iPad ରେ ଇନ୍‌କମିଂ କଲ୍‌ର ଉତ୍ତର ଦିଅନ୍ତୁ କିମ୍ବା ଅସ୍ୱୀକାର କରନ୍ତୁ

ଆପଣ ଏକ ଇନ୍‌କମିଂ କଲ୍ ଉତ୍ତର ଦେଇପାରିବେ, ଏହାକୁ ସାଇଲେଣ୍ଟ୍ କିମ୍ବା ପ୍ରତ୍ଯାଖାନ କରିପାରିବେ। ଯଦି ଆପଣ କୌଣସି କଲ୍‌କୁ ପ୍ରତ୍ଯାଖାନ କରନ୍ତି, ତାହା ଭଏସ୍‌କଲ୍‌କୁ ଯାଏ। ଆପଣ ଏକ ଟେକ୍ସ୍‌ଟ୍‌ରେ ମଧ୍ଯ ଏକ କଲ୍‌ର ଉତ୍ତର ଦେଇପାରିବେ।

ଗୋଟିଏ କଲ୍‌ର ଉତ୍ତର ଦିଅନ୍ତୁ

ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • “କଲ୍‌ର ଉତ୍ତର ଦିଅନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

  • ଯଦି ଆପଣଙ୍କ iPad ଲକ୍ ଅଛି, ତେବେ ସ୍ଲାଇଡର୍‌ ଡ୍ରାଗ୍ କରନ୍ତୁ।

ଟିପ୍‌: Siri ଆପଣଙ୍କ ପାଇଁଇନ୍‌କମିଂ କଲ୍ ଘୋଷଣା କରିପାରିବ, ଯାହାକୁ ଆପଣ ନିଜର ଭଏସ୍‌ ବ୍ୟବହାର କରି ଗ୍ରହଣ କରିପାରିବେ କିମ୍ବା ଅସ୍ୱୀକାର କରିପାରିବେ।

ଗୋଟିଏ କଲ୍ ସାଇଲେଣ୍ଟ୍ କରନ୍ତୁ

କଲ୍ ଆସିବା ସମୟରେ ପାର୍ଶ୍ୱ ବଟନ୍ କିମ୍ବା ଯେକୌଣସି ଗୋଟିଏ ଭଲ୍ଯୂମ୍‌ ବଟନ୍ ଦବାନ୍ତୁ।

ଭଏସ୍‌କଲ୍‌କୁ ନ ଯିବା ପର୍ଯ‍୍ୟନ୍ତ ଆପଣ ଏକ ସାଇଲେଣ୍ଟ୍‌ କରାଯାଇଥିବା କଲ୍‌ର ଉତ୍ତର ଦେଇପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ ଅଜଣା ନମ୍ବର୍‌ରୁ ଆସୁଥିବା କଲ୍‌କୁ ସ୍ୱୟଂଚାଳିତ ଭାବରେ ସ୍କ୍ରୀନ୍ ଏବଂ ନୀରବ ମଧ‍୍ୟ କରିପାରିବେ। “ଅଜଣା ନମ୍ବର୍‌ରୁ ଆସୁଥିବା କଲ୍‌କୁ ସ୍କ୍ରୀନ୍ କିମ୍ବା ନୀରବ କରନ୍ତୁ” ଦେଖନ୍ତୁ।

ଗୋଟିଏ କଲ୍ ପ୍ରତ୍ଯାଖାନ କରନ୍ତୁ ଏବଂ ଏହାକୁ ସିଧାସଳଖ ଭଏସ୍‌କଲ୍‌କୁ ପଠାନ୍ତୁ

ଏକ ଇନ୍‌କମିଂ କଲ୍ ପାଇଁ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

  • ପାର୍ଶ୍ୱ ବଟନ୍‌କୁ ଦୁଇଥର ଶୀଘ୍ର ଦବାନ୍ତୁ।

  • “କଲ୍ ପ୍ରତ୍ଯାଖାନ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

  • କଲ୍ ବ୍ଯାନର୍‌ରେ ଉପରକୁ ସ୍ୱାଇପ୍ କରନ୍ତୁ।

ଅଧିକ ବିକଳ୍ପ ପାଇଁ ଆପଣ କଲ୍ ବ୍ଯାନର୍‌ରେ ମଧ୍ଯ ତଳକୁ ସ୍ୱାଇପ୍ କରିପାରିବେ। ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  • “ମୋତେ ରିମାଇଣ୍ଡ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ କଲ୍ କରିବା ପାଇଁ କେତେବେଳେ ରିମାଇଣ୍ଡର୍ ଚାହୁଁଛନ୍ତି ବାଛନ୍ତୁ।

  • “ମେସେଜ୍”ରେ ଟାପ୍ କରନ୍ତୁ, ତା’ପରେ ଏକ ଡିଫଲ୍ଟ୍ ଉତ୍ତର ବାଛନ୍ତୁ କିମ୍ବା “କଷ୍ଟମ୍”ରେ ଟାପ୍ କରନ୍ତୁ।

    ଆପଣଙ୍କ ନିଜ ଡିଫଲ୍ଟ୍‌ର ଉତ୍ତର ତିଆରି କରିବାକୁ, ସେଟିଂସ୍‌ > ଆପ୍ଲିକେଶନ୍ > ଫୋନ୍ > "ଟେକ୍ସଟ୍ ଦ୍ବାରା ଉତ୍ତର ଦିଅନ୍ତୁ"କୁ ଯାଆନ୍ତୁ, ନିମ୍ନରେ କୌଣସି ଫିଲ୍ଡ୍‌ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ନିଜ ଉତ୍ତର ଟାଇପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: କେତେକ ଦେଶ କିମ୍ବା ଅଞ୍ଚଳରେ, ପ୍ରତ୍ଯାଖ୍ଯାନ କରାଯାଇଥିବା କଲ୍‌କୁ ଭଏସ୍‌କଲ୍‌କୁ ନ ପଠାଯାଇ ସଂଯୋଗ ବିଛିନ୍ନ କରାଯାଇଥାଏ।

ଏକ କଲ୍‌ର ଉତ୍ତର ନ ଦେଇ ଜଣେ କଲର୍‌ଙ୍କୁ ଅଧିକ ସୂଚନା ପଚାରନ୍ତୁ

ଆପଣ କଲ୍‌ ପ୍ରାପ୍ତ କରିବା ସମୟରେ, ଆପଣ ଉତ୍ତର ଦେବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ କଲର୍‌ଙ୍କୁ ଅଧିକ ସୂଚନା ପାଇଁ ପଚାରିବାକୁ ଏକ ମେସେଜ୍‌ ଟାଇପ୍‌ କରିପାରିବେ।

“ଉତ୍ତର ଦେବା ପାଇଁ ଟାଇପ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPad କଲର୍‌ଙ୍କୁ କହିବାକୁ ଚାହୁଁଥିବା ମେସେଜ୍ ଟାଇପ୍ କରନ୍ତୁ। ସେମାନଙ୍କ ଉତ୍ତର ଆପଣଙ୍କ ସ୍କ୍ରୀନ୍‌ରେ ଟେକ୍ସ୍‌ଟ୍ ଭାବରେ ଦେଖାଯିବ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.