ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଏକ ଫୋକସ୍ ସେଟ୍ ଅପ୍ କରନ୍ତୁ

ଫୋକସ୍ ହେଉଛି ଏକ ଫୀଚର୍‌ ଯାହା ଆପଣଙ୍କ ଅନ୍ଯମନସ୍କତାକୁ ହ୍ରାସ କରି ଏକ ଟାସ୍କ୍‌ରେ ଧ୍ଯାନ କେନ୍ଦ୍ରିତ କରିବାରେ ସହାୟତା କରେ। ଯେତେବେଳେ ଆପଣ ଏକ ନିର୍ଦ୍ଦିଷ୍ଟ ଆକ୍ଟିଭିଟିରେ ଫୋକସ୍ କରିବା ପାଇଁ ଚାହାଁନ୍ତି, ଆପଣ ପ୍ରଦାନ କରାଯାଇଥିବା ଫୋକସ୍ ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏକୁ କଷ୍ଟମାଇଜ୍ କରିପାରିବେ—ଉଦାହରଣ ସ୍ୱରୂପ କାର୍ଯ୍ୟ, ପର୍ସନଲ୍‌ କିମ୍ବା ସ୍ଲୀପ୍‌—କିମ୍ବା ଏକ କଷ୍ଟମ୍‌ ଫୋକସ୍ ତିଆରି କରିପାରିବେ। ଆପଣ ସମସ୍ତ ନୋଟିଫିକେଶନ୍‌କୁ ଅସ୍ଥାୟୀ ଭାବରେ ନୀରବ କରିପାରିବେ—କିମ୍ୱା କେବଳ କିଛି ନିର୍ଦ୍ଦିଷ୍ଟ ନୋଟିଫିକେଶନ୍‌ଗୁଡ଼ିକୁ ଅନୁମତି ଦେଇପାରିବେ—ଯାହା ଆପଣଙ୍କ କାର୍ଯ୍ୟରେ ଲାଗୁ ହୁଏ, ଉଦାହରଣ ସ୍ୱରୂପ—ଏବଂ ଅନ୍ୟ ଲୋକ ଏବଂ ଆପ୍‌କୁ ଜଣାଇପାରିବେ ଯେ ଆପଣ ବ୍ୟସ୍ତ ଅଛନ୍ତି।

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ Apple Intelligence ବ୍ଯବହାର କରୁଥିବା “ଇଣ୍ଟର୍‌ପ୍ସନ୍ ଫୋକସ୍ ହ୍ରାସ କରନ୍ତୁ” ମଧ‍୍ୟ ବ‍୍ୟବହାର କରିପାରିବେ, ଯାହା ଆପଣଙ୍କୁ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ନୋଟିଫିକେଶନ୍ ଦେଖାଏ। ““ଇଣ୍ଟରପ୍‌ଶନ୍ ହ୍ରାସ କରନ୍ତୁ” ଫୋକସ୍ ବ୍ଯବହାର କରନ୍ତୁ” ଦେଖନ୍ତୁ।

ଟିପ୍‌: ସମସ୍ତ ନୋଟିଫିକେଶନ୍‌କୁ ଶୀଘ୍ର ନୀରବ କରିବା ପାଇଁ, କଣ୍ଟ୍ରୋଲ୍‌ ସେଣ୍ଟର୍ ଖୋଲନ୍ତୁ, ଫୋକସ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଡିଷ୍ଟର୍ବ୍ କରନ୍ତୁ ନାହିଁ”ଚାଲୁ କରନ୍ତୁ।

ଫୋକସ୍ ସେଟ୍ ଅପ୍ କରନ୍ତୁ

  1. ସେଟିଂସ୍‌  > ଫୋକସ୍‌କୁ ଯାଆନ୍ତୁ, ତା’ପରେ ଫୋକସ୍‌ରେ ଟାପ୍‌ କରନ୍ତୁ—ଉଦାହରଣ ସ୍ବରୂପ, ଡିଷ୍ଟର୍ବ୍ କରନ୍ତୁ ନାହିଁ, ପର୍ସନଲ୍‌ କିମ୍ବା କାର୍ଯ‍୍ୟ।

    ଆପଣଙ୍କ ଫୋକସ୍ ପାଇଁ, ଆପଣ ତଳେ ଦିଆଯାଇଥିବା ଷ୍ଟେପ୍‌ଗୁଡ଼ିକରେ ବର୍ଣ୍ଣିତ ବିକଳ୍ପଗୁଡ଼ିକୁ ସେଟ୍ ଅପ୍ କରିପାରିବେ, କିନ୍ତୁ ଆପଣଙ୍କୁ ସେଗୁଡ଼ିକ ମଧ୍ଯରୁ ସବୁ ସେଟ୍ ଅପ୍ କରିବାକୁ ପଡ଼ିବ ନାହିଁ।

    ସ୍କ୍ରୀନ୍‌ ପାଞ୍ଚଟି ପ୍ରଦତ୍ତ ଫୋକସ୍ ବିକଳ୍ପ ଦେଖାଉଛି—ଡିଷ୍ଟର୍ବ୍ କରନ୍ତୁ ନାହିଁ, କଲ୍ ସମୟରେ କୌଣସି ମେସେଜ୍ ନାହିଁ, ସ୍ଲୀପ୍‌, ପର୍ସନଲ୍‌ ଏବଂ କାର୍ଯ‍୍ୟ। “ସମସ୍ତ ଡିଭାଇସ୍‌ରେ ଶେୟର୍ କରନ୍ତୁ” ବଟନ୍ ଅନ୍ ଅଛି, ଯାହା ଆପଣଙ୍କ ସମସ୍ତ Apple ଡିଭାଇସ୍‌ଗୁଡ଼ିକରେ ସମାନ ଫୋକସ୍ ସେଟିଂସ୍ ବ୍ୟବହାର କରିବା ପାଇଁ ଅନୁମତି ଦିଏ।
  2. ଆପଣଙ୍କ ଫୋକସ୍ ସମୟରେ କେଉଁ ଲୋକମାନଙ୍କ ଏବଂ ଆପ୍‌ଗୁଡିକର ନୋଟିଫିକେଶନ୍‌କୁ ଅନୁମତି ଦେବେ ନିର୍ଦ୍ଦିଷ୍ଟ କରନ୍ତୁ:

    • ଲୋକ: “ଲୋକମାନେ”ରେ ଟାପ୍ କରନ୍ତୁ, ତା’ପରେ “ଏଥିରୁ ନୋଟିଫିକେଶନ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ” ଉପରେ ଟାପ୍ କରନ୍ତୁ। “ଲୋକମାନଙ୍କୁ ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, କଣ୍ଟାକ୍ଟ୍ ଚୟନ କରନ୍ତୁ, “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ। ଏହା ପରିବର୍ତ୍ତେ ଆପଣ “ନୋଟିଫିକେଶନ୍ ନୀରବ କରନ୍ତୁ”ରେ ଟାପ୍‌ କରି ମଧ୍ଯ ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ନୀରବ କରିପାରିବେ।

    • ଆପ୍: ଆପ୍‌ରେ ଟାପ୍‌ କରନ୍ତୁ, ତା’ପରେ “ନୋଟିଫିକେଶନ୍ ଅନୁମତି ଦିଅନ୍ତୁ”ରେ ଟାପ୍‌ କରନ୍ତୁ। “ଆପ୍ ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ଆପ୍‌ ଚୟନ କରନ୍ତୁ, “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ। ଏହା ପରିବର୍ତ୍ତେ ଆପଣ “ନୋଟିଫିକେଶନ୍ ନୀରବ କରନ୍ତୁ”ରେ ଟାପ୍‌ କରି ମଧ୍ଯ ନିର୍ଦ୍ଦିଷ୍ଟ ଆପ୍‌ଗୁଡ଼ିକୁ ନୀରବ କରିପାରିବେ।

  3. “ବିକଳ୍ପ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତରେ ଯେକୌଣସି ଗୋଟିଏ କରନ୍ତୁ:

    • ଲକ୍ ସ୍କ୍ରୀନ୍‌ ପରିବର୍ତ୍ତେ ନିଟିଫିକେଶନ୍‌ ସେଣ୍ଟର୍‌ରେ ସାଇଲେଣ୍ଟ୍ କରାଯାଇଥିବା ନୋଟିଫିକେଶନ୍‌ଗୁଡ଼ିକୁ ଦେଖାନ୍ତୁ: “ଲକ୍ ସ୍କ୍ରୀନ୍‌ରେ ଦେଖାନ୍ତୁ” ବନ୍ଦ କରନ୍ତୁ।

    • ଏହି ଫୋକସ୍ ସମୟରେ ଲକ୍ ସ୍କ୍ରୀନ୍‌ର ଉଜ୍ଜଳତା କମ୍ କରନ୍ତୁ: “ଲକ୍ ସ୍କ୍ରୀନ୍ ଡିମ୍ କରନ୍ତୁ”କୁ ଚାଲୁ କରନ୍ତୁ।

    • ହୋମ୍ ସ୍କ୍ରୀନ୍ ଆପ୍‌ରେ ନୋଟିଫିକେଶନ୍ ବ୍ଯାଜ୍ ଲୁଚାନ୍ତୁ: “ନୋଟିଫିକେଶନ୍ ବ୍ଯାଜ୍‌ ଲୁଚାନ୍ତୁ” ଚାଲୁ କରନ୍ତୁ।

    • ଏହି ଫୋକସ୍ ସମୟରେ ଲକ୍ ସ୍କ୍ରୀନ୍‌କୁ ଡିମ୍ କରନ୍ତୁ: “ଲକ୍ ସ୍କ୍ରୀନ୍ ଡିମ୍‌ କରନ୍ତୁ” ଚାଲୁ କରନ୍ତୁ।

    • ଆପଣଙ୍କୁ ବାଧା ଦେବା ପାଇଁ ବୁଦ୍ଧିମତା ସହ ଗୁରୁତ୍ୱପୂର୍ଣ୍ଣ ନୋଟିଫିକେଶନ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ: ଯଦି Apple Intelligence ଚାଲୁ ଅଛି, ତେବେ “ଇଣ୍ଟେଲିଜେଣ୍ଟ୍ ବ୍ରେକ୍‌ଥ୍ରୁ ଓ ସାଇଲେନ୍ସିଂ” ଚାଲୁ କରନ୍ତୁ। ନିର୍ଦ୍ଦିଷ୍ଟ ଭାବେ ଅନୁମତି ପ୍ରାପ୍ତ କିମ୍ବା ନୀରବ ହୋଇଥିବା କୌଣସି ନୋଟିଫିକେଶନ୍ ସର୍ବଦା ଅନୁମତିପ୍ରାପ୍ତ କିମ୍ବା ନୀରବ ହେବ।

  4. ଆପଣ ବିକଳ୍ପ ଚୟନ କରିସାରିବା ପରେ, ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

  5. ଲକ୍ ସ୍କ୍ରୀନ୍ ଏବଂ ହୋମ୍ ସ୍କ୍ରୀନ୍ ବିକଳ୍ପ ନିର୍ଦ୍ଦିଷ୍ଟ କରନ୍ତୁ:

    • ଏହି ଫୋକସ୍ ପାଇଁ ଲକ୍ ସ୍କ୍ରୀନ୍ ବାଛନ୍ତୁ: “ଲକ୍ ସ୍କ୍ରୀନ୍ ବାଛନ୍ତୁ” ତଳେ ଥିବା ଲକ୍ ସ୍କ୍ରୀନ୍ ପ୍ରୀଭ୍ଯୂରେ ଟାପ୍ କରନ୍ତୁ, ଏକ ଲକ୍ ସ୍କ୍ରୀନ୍ ଚୟନ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

    • ଏହି ଫୋକସ୍ ପାଇଁ ହୋମ୍ ସ୍କ୍ରୀନ୍ ବାଛନ୍ତୁ: “ଏକ ହୋମ୍ ସ୍କ୍ରୀନ୍ ପୃଷ୍ଠା ବାଛନ୍ତୁ” ନିମ୍ନରେ ଥିବା ହୋମ୍‌ ସ୍କ୍ରୀନ୍‌ ପ୍ରୀଭ୍ଯୂରେ ଟାପ୍‌ କରନ୍ତୁ, ଏକ ହୋମ୍‌ ସ୍କ୍ରୀନ୍‌ ପୃଷ୍ଠା ଚୟନ କରନ୍ତୁ, “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ, ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ଫୋକସ୍ ପାଇଁ ଏହାକୁ ଅଧିକ କଷ୍ଟମାଇଜ୍ କରିବାକୁ ହୋମ୍ ସ୍କ୍ରୀନ୍‌ରେ ପରିବର୍ତ୍ତନ କରିବା ପାଇଁ, ହୋମ୍ ସ୍କ୍ରୀନ୍‌ରେ ଆପ୍‌ ଏବଂ ୱିଜେଟ୍‌ ମୂଭ୍‌ କରନ୍ତୁ

ଆପଣଙ୍କ ଫୋକସ୍ ସେଟ୍ ଅପ୍ କରିବା ପରେ, ଆପଣ ଯେକୌଣସି ସମୟରେ ସେଟିଂସ୍‌ > ଫୋକସ୍‌କୁ ଫେରିପାରିବେ ଏବଂ ଆପଣ ଉପରୋକ୍ତ ବାଛିଥିବା ଯେକୌଣସି ବିକଳ୍ପକୁ ପରିବର୍ତ୍ତନ କରିପାରିବେ।

ଫୋକସ୍ ଫିଲ୍ଟର୍ ଯୋଡ଼ନ୍ତୁ

ଆପଣ ଏକ ଫୋକସ୍ ସେଟ୍ ଅପ୍ କରିବା ସମୟରେ, ଆପ୍ ଫିଲ୍ଟର୍‌ଗୁଡ଼ିକୁ ଯୋଡ଼ିପାରିବେ ଯାହା ଫୋକସ୍ ସମୟରେ ଆପ୍ କେଉଁ ସୂଚନା ଦେଖାଇବ ତାହା ନିର୍ଦ୍ଧାରଣ କରିଥାଏ। ଉଦାହରଣ ସ୍ୱରୂପ, ଫୋକସ୍ ସମୟରେ ଆପଣ କେଉଁ ମେଲ୍ ଆକାଉଣ୍ଟ୍‌ କିମ୍ବା କେଉଁ କ୍ୟାଲେଣ୍ଡର୍‌ ବ୍ୟବହାର କରିବେ ତାହା ବାଛିପାରିବେ।

  1. ସେଟିଂସ୍‌ > ଫୋକସ୍‌କୁ ଯାଆନ୍ତୁ, ତା’ପରେ ଆପଣ ଫିଲ୍ଟର୍ ଯୋଡ଼ିବାକୁ ଚାହୁଁଥିବା ଫୋକସ୍‌ରେ ଟାପ୍‌ କରନ୍ତୁ।

  2. “ଫୋକସ୍ କଷ୍ଟମାଇଜ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ଫିଲ୍ଟର୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ (ଫୋକସ୍ ଫିଲ୍ଟର୍ ତଳେ)।

  3. ଏକ ଆପ୍‌ରେ ଟାପ୍ କରନ୍ତୁ, “ବାଛନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଫୋକସ୍ ସମୟରେ ସେହି ଆପ୍‌ରୁ ଆପଣ ବ୍ୟବହାର କରିବାକୁ ଚାହୁଁଥିବା ସୂଚନାକୁ ଚୟନ କରନ୍ତୁ:

    • କ୍ଯାଲେଣ୍ଡର୍‌: ଫୋକସ୍ ସମୟରେ ଆପଣ କେଉଁ କ୍ଯାଲେଣ୍ଡର୍‌ ଦେଖାଇବା ପାଇଁ ଚାହୁଁଛନ୍ତି, ତାହା ବାଛନ୍ତୁ।

    • Mail: ଫୋକସ୍ ସମୟରେ ଆପଣ କେଉଁ ମେଲ୍ ଆକାଉଣ୍ଟ୍‌କୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ।

    • ମେସେଜ୍: ଫୋକସ୍ ସମୟରେ ଆପଣ କେଉଁ ମେସେଜ୍ ବାର୍ତ୍ତାଳାପ ଦେଖିବାକୁ ଚାହୁଁଛନ୍ତି ବାଛନ୍ତୁ-ଉଦାହରଣ ସ୍ୱରୂପ, ଏହି ଫୋକସ୍ ସମୟରେ କେବଳ ସହି ଲୋକମାନଙ୍କଠାରୁ ବାର୍ତ୍ତାଳାପ ଯାହାଠାରୁ ନୋଟିଫିକେଶନ୍‌ଗୁଡ଼ିକୁ ଆପଣ ଅନୁମତି ଦେଇଛନ୍ତି।

    • Safari: ଫୋକସ୍ କରିବା ସମୟରେ ଆପଣ କେଉଁ ଟାବ୍ ଗ୍ରୂପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ବାଛନ୍ତୁ।

  4. ଫୋକସ୍‌ରେ ଫିଲ୍ଟର୍ ଯୋଡ଼ିବାକୁ “ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ସେଟିଂସ୍ > ଫୋକସ୍‌ରେ ଆପଣ ସମସ୍ତ ଡିଭାଇସ୍‌ରେ ଶେୟର୍ କରନ୍ତୁ ଚାଲୁ ଥିବା ସାମୟରେ ଫୋକସ୍ ଫିଲ୍ଟର୍‌ଗୁଡ଼ିକ ଡିଭାଇସ୍‌ରେ ସିଙ୍କ୍ ହୁଏ ନାହିଁ ।

ଏକ କଷ୍ଟମ୍ ଫୋକସ୍ ତିଆରି କରନ୍ତୁ

ଯଦି ଆପଣ ଏକ ଆକ୍ଟିଭିଟି ଉପରେ ଫୋକସ୍ କରିବାକୁ ଚାହାଁନ୍ତି ଯାହା ପ୍ରଦାନ କରାଯାଇଥିବା ଯେକୌଣସି ଫୋକସ୍ ବିକଳ୍ପଠାରୁ ଭିନ୍ନ ଅଟେ, ତେବେ ଆପଣ ଏକ କଷ୍ଟମ୍ ଫୋକସ୍ ତିଆରି କରିପାରିବେ।

  1. ସେଟିଂସ୍‌  > ଫୋକସ୍‌କୁ ଯାଆନ୍ତୁ।

  2. ଶୀର୍ଷ ଡାହାଣ ପଟେ ଥିବା “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “କଷ୍ଟମ୍‌”ରେ ଟାପ୍‌ କରନ୍ତୁ।

    କଷ୍ଟମ୍, ଡ୍ରାଇଭିଂ, ଫିଟ୍‌ନେସ୍, ଗେମିଂ, ମାଇଣ୍ଡ୍‌ଫୁଲ୍‌ନେସ୍ ଏବଂ ରିଡିଂ ସମେତ ଅତିରିକ୍ତ ପ୍ରଦାନ କରାଯାଇଥିବା ଫୋକସ୍ ବିକଳ୍ପଗୁଡ଼ିକ ପାଇଁ ଏକ ଫୋକସ୍ ସେଟ୍ ଅପ୍ ସ୍କ୍ରୀନ୍।
  3. ଆପଣଙ୍କ ଫୋକସ୍ ପାଇଁ ଏକ ନାମ ଲେଖନ୍ତୁ, ତା’ପରେ “ଫେରନ୍ତୁ” ଉପରେ ଟାପ୍ କରନ୍ତୁ।

  4. ଆପଣଙ୍କ ଫୋକସ୍‌କୁ ନିରୂପଣ କରିବା ପାଇଁ ଏକ ରଙ୍ଗ ଏବଂ ଆଇକନ୍ ବାଛନ୍ତୁ, ତା’ପରେ ପରବର୍ତ୍ତୀରେ ଟାପ୍‌ କରନ୍ତୁ।

  5. “ଫୋକସ୍ କଷ୍ଟମାଇଜ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଏକ ଫୋକସ୍ ସେଟ୍ ଅପ୍ କରନ୍ତୁରେ ନିର୍ଦ୍ଦେଶାବଳୀ ପାଳନ କରି ଆପଣଙ୍କ କଷ୍ଟମ୍‌ ଫୋକସ୍ ପାଇଁ ବିକଳ୍ପଗୁଡ଼ିକ ସେଟ୍ ଅପ୍ କରନ୍ତୁ।

ନିଜ ସମସ୍ତ Apple ଡିଭାଇସ୍‌ରେ ଆପଣଙ୍କ ଫୋକସ୍ ସେଟିଂସ୍‌କୁ ଅପ୍‌ ଟୁ ଡେଟ୍ ରଖନ୍ତୁ

ଆପଣ ନିଜର ସମସ୍ତ Apple ଡିଭାଇସ୍‌ରେ ସମାନ ଫୋକସ୍ ସେଟିଂସ୍ ବ୍ୟବହାର କରିପାରିବେ ଯେଉଁଠାରେ ଆପଣ ସମାନ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିଛନ୍ତି

  1. ସେଟିଂସ୍‌  > ଫୋକସ୍‌କୁ ଯାଆନ୍ତୁ।

  2. “ସମସ୍ତ ଡିଭାଇସ୍‌ରେ ଶେୟର୍‌ କରନ୍ତୁ” ଚାଲୁ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ “ସମଗ୍ର ଡିଭାଇସ୍‌ରେ ଶେୟର୍ କରନ୍ତୁ” ଚାଲୁ କଲେ ଏବଂ “ଫୋକସ୍ ଶେୟର୍ ସ୍ଥିତି” ଚାଲୁ କଲେ, ଆପଣଙ୍କ ଫୋକସ୍ ଦେଖାଇପାରିବ ଯେ ଆପଣ ନୋଟିଫିକେଶନ୍ ସାଇଲେଣ୍ଟ୍‌ କରିଛନ୍ତି। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ଫୋକସ୍ ସେଟ୍ ଅପ୍ କରିବା ସମୟରେ ନୋଟିଫିକେଶନ୍ ସାଇଲେଣ୍ଟ୍ କରନ୍ତି, ତେବେ ଆପଣଙ୍କୁ ଟେକ୍ସଟ୍ କରୁଥିବା ଲୋକମାନେ ଦେଖିବେ ଯେ ଆପଣଙ୍କ ନୋଟିଫିକେଶନ୍ ସାଇଲେଣ୍ଟ୍ ହୋଇଛି। ଆପଣ ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସେମାନଙ୍କ କଣ୍ଟାକ୍ଟ୍ କାର୍ଡ୍‌ରେ ଏହି ସେଟିଂ ପରିବର୍ତ୍ତନ କରିପାରିବେ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.