ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଥିବା ମ‍୍ୟୂଜିକ୍‌ ସହାୟତାରେ ଆରମ୍ଭ କରନ୍ତୁ

ମ୍ଯୂଜିକ୍ ଆପ୍ ସହିତ ଆପଣଙ୍କ iPad ମ୍ଯୂଜିକ୍ ଲାଇବ୍ରେରିରୁ ଗୀତ ଶୁଣନ୍ତୁ। ଆପଣ Apple Music କାଟାଲଗ୍‌ରୁ Apple Music ସବ୍‌ସ୍କ୍ରାଇବ୍‌ କରିବା ସମୟରେ ମ୍ଯୂଜିକ୍ ଷ୍ଟ୍ରୀମ୍ କରନ୍ତୁ ଏବଂ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିବା ସମୟରେ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଥିବା ନିଜର ସମସ୍ତ ମ୍ଯୂଜିକ୍‌କୁ ଆକ୍ସେସ୍ କରନ୍ତୁ।

ନୂଆ ଟାବ୍ ବାମ ପାର୍ଶ୍ୱରେ ସାଇଡ୍‌ବାର୍ ଏବଂ ଡାହାଣ ପାର୍ଶ୍ୱରେ ନୂଆ ବିଭାଗ ଦେଖାଉଛି। ନୂଆ ଟାବ୍ ଶୀର୍ଷରେ ଫୀଚର୍‌ ହୋଇଥିବା ମ୍ଯୂଜିକ୍‌ ଦେଖାଏ। ଅଧିକ ଫୀଚର୍‌ ହୋଇଥିବା ମ୍ଯୂଜିକ୍‌ ଏବଂ ଭିଡିଓ ଦେଖିବା ପାଇଁ ବାମକୁ ସ୍ୱାଇପ୍ କରନ୍ତୁ। “ନବୀନତମ ଗୀତ ବିଭାଗ” ତଳେ ଦେଖାଯାଉଛି। MiniPlayer ନିମ୍ନରେ ଅଛି।

Apple Musicକୁ ସବ୍‌ସ୍କ୍ରାଇବ୍‌ କରନ୍ତୁ

ମ୍ଯୂଜିକ୍ ଆପ୍‌ରୁ ସର୍ବାଧିକ ଲାଭ ପାଇବା ପାଇଁ, Apple Music କୁ ସବ୍‌ସ୍କ୍ରାଇବ୍‌ କରନ୍ତୁ ଏବଂ ଷ୍ଟ୍ରୀମ୍‌ କିମ୍ବା ଡାଉନ୍‌ଲୋଡ୍‌ କରିବା ପାଇଁ ଲକ୍ଷ ଲକ୍ଷ ଗୀତ ମଧ୍ଯରୁ ବାଛନ୍ତୁ। ସେଟିଂସ୍ > ଆପ୍ > ମ୍ଯୂଜିକ୍‌କୁ ଯାଆନ୍ତୁ, ତା’ପରେ “Apple Music ରେ ଯୋଗ ଦିଅନ୍ତୁ”ରେ ଟାପ୍ କରନ୍ତୁ। ଆପଣ ଜଣେ Apple Music ସବ୍‌ସ୍କ୍ରାଇବର୍‌ ହେବା ପରେ, ଆପଣ କଳାକାରମାନଙ୍କୁ ଫେଭରିଟ୍ ଭାବରେ ଚୟନ କରିପାରିବେ (ଏବଂ ସେମାନଙ୍କ ବିଷୟରେ ନୋଟିଫିକେଶନ୍ ପ୍ରାପ୍ତ କରିପାରିବେ), ଗୀତର ଲିରିକ୍ସ୍ ଦେଖିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

ସର୍ଚ୍ଚ୍‌ ଟାବ୍ ବାମ ପାର୍ଶ୍ୱରେ ସାଇଡ୍‌ବାର୍‌ ଏବଂ ଶୀର୍ଷ ଡାହାଣ ପାର୍ଶ୍ବରେ ଏକ ସର୍ଚ୍ଚ୍‌ ଫିଲ୍ଡ୍‌ ଦେଖାଉଛି। ସର୍ଚ୍ଚ୍ ଫିଲ୍ଡ୍‌ର ତଳେ, ମ୍ଯୂଜିକ୍‌ର ବିଭିନ୍ନ ବର୍ଗ ଦେଖାଯାଉଛି। MiniPlayer ନିମ୍ନରେ ଅଛି।

ମ୍ଯୁଜିକ୍‌ ଖୋଜନ୍ତୁ

ମ୍ଯୂଜିକ୍ ଶୀଘ୍ର ଖୋଜିବା ପାଇଁ ସର୍ଚ୍ଚ୍ ଫୀଚର୍ ବ୍ଯବହାର କରନ୍ତୁ। ବର୍ଗ ଅନୁଯାୟୀ ମ୍ଯୂଜିକ୍ ବ୍ରାଉଜ୍ କରିବା ପାଇଁ ସାଇଡ୍‌ବାର୍‌ରେ ଥିବା ସର୍ଚ୍ଚ୍‌ରେ ଟାପ୍ କରନ୍ତୁ କିମ୍ବା ଗୀତ, ଆଲ୍‌ବମ୍ ଏବଂ ପ୍ଲେଲିଷ୍ଟ୍ ଖୋଜିବା ପାଇଁ ଫିଲ୍ଡ୍‌ରେ କଳାକାର, ଲିରିକ୍ କିମ୍ବା ଅନ୍ଯ କୀ’ୱର୍ଡ୍ ଲେଖନ୍ତୁ।

ପ୍ଲେଲିଷ୍ଟ୍ ଟାବ୍ ଯାହା ବାମ ପାର୍ଶ୍ୱରେ ଥିବା ଏକ ସାଇଡ୍‌ବାର୍‌ ଏବଂ ଡାହାଣ ପାର୍ଶ୍ୱରେ ଥିବା ପ୍ଲେଲିଷ୍ଟ୍‌ର ଲିଷ୍ଟ୍ ଦେଖାଏ। ଶୀର୍ଷରେ ଏକ ନୂଆ ପ୍ଲେଲିଷ୍ଟ୍ ତିଆରି କରିବା କିମ୍ବା ଏକ ନୂଆ ଫୋଲ୍ଡର୍ ତିଆରି କରିବା ପାଇଁ ବଟନ୍ ଅଛି।

ଏକ ପ୍ଲେଲିଷ୍ଟ୍ ତିଆରି କରନ୍ତୁ

ଏକ ପ୍ଲେଲିଷ୍ଟ୍ ସହିତ ଏକ ନିର୍ଦ୍ଦିଷ୍ଟ ଥିମ୍, ମୂଡ୍ କିମ୍ବା ଅବସର ପାଇଁ ଗୀତଗୁଡ଼ିକୁ ସଂଗଠିତ କରନ୍ତୁ। ସ୍କ୍ରୀନ୍‌ର ଶୀର୍ଷରେ ଥିବା ଟାବ୍ ବାର୍‌ରେ “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ଟାପ୍ କରନ୍ତୁ, ସାଇଡ୍‌ବାର୍‌ର ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ନୂଆ ପ୍ଲେଲିଷ୍ଟ୍‌ରେ ଟାପ୍ କରନ୍ତୁ। ପ୍ଲେଲିଷ୍ଟ୍‌ରେ ଏକ ଗୀତ ଯୋଡ଼ିବାକୁ, ଏକ ଗୀତ ପାଖରେ ଥିବା “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ପ୍ଲେଲିଷ୍ଟ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

ମ୍ଯୂଜିକ୍‌ ଆପ୍‌ରେ ହୋମ୍ ଟାବ୍‌ର ବାମ ପାର୍ଶ୍ୱରେ ସାଇଡ୍‌ବାର୍ ଏବଂ ଡାହାଣ ପାର୍ଶ୍ୱରେ ହୋମ୍ ବିଭାଗ ଦେଖାଉଛି। ହୋମ୍ ଟାବ୍ ଶୀର୍ଷରେ ଶ୍ରେଷ୍ଠ ଚୟନ ଦେଖାଏ। ସମ୍ପ୍ରତି ଚଲାଯାଇ ଥିବା ମ୍ଯୂଜିକ୍‌ ନିମ୍ନରେ ଦେଖାଯାଉଛି, ଯେଉଁଥିରେ ଚାରୋଟି ଆଲ୍‌ବମ୍ କଭର ଦେଖାଯାଉଛି। MiniPlayer ନିମ୍ନରେ ଅଛି।

ଆପଣଙ୍କ ଲାଇବ୍ରେରି ପ୍ରସ୍ତୁତ କରନ୍ତୁ

ଆପଣ ବିଭିନ୍ନ ଉପାୟରେ ନିଜ ଲାଇବ୍ରେରିରେ ମ୍ଯୂଜିକ୍ ଯୋଡ଼ିପାରିବେ। ଉଦାହରଣ ସ୍ୱରୂପ, Apple Music କୁ ସବ୍‌ସ୍କ୍ରାଇବ୍‌ କରନ୍ତୁ କିମ୍ବା iTunes Store ରୁ ଆପଣଙ୍କ ଫେଭରିଟ୍ ଆଲ୍‌ବମ୍ କିଣନ୍ତୁ। ଯଦି ଆପଣ ପୂର୍ବରୁ ଏକ Mac ବ‍୍ୟବହାର କରୁଛନ୍ତି, ତେବେ ସେଟିଂସ୍‌  > ଆପ୍‌ > ମ‍୍ୟୂଜିକ୍‌କୁ ଯାଆନ୍ତୁ, ତାପରେ “ଲାଇବ୍ରେରି ସିଙ୍କ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ—ଆପଣଙ୍କ ସମ୍ପୂର୍ଣ୍ଣ ମ‍୍ୟୂଜିକ୍‌ ଲାଇବ୍ରେରି ତା’ପରେ ଆପଣଙ୍କ iPad ରେ ଉପଲବ୍ଧ ହେବ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.