ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ମେସେଜ୍‌ରେ ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ

“ଲୋକେଶନ୍ ଶେୟରିଂ” ବ୍ଯବହାର କରି ଆପଣ ଅନ୍ଯମାନଙ୍କୁ ଜାଣିପାରିବେ ଯେ ଆପଣ କେଉଁଠି ଅଛନ୍ତି (କିମ୍ବା ସେମାନେ କେଉଁଠି ଅଛନ୍ତି ତାହା ଜାଣିପାରିବେ)।

ଆପଣଙ୍କ ଲୋକେଶନ୍‌କୁ ସ୍ୱୟଂଚାଳିତ ଭାବରେ ଶେୟର୍‌ କରି ଅପ୍‌ଡେଟ୍‌ କରନ୍ତୁ

ଆପଣ ଏକ ମେସେଜ୍ ବାର୍ତ୍ତାଳାପରେ ଆପଣଙ୍କ ଲୋକେଶନ୍ ଶେୟର୍ କରିବା ସମୟରେ ଏହା ବାର୍ତ୍ତାଳାପରେ ରିଅଲ୍ ଟାଇମ୍‌ରେ ଅପ୍‌ଡେଟ୍‌ ହୋଇଥାଏ।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, “ଯୋଡ଼ନ୍ତୁ” ବଟନ୍‌ ଟାପ୍ କରନ୍ତୁ।

  3. “ଲୋକେଶନ୍”ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. ଆପଣ ନିଜର ଲୋକେଶନ୍ କେତେ ସମୟ ପର୍ଯ୍ଯନ୍ତ ଶେୟର୍ କରିବାକୁ ଚାହୁଁଛନ୍ତି ତାହା ସ୍ଥିର କରନ୍ତୁ।

    ଯଦି ଆପଣ ନିଜ ଲୋକଶନ୍ ଶେୟର୍‌ କରିବାକୁ ମାନ୍ଯୁଅଲ୍ ଭାବରେ ବନ୍ଦ ନକରିବା ପର୍ଯ୍ୟନ୍ତ ଶେୟର୍‌ କରିବାକୁ ଚାହୁଁଛନ୍ତି, ତେବେ “ଅନିର୍ଦ୍ଦିଷ୍ଟ ଭାବରେ”ରେ ଟାପ୍ କରନ୍ତୁ।

  5. ଆପଣଙ୍କ ଲୋକେଶନ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ। (କିମ୍ବା ଯଦି ଆପଣ ନିଜ ମନ ପରିବର୍ତ୍ତନ କରନ୍ତି ତେବେ “ମେସେଜ୍‌ରୁ ଆପ୍ କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।)

ଟିପ୍‌: ଯେତେବେଳେ କେହି ପଚାରନ୍ତି ଯେ ଆପଣ କେଉଁଠି ଅଛନ୍ତି, ତେବେ ସାମ୍ପ୍ରତିକ ଲୋକେଶନ୍ (କୀ’ବୋର୍ଡ୍ ଉପରେ) ଟାପ୍ କରି ଶୀଘ୍ର ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ।

ଯଦି ଆପଣ ନିଜ ଲୋକେଶନ୍‌କୁ ଏକ ଗ୍ରୂପ୍‌ରେ ଶେୟର୍ କରନ୍ତି ଏବଂ ତା’ପରେ ଗ୍ରୂପ୍‌ରେ ଅନ୍ଯ ଲୋକଙ୍କୁ ଯୋଡ଼ନ୍ତି, ତେବେ ଆପଣ କେଉଁଠାରେ ଅଛନ୍ତି ତାହା ସମସ୍ତଙ୍କୁ ଜଣାଇବା ପାଇଁ ଆପଣ ନିଜ ଲୋକେଶନ୍‌କୁ ପୁନଃ ଶେୟର୍ କରିପାରିବେ।

ଆପଣ ଏକ SMS ବାର୍ତ୍ତାଳାପରେ ଆପଣଙ୍କ ଲୋକେଶନ୍‌ ଶେୟର୍‌ କରିବାକୁ ଚାହୁଁଥିଲେ, ଏହା ପରିବର୍ତ୍ତେ ଏକ ପିନ୍ ହୋଇଥିବା ଲୋକେଶନ୍ ପଠାନ୍ତୁ

ଆପଣ ଆପଣଙ୍କ ଲୋକେଶନ୍ ଶେୟର୍ କରିବା ସମୟରେ ମେସେଜ୍ Find My ଆପ୍ ବ୍ଯବହାର କରିଥାଏ। ଆପଣଙ୍କ ଲୋକେଶନ୍‌କିପରି ଶେୟର୍ କରିବେ ଏବଂ କୌଣସି ବ୍ଯକ୍ତିଙ୍କୁ ଖୋଜିବେ ଜାଣନ୍ତୁ।

ପିନ୍ ହୋଇଥିବା ଲୋକେଶନ୍ ପଠାନ୍ତୁ

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, “ଯୋଡ଼ନ୍ତୁ” ବଟନ୍‌ ଟାପ୍ କରନ୍ତୁ, ତା’ପରେ ଲୋକେଶନ୍‌ରେ ଟାପ୍ କରନ୍ତୁ।

  3. ମ୍ଯାପ୍‌ର ଶୀର୍ଷ ବାମରେ ଥିବା “ମ୍ଯାପ୍ ପିନ୍” ବଟନ୍ ଉପରେ ଟାପ୍ କରନ୍ତୁ, ତା’ପରେ ପିନ୍ ସଠିକ୍ ସ୍ଥାନକୁ ନଆସିବା ପର୍ଯ୍ଯନ୍ତ ମ୍ଯାପ୍‌କୁ ଡ୍ରାଗ୍ କରନ୍ତୁ।

  4. “ପିନ୍ ପଠାନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ପିନ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଆପଣ ମୂଭ୍ କଲେ ପିନ୍ ହୋଇଥିବା ଲୋକେଶନ୍ ଅପଡେଟ୍ ହୁଏ ନାହିଁ।

ଅନ୍ଯ କୌଣସି ବ୍ଯକ୍ତିଙ୍କ ଲୋକେଶନ୍ ପଚାରନ୍ତୁ

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ଅନ୍ଯ ଜଣେ ବ୍ଯକ୍ତିଙ୍କ ସହିତ ବାର୍ତ୍ତାଳାପରେ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ, ଲୋକେଶନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଅନୁରୋଧ କରନ୍ତୁ’ରେ ଟାପ୍‌ କରନ୍ତୁ।

    • “ଆପଣ କେଉଁଠି ଅଛନ୍ତି?” ପ୍ରଶ୍ନ ସହ ଶେଷ ହେଉଥିବା ଏକ ମେସେଜ୍ ପଠାନ୍ତୁ ଏହାପରେ “ଲୋକେଶନ୍‌ ଅନୁରୋଧ କରନ୍ତୁ” (କୀ’ବୋର୍ଡ୍‌ ଉପରେ)ରେ ଟାପ୍ କରନ୍ତୁ।

  3. ଆପଣଙ୍କ ଅନୁରୋଧ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

କୌଣସି ବ୍ଯକ୍ତି ଆପଣଙ୍କ ସହ ନିଜର ଲୋକେଶନ୍ ଶେୟର୍‌ କରିବା ପରେ, ବାର୍ତ୍ତାଳାପର ଶୀର୍ଷରେ ତାଙ୍କର ଲୋକେଶନ୍‌ ତାଙ୍କ ନାମ ତଳେ ଦେଖାଯାଏ। ଏକ ମ୍ଯାପ୍‌ରେ ସେମାନେ କେଉଁଠାରେ ଅଛନ୍ତି ଦେଖିବାକୁ ସେମାନଙ୍କ ନାମରେ ଟାପ୍ କରନ୍ତୁ। ମ୍ଯାପ୍‌ ବଡ଼ କରିବାକୁ ସେଥିରେ ଟାପ୍ କରନ୍ତୁ।

ଆପଣଙ୍କ ଲୋକେଶନ୍ ଶେୟର୍ କରିବା ବନ୍ଦ କରନ୍ତୁ

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ଆପଣ ଯେଉଁ ବ୍ଯକ୍ତିଙ୍କ ସହ ନିଜର ଲୋକେଶନ୍ ଶେୟର୍ କରୁଛନ୍ତି ତାଙ୍କ ସହିତ ବାର୍ତ୍ତାଳାପ ଖୋଲନ୍ତୁ, ତା’ପରେ ବାର୍ତ୍ତାଳାପର ଶୀର୍ଷରେ ଥିବା ଯୋଗାଯୋଗ ଆଇକନ୍‌ରେ ଟାପ୍ କରନ୍ତୁ।

  3. “ମୋ ଲୋକେଶନ୍‌ ଶେୟର୍‌ କରିବା ବନ୍ଦ କରନ୍ତୁ”ରେ ଟାପ୍‌ କରନ୍ତୁ।

ବାର୍ତ୍ତାଳାପରେ ଥିବା ପୂର୍ବବର୍ତ୍ତୀ ବବଲ୍‌ରେ ଆଉ ଏକ ମ୍ଯାପ୍‌ ଡିସ୍‌ପ୍ଲେ କରୁନାହିଁ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଲୋକେଶନ୍ ଶେୟରିଂ କରୁଥିବା ଲୋକଙ୍କୁ ଖୋଜିବା ଉପଲବ୍ଧ ନାହିଁ। ଯଦି ଆପଣ ଲୋକେଶନ୍ ଶେୟରିଂ ସେଟ୍ ଅପ୍ କରିଛନ୍ତି ଏବଂ ତଥାପି ଅନ୍ଯମାନେ ଆପଣଙ୍କ ଲୋକେଶନ୍ ଦେଖିପାରୁ ନାହାନ୍ତି, ତେବେ ଆପଣ ଆକ୍ସେସ୍ ପାଇଁ ଅନୁମତି ଦେଇଥିବା ନିଶ୍ଚିତ କରନ୍ତୁ। ସେଟିଂସ୍  > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > Find Myକୁ ଯାଆନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ। ଆପଣ ଶେୟର୍ କରୁଥିବା ଲୋକେଶନ୍ ସୂଚନା ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.