ଏକ ନିର୍ଦ୍ଦିଷ୍ଟ ଫୋକସ୍ (ଉଦାହରଣ ସ୍ୱରୂପ, ଆପଣଙ୍କ କାର୍ଯ୍ୟ ଫୋକସ୍) ସହିତ ସମ୍ବନ୍ଧିତ ନିଜର ସମସ୍ତ ଆପ୍‌ ଏବଂ ୱିଜେଟ୍‌ଗୁଡ଼ିକୁ ଗୋଟିଏ ହୋମ୍ ସ୍କ୍ରୀନ୍ ପେଜ୍‌ରେ ମୂଭ୍‌ ଏବଂ ସେହି ଫୋକସ୍ ସମୟରେ ସେହି ପେଜ୍‌ ଆକ୍ସେସ୍‌ କରିପାରିବେ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଆପ୍ ଏବଂ ୱିଜେଟ୍‌କୁ ମୂଭ୍ କରନ୍ତୁ

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆଇଟମ୍‌ଗୁଡ଼ିକ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ‍୍ୟନ୍ତ ହୋମ୍ ସ୍କ୍ରୀନ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. ନିମ୍ନଲିଖିତ ଲୋକେଶନ୍ ମଧ୍ୟରୁ ଗୋଟିଏକୁ ଆପ୍ କିମ୍ବା ୱିଜେଟ୍‌କୁ ଡ୍ରାଗ୍ କରନ୍ତୁ:

    • ସମାନ ପୃଷ୍ଠାରେ ଅନ୍ୟ ଏକ ଲୋକେଶନ୍‌କୁ—ଯେଉଁଥିରେ ସ୍କ୍ରୀନ୍‌ର ଶୀର୍ଷ, ନିମ୍ନ, କିମ୍ବା ପାର୍ଶ୍ୱ ଅନ୍ତର୍ଭୁକ୍ତ

    • ଅନ୍ଯ ଏକ ହୋମ୍ ସ୍କ୍ରୀନ୍ ପେଜ୍‌

      ଆପ୍ କିମ୍ୱା ୱିଜେଟ୍‌କୁ ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱକୁ ଡ୍ରାଗ୍‌ କରନ୍ତୁ। ନୂଆ ପେଜ୍ ଦେଖାଯିବା ପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। Dock ଉପରେ ଥିବା ବିନ୍ଦୁଗୁଡ଼ିକ ଦର୍ଶାଏ ଯେ ଆପଣଙ୍କ ପାଖରେ କେତେ ପୃଷ୍ଠା ଅଛି ଏବଂ ଆପଣ କେଉଁଟି ଦେଖୁଛନ୍ତି।

      ହୋମ୍ ସ୍କ୍ରୀନ୍‌ରେ ଜିଗଲ୍‌ କରୁଥିବା ଆପ୍‌ଗୁଡ଼କ ଅଛି ଏବଂ ଏକ ତୀର ଗୋଟିଏ ଆପ୍‌କୁ ପରବର୍ତ୍ତୀ ପୃଷ୍ଠାକୁ ଡ୍ରାଗ୍‌ କରାଯାଉଥିବା ଦେଖାଉଛି।

      ଟିପ୍‌: ଆପଣ ଏକ ଆପ୍‌କୁ ସ୍କ୍ରୀନ୍ ତଳେ ଥିବା Dockକୁ ମଧ୍ଯ ଡ୍ରାଗ୍ କରିପାରିବେ।

  4. ସମାପ୍ତ ହେବା ପରେ, ଉପର ଡାହାଣ ପଟେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ହୋମ୍ ସ୍କ୍ରୀନ୍‌ରୁ ଏକ ୱିଜେଟ୍ କାଢ଼ନ୍ତୁ

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ତ୍ବରିତ କାର୍ଯ‍୍ୟ ମେନ‍୍ୟୂ ଖୋଲିବା ପାଇଁ ଏକ ୱିଜେଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ୱିଜେଟ୍ କାଢ଼ିବା ପାଇଁ: “ୱିଜେଟ୍ କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ।

    • ଗୋଟିଏ ସ୍ମାର୍ଟ୍‌ ଷ୍ଟାକ୍ କାଢ଼ିବା ପାଇଁ: “ଷ୍ଟାକ୍ କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ।

ହୋମ୍ ସ୍କ୍ରୀନ୍ ଏବଂ ଆପ୍‌ଗୁଡ଼ିକୁ ସେଗୁଡ଼ିକର ମୂଳ ଲେଆଉଟ୍ ରୀସେଟ୍ କରନ୍ତୁ

  1. ସେଟିଂସ୍‌  > ସାଧାରଣ > iPad ଟ୍ରାନ୍ସଫର୍ କିମ୍ବା ରୀସେଟ୍‌ କରନ୍ତୁକୁ ଯାଆନ୍ତୁ

  2. ରୀସେଟ୍‌ରେ ଟାପ୍ କରନ୍ତୁ, ତା’ପରେ “ହୋମ୍ ସ୍କ୍ରୀନ୍ ଲେଆଉଟ୍ ରୀସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଆପଣଙ୍କ iPad ସହିତ ଆସିଥିବା ଆପ୍‌ଗୁଡ଼ିକ ପରେ ଆପଣ ତିଆରି କରିଥିବା ଯେକୌଣସି ଫୋଲ୍ଡର୍‌ଗୁଡ଼ିକୁ କାଢ଼ି ଦିଆଯାଏ ଏବଂ ଆପଣ ଡାଉନ୍‌ଲୋଡ୍‌ କରିଥିବା ଆପ୍‌ଗୁଡ଼ିକ ବର୍ଣ୍ଣାନୁକ୍ରମିକ ଭାବରେ ବ୍ଯବସ୍ଥିତ କରାଯାଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.