ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ କଥିତ ଅଡିଓର ଲାଇଭ୍ କ୍ଯାପ୍ସନ୍‌ ପ୍ରାପ୍ତ କରନ୍ତୁ

iPadରେ ଥିବା ଲାଇଭ୍ କ୍ୟାପ୍ସନ୍‌ରେ, ଆପଣ କଥିତ ଅଡିଓଗୁଡ଼ିକର ରିଅଲ୍ ଟାଇମ୍ ଟ୍ରାନ୍ସ୍‌କ୍ରିପ୍ସନ୍ ପାଇପାରିବେ। କୌଣସି ଆପ୍‌ ଯେପରିକି, FaceTime କିମ୍ବା ପଡ୍‌କାଷ୍ଟ୍‌ ଏବଂ ଆପଣଙ୍କ ଆଖପାଖରେ ଲାଇଭ୍ ବାର୍ତ୍ତାଳାପ ଏବଂ ଅଡିଓକୁ ଅଧିକ ସହଜରେ ଫଲୋ କରିବା ପାଇଁ ଲାଇଭ୍ କ୍ୟାପ୍ସନ୍‌ ବ୍ୟବହାର କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ସମର୍ଥିତ ମଡେଲ୍ ରେ ଲାଇଭ୍ କ୍ଯାପ‌୍ସନ୍ ଉପଲବ୍ଧ। ସମସ୍ତ ଭାଷା, ଦେଶ କିମ୍ବା ଅଞ୍ଚଳରେ ଲାଇଭ୍ କ‍୍ୟାପ୍ସନ୍ ଉପଲବ୍ଧ ନାହିଁ। ଲାଇଭ୍ କ୍ଯାପ୍ସନ୍‌ଗୁଡ଼ିକର ସଠିକତା ଭିନ୍ନ ହୋଇପାରେ ଏବଂ ଅତ୍ଯଧିକ ବିପଦ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଏହା ଉପରେ ନିର୍ଭର କରିବା ଉଚିତ ନୁହେଁ।

ସେଟ୍ ଅପ୍ କରି ଲାଇଭ୍ କ୍ଯାପ୍ସନ୍‌ଗୁଡ଼ିକୁ କଷ୍ଟମାଇଜ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆକ୍ସେସିବିଲିଟିରେ ଟାପ୍ କରନ୍ତୁ, ଲାଇଭ୍ କ୍ଯାପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ ଲାଇଭ୍ କ୍ଯାପ୍ସନ୍ ଚାଲୁ କରନ୍ତୁ।

  3. କ୍ଯାପ୍ସନ୍‌ଗୁଡ଼ିକର ଟେକ୍ସ୍‌ଟ୍, ସାଇଜ୍ ଏବଂ ରଙ୍ଗ କଷ୍ଟମାଇଜ୍ କରିବାକୁ “ଆପିଅରନ୍ସ୍‌”ରେ ଟାପ୍ କରନ୍ତୁ।

  4. “କଲ୍ କ୍ୟାପ୍ସନ୍ ରଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ:

    • 1 ମିନିଟ୍: ଏକ କଲ୍ ସମୟରେ ଏକ ମିନିଟ୍ ପର୍ଯ୍ଯନ୍ତ କଲ୍‌ରୁ କ୍ୟାପ୍ସନ୍ ସେଭ୍ କରିବା ପାଇଁ 1 ମିନିଟ୍ ଚୟନ କରନ୍ତୁ। କଲ୍ ଶେଷ ହେବା ପରେ ସମସ୍ତ କଲ୍ କ୍ୟାପ୍ସନ୍‌ କ୍ଲିଅର୍ ହୋଇଯାଏ। ଯଦି ଆପଣ 1 ମିନିଟ୍ ଚୟନ କରନ୍ତି, ତେବେ ଆପଣ କଲ୍ ଟ୍ରାନ୍‌ସ୍କ୍ରିପ୍ସନ୍‌କୁ କପି କରିପାରିବେ ନାହିଁ, ସ୍କ୍ରୀନ୍‌ଶଟ୍ ନେଇପାରିବେ ନାହିଁ କିମ୍ବା ସ୍କ୍ରୀନ୍ ରେକର୍ଡିଂ କରିପାରିବେ ନାହିଁ।

    • 1 ଘଣ୍ଟା: କଲ୍ ଶେଷ ହେବାର ଏକ ଘଣ୍ଟା ପର୍ଯ୍ଯନ୍ତ କଲ୍‌ରୁ କ୍ୟାପ୍ସନ୍ ସେଭ୍ କରିବା ପାଇଁ 1 ଘଣ୍ଟା ଚୟନ କରନ୍ତୁ। ଯଦି ଆପଣ 1 ଘଣ୍ଟା ଚୟନ କରନ୍ତି, ତେବେ ଆପଣ କଲ୍ ଟ୍ରାନ୍‌ସ୍କ୍ରିପ୍ସନ୍‌କୁ କପି କରିବା, ସ୍କ୍ରୀନ୍‌ଶଟ୍ ନେବା ଏବଂ ସ୍କ୍ରୀନ୍ ରେକର୍ଡିଂ କରିବାକୁ ସମର୍ଥ ହେବେ।

    ଧ‍୍ୟାନ ଦିଅନ୍ତୁ: ଆପଣ 1 ଘଣ୍ଟା ବାଛିବା ସମୟରେ, ସମସ୍ତ କଲ୍ ଅଂଶଗ୍ରହଣକାରୀ କଲ୍ ଆରମ୍ଭରେ ଏକ ସଂକ୍ଷିପ୍ତ ଅଡିଓ ଘୋଷଣା (“ଏହି କଲ୍ ଟ୍ରାନ୍‌ସ୍କ୍ରାଇବ୍ କରାଯାଉଛି”) ଶୁଣନ୍ତି। ଯଦି ଲାଇଭ୍ କ୍ୟାପ୍ସନ୍ ପଜ୍ କରାଯାଏ କିମ୍ବା ଏକ କଲ୍ ସମୟରେ “କଲ୍ କ୍ୟାପ୍ସନ୍ ରଖନ୍ତୁ” ବିକଳ୍ପକୁ 1 ଘଣ୍ଟାରୁ 1 ମିନିଟ୍‌କୁ ପରିବର୍ତ୍ତନ କରାଯାଏ, ତେବେ ସମସ୍ତ ଅଂଶଗ୍ରହଣକାରୀ ଏକ ଅଡିଓ ଘୋଷଣା ଶୁଣନ୍ତି (“ଏହି କଲ୍ ଆଉ ଟ୍ରାନ୍‌ସ୍କ୍ରାଇବ୍ କରାଯାଉନାହିଁ”)।

ଲାଇଭ୍ କ୍ଯାପ୍ସନ୍‌ ବ୍ୟବହାର କରନ୍ତୁ

ଲାଇଭ୍ କ୍ଯାପ୍ସନ୍‌ ଚାଲୁ ଥିବା ସମୟରେ, iPad ଆପ୍‌ରେ-କିମ୍ବା ଆପଣଙ୍କ ଆଖପାଖରେ ଥିବା ବାର୍ତ୍ତାଳାପରୁ ସ୍ବୟଂଚାଳିତ ଭାବରେ କଥିତ ଅଡିଓକୁ ଟ୍ରାନ୍ସକ୍ରାଇବ୍ କରିଥାଏ। ଆପଣ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି କାର୍ଯ‍୍ୟ କରିପାରିବେ:

  • ଏକ ପର୍ସ୍‌ନଲ୍‌ ବାର୍ତ୍ତାଳାପକୁ ଟ୍ରାନ୍ସ୍‌କ୍ରାଇବ୍ କରନ୍ତୁ: ଲାଇଭ୍ କ୍ଯାପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ ମାଇକ୍ରୋଫୋନ୍‌ରେ ଟାପ୍ କରନ୍ତୁ।

  • iPad Audio ଟ୍ରାନ୍ସ୍‌କ୍ରାଇବ୍ କରନ୍ତୁ: ଲାଇଭ୍ କ୍ଯାପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ iPad Audioରେ ଟାପ୍ କରନ୍ତୁ।

  • ଟ୍ରାନ୍ସକ୍ରିପ୍ସନ୍ ପଜ୍ କରନ୍ତୁ: ଲାଇଭ୍ କ୍ଯାପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ “ଶୁଣିବା ପଜ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

  • ଟ୍ରାନ୍‌ସ୍କ୍ରିପ୍ସନ୍ କପି କରନ୍ତୁ: ଅଧିକ ବିକଳ୍ପ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “କ୍ଯାପ୍ସନ୍‌ କପି କରନ୍ତୁ”ରେ ଟାପ୍ କରନ୍ତୁ। ଆପଣ ନୋଟ୍ କିମ୍ବା ମେସେଜ୍‌ ଭଳି—ଅନ୍ୟ ଏକ ଆପ୍‌ରେ ଆପଣଙ୍କ ଟ୍ରାନ୍‌ସ୍କ୍ରିପ୍ସନ୍ ପେଷ୍ଟ୍ କରିପାରିବେ।

  • ଟ୍ରାନ୍‌ସ୍କ୍ରିପ୍ସନ୍ କ୍ଲିଅର୍ କରନ୍ତୁ: ଅଧିକ ବିକଳ୍ପ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ସବୁ କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ।

  • ଲାଇଭ୍ କ୍ଯାପ୍ସନ୍ ମୂଭ୍ କରନ୍ତୁ: ସ୍କ୍ରୀନ୍‌ ଉପରେ ପୁନଃ ଅବସ୍ଥାପିତ କରିବା ପାଇଁ ଲାଇଭ୍ କ୍ଯାପ୍ସନ୍‌ଗୁଡ଼ିକୁ ଡ୍ରାଗ୍ କରନ୍ତୁ।

  • ଲାଇଭ୍ କ୍ଯାପ୍ସନ୍ ୱିଣ୍ଡୋକୁ ଲମ୍ବା କିମ୍ବା ଛୋଟ କରନ୍ତୁ: ଲାଇଭ୍ କ୍ଯାପ୍ସନ୍ ୱିଣ୍ଡୋର ନିମ୍ନ ଅଂଶକୁ ଉପରକୁ କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

  • ଲାଇଭ୍ କ୍ଯାପ୍ସନ୍ ୱିଣ୍ଡୋ ଲୁଚାନ୍ତୁ: କୌଣସି ଅଡିଓ ଚିହ୍ନଟ ନହେବା ସମୟରେ ଲାଇଭ୍ କ୍ଯାପ୍ସନ୍ ୱିଣ୍ଡୋ ସ୍ୱୟଂଚାଳିତ ଭାବରେ ଲୁଚିଯାଏ। ଯଦି ୱିଣ୍ଡୋ ଦେଖାଯାଉଛି, ଏହାକୁ ଲୁଚାଇବା ପାଇଁ ୱିଣ୍ଡୋର ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ। ୱିଣ୍ଡୋ ରିଷ୍ଟୋର୍ କରିବା ପାଇଁ, ଲାଇଭ୍ କ୍ଯାପ୍ସନ୍‌ କୋଲାପ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  • ଟ୍ରାନ୍ସକ୍ରିପ୍ସନ୍ ୱିଣ୍ଡୋ ଫୁଲ୍ ସ୍କ୍ରୀନ୍ କରନ୍ତୁ: ମାକ୍ସିମାଇଜ୍ ବଟନ୍‌ରେ ଟାପ୍‌ କରନ୍ତୁ। ଛୋଟ ଆକାରରେ ୱିଣ୍ଡୋକୁ ରିଷ୍ଟୋର୍ କରିବାକୁ, ମିନିମାଇଜ୍ ବଟନ୍‌ରେ ଟାପ୍ କରନ୍ତୁ।

  • ଟ୍ରାନ୍‌ସ୍କ୍ରିପ୍ସନ୍‌ର ଏକ ସ୍କ୍ରୀନ୍‌ଶଟ୍ ନିଅନ୍ତୁ କିମ୍ବା ସ୍କ୍ରୀନ୍ ରେକର୍ଡିଂ କରନ୍ତୁ: “ଲାଇଭ୍ କ୍ଯାପ୍ସନ୍” ୱିଣ୍ଡୋକୁ ପୋଜିଶନ୍ କରନ୍ତୁ, ତା’ପରେ ଏକ ସ୍କ୍ରୀନ୍‌ଶଟ୍ ନିଅନ୍ତୁ କିମ୍ବା ସ୍କ୍ରୀନ୍ ରେକର୍ଡିଂ କରନ୍ତୁ

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଲାଇଭ୍ କ୍ଯାପ୍ସନ୍ ସେଟ୍ ଅପ୍ କରିବା ସମୟରେ 1 ଘଣ୍ଟା ଚୟନ କରିଥାନ୍ତି ତେବେ କେବଳ କଲ୍ ସମୟରେ ଓ ପରେ ସ୍କ୍ରୀନ୍‌ଶଟ୍, ସ୍କ୍ରୀନ୍ ରେକର୍ଡିଂ ଏବଂ ଟ୍ରାନ୍‌ସ୍କ୍ରିପ୍ସନ୍‌ କପି କରିବା ଉପଲବ୍ଧ ଅଟେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.