ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ପଡ୍‌କାଷ୍ଟ୍‌ ୱିଜେଟ୍ ବ୍ଯବହାର କରନ୍ତୁ

ଆପଣ ପଡ୍‌କାଷ୍ଟ୍‌ ଆପ୍ ନ ଖୋଲି ଏପିସୋଡ୍ ଦେଖିବା ଏବଂ ଚଲାଇବା ପାଇଁ ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ପଡ୍‌କାଷ୍ଟ୍‌ ୱିଜେଟ୍ ଯୋଡ଼ିପାରିବେ। ଆପଣ “ପରବର୍ତ୍ତୀ” କ୍ଯୂ, ସେଭ୍ ହୋଇଥିବା ଏପିସୋଡ୍ କିମ୍ବା ଆପଣ ଅନୁସରଣ କରୁଥିବା ଶୋ’ରୁ ଏପିସୋଡ୍ ଯୋଡ଼ିବାକୁ ବାଛିପାରିବେ।

ହୋମ୍ ସ୍କ୍ରୀନ୍‌ରେ ଏକ ପଡ୍‌କାଷ୍ଟ୍‌ ୱିଜେଟ୍ ଯୋଡ଼ନ୍ତୁ

  1. ଆପ୍‌ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ‍୍ୟନ୍ତ ହୋମ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ “ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ୱିଜେଟ୍‌ର ଗ୍ଯାଲେରି ଖୋଲିବା ପାଇଁ “ୱିଜେଟ୍ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

  3. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ପଡ୍‌କାଷ୍ଟ୍‌ରେ ଟାପ୍ କରନ୍ତୁ।

  4. ବିଭିନ୍ନ ୱିଜେଟ୍‌ ସାଇଜ୍‌ ଏବଂ ଲେଆଉଟ୍ ଦେଖିବା ପାଇଁ ବାମ ଏବଂ ଡାହାଣକୁ ସ୍ୱାଇପ୍ କରନ୍ତୁ। ଆପଣ ପସନ୍ଦ କରୁଥିବା ବିକଳ୍ପକୁ ଦେଖିଲେ, “ୱିଜେଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ୱିଜେଟ୍‌କୁ ମୂଭ୍‌ କରିବା ପାଇଁ, ଆପ୍‌ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ‍୍ୟନ୍ତ ହୋମ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ। ୱିଜେଟ୍‌କୁ ଏକ ନୂଆ ଲୋକେଶନ୍‌କୁ ଡ୍ରାଗ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରୁ ୱିଜେଟ୍ କାଢ଼ିବା ପାଇଁ, ଆପ୍ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ୍ଯନ୍ତ ହୋମ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ୱିଜେଟ୍‌ର ଶୀର୍ଷ ବାମ ପାର୍ଶ୍ୱରେ “କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.