iPad ରେ ଥିବା ପାସ୍‌ୱର୍ଡ୍‌ରେ ଆପଣଙ୍କ Mac ପାଇଁ FileVault ରିକଭରି କୀ’ ଦେଖନ୍ତୁ

ଯେତେବେଳେ ଆପଣ Mac ରେ FileVault ସହିତ ଡେଟାକୁ ସୁରକ୍ଷିତ କରନ୍ତି, ଆପଣ ସେଟ୍ଅପ୍ ସମୟରେ ଏକ ରିକଭରି କୀ’ ପାଆନ୍ତି। ଯଦି ଆପଣ ନିଜ Mac ର ପାସ୍‌ୱର୍ଡ୍‌ ଭୁଲି ଯାଆନ୍ତି, ତେବେ ଆପଣ ରିକଭରି କୀ’ ଲେଖି ଆପଣ ଭୁଲି ଯାଇଥିବା ପାସ୍‌ୱର୍ଡ୍‌ ରୀସେଟ୍ କରିପାରିବେ। ଆପଣ ନିଜ iPad ରେ ଥିବା ପାସ୍‌ୱର୍ଡ୍‌ରେ ରିକଭରି କୀ’ ଦେଖିପାରିବେ।

  1. ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. “ସମସ୍ତ”ରେ ଟାପ୍ କରନ୍ତୁ, ତା’ପରେ ଲିଷ୍ଟ୍‌ରେ ଆପଣଙ୍କ Mac ର ନାମରେ ଟାପ୍ କରନ୍ତୁ।

  3. ରିକଭରି କୀ’ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  4. ଅନ୍ଯତ୍ର ବ୍ଯବହାର କରିବାକୁ ପାସ୍‌ୱର୍ଡ୍‌ କପି କରିବା ପାଇଁ “ରିକଭରି କୀ’କପି କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ iPhone କିମ୍ବା iPad ରେ ଥିବା ପାସ୍‌ୱର୍ଡ୍ ଆପ୍‌ରେ ଆପଣଙ୍କ Mac ପାଇଁ ରିକଭରି କୀ’ ଦେଖିପାରିବେ, ଯେଉଁଠାରେ ଆପଣ ନିଜ Mac ଭଳି ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.