ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ପଡ୍‌କାଷ୍ଟ୍‌ର ଟ୍ରାନ୍ସକ୍ରିପ୍ଟ୍ ଦେଖନ୍ତୁ

ପଡ୍‌କାଷ୍ଟ୍‌ ଆପ୍‌ରେ ଆପଣ ଏପିସୋଡ୍ ଟ୍ରାନ୍ସକ୍ରିପ୍ଟ୍‌ଗୁଡ଼ିକ ଦେଖିପାରିବେ ଏବଂ ସର୍ଚ୍ଚ୍‌ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଟ୍ରାନ୍ସ୍‌କ୍ରିପ୍ଟ୍‌ର ଉପଲବ୍ଧତା ଭାଷା ଏବଂ ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇପାରେ। “Apple ସହାୟତା ଆର୍ଟିକଲ୍ iPhone ଏବଂ iPad ରେ ଥିବା Apple Podcasts ରେ ଶୋ' ଫଲୋ କରନ୍ତୁ ଏବଂ ଚଲାନ୍ତୁ” ଦେଖନ୍ତୁ।

ଟ୍ରାନ୍‌ସ୍କ୍ରିପ୍ଟ୍‌ ଦେଖନ୍ତୁ

  1. ଆପଣଙ୍କ iPad ରେ ଥିବା ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏପିସୋଡ୍ ସୂଚନା ଦେଖିବା ସମୟରେ: ଟ୍ରାନ୍ସକ୍ରିପ୍ଟ୍‌ ବିଭାଗ ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ। ଆପଣ “ଅଧିକ” ବଟନ୍‌ ରେ ମଧ‍୍ୟ ଟାପ୍‌ କରିପାରିବେ, ତା’ପରେ “ଟ୍ରାନ୍ସ୍‌କ୍ରିପ୍ଟ୍‌ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

    • MiniPlayer କିମ୍ବା ବର୍ତ୍ତମାନ ଚାଲୁଥିବା ସ୍କ୍ରୀନ୍‌ରୁ: ”ଟ୍ରାନ୍ସ୍‌କ୍ରିପ୍ଟ୍‌ ଦେଖନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଫୁଲ୍‌-ସ୍କ୍ରୀନ୍‌ ଭିଡିଓ ମୋଡ୍‌ରେ ଦେଖିବା ସମୟରେ ଟ୍ରାନ୍‌ସ୍କ୍ରିପ୍ଟ୍ ଉପଲବ୍ଧ ନାହିଁ। ଏହା ପରିବର୍ତ୍ତେ, ଆପଣ କ୍ୟାପ୍ସନ୍ ବଟନ୍‌ ରେ ଟାପ୍ କରିପାରିବେ (ଯଦି ଉପଲବ୍ଧ ଅଛି)।

ଆପଣ ଅନେକ ଉପାୟରେ ଟ୍ରାନ୍‌ସ୍କ୍ରିପ୍ଟ୍‌ ସହିତ ଇଣ୍ଟରାକ୍ଟ୍ କରିପାରିବେ। ଷ୍ଟାଟିକ୍ ଟ୍ରାନ୍‌ସ୍କ୍ରିପ୍ଟ୍ ଭ୍ଯୂରେ, ଆପଣ ଟେକ୍ସ୍‌ଟ୍ ଚୟନ କରିପାରିବେ ଏବଂ ସେହି ପଏଣ୍ଟ୍‌ରୁ ପ୍ଲେ କରିବେ, କପି କରିବେ କିମ୍ବା ଶେୟର୍ କରିବେ ତାହା ବାଛିପାରିବେ। “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ ସ୍କ୍ରୋଲ୍ ହେଉଥିବା ଟ୍ରାନ୍‌ସ୍କ୍ରିପ୍ଟ୍‌ରେ, ଆପଣ ଏପିସୋଡ୍‌ରେ ସେହି ପଏଣ୍ଟ୍‌କୁ ଯିବା ପାଇଁ ଯେକୌଣସି ପାରାଗ୍ରାଫ୍‌ରେ ଟାପ୍ କରିପାରିବେ କିମ୍ବା ସେହି ପଏଣ୍ଟ୍‌ରୁ ଶେୟର୍ କରିବା ପାଇଁ ଏକ ପାରାଗ୍ରାଫ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରିପାରିବେ।

“ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ ଟ୍ରାନ୍‌ସ୍କ୍ରିପ୍ଟ୍‌ ଲୁଚାଇବା ପାଇଁ, ତଳକୁ ସ୍ୱାଇପ୍‌ କରନ୍ତୁ, ତା’ପରେ ଭଲ୍ୟୂମ୍‌ ସ୍ଲାଇଡର୍‌ ତଳେ ଥିବା ”ଟ୍ରାନ୍‌ସ୍କ୍ରିପ୍ଟ୍ ଲୁଚାନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

ଟ୍ରାନ୍‌ସ୍କ୍ରିପ୍ଟ୍‌ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ଟ୍ରାନ୍‌ସ୍କ୍ରିପ୍ଟ୍‌ ଦେଖିବା ସମୟରେ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରୁ: ଟ୍ରାନ୍‌ସ୍କ୍ରିପ୍ଟ୍‌ରେ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ “ସର୍ଚ୍ଚ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏପିସୋଡ୍‌ ସୂଚନା କିମ୍ବା ଆଗାମୀ ବିଭାଗରୁ: “ଟ୍ରାନ୍‌ସ୍କ୍ରିପ୍ଟ୍‌ ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ।

  3. ବୈକଳ୍ପିକ ଭାବରେ, ସର୍ଚ୍ଚ୍ ଫଳାଫଳରେ ସମ୍ପୂର୍ଣ୍ଣ ଶବ୍ଦ କିମ୍ବା କ୍ଯାପିଟାଲାଇଜେଶନ୍ ମେଳ ହେବା ଆବଶ୍ଯକ କି ନାହିଁ ତାହା ନିର୍ଦ୍ଦିଷ୍ଟ କରିବାକୁ ସର୍ଚ୍ଚ୍ ଫିଲ୍ଡ୍‌ରେ “ସର୍ଚ୍ଚ୍ ବିକଳ୍ପ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.