iPad ରେ ଥିବା ମେସେଜ୍‌ ଆପ୍‌ରେ ଲୋକଙ୍କୁ ପୋଲ୍ କରାନ୍ତୁ

ଆପଣ କିଛି ନିଷ୍ପତ୍ତି ନେବା ପାଇଁ ଯେକୌଣସି iMessage ବାର୍ତ୍ତାଳାପରେ ଏକ ପୋଲ୍ ପଠାଇପାରିବେ, କ’ଣ ଖାଇବାକୁ ଚାହୁଁଛନ୍ତି, କେଉଁ ମୂଭି ଦେଖିବେ, କେଉଁଠାକୁ ଯାତ୍ରା କରିବେ, କେତେବେଳେ ଭେଟିବାକୁ ଯିବେ ଇତ୍ଯାଦି। ବାର୍ତ୍ତାଳାପରେ ଥିବା ସମସ୍ତେ ବିକଳ୍ପରେ ଯୋଗଦାନ ଦେଇପାରିବେ ଏବଂ ଆସୁଥିବା ଭୋଟ୍ ଦେଖିପାରିବେ।

ଧ‍୍ୟାନ ଦିଅନ୍ତୁ: ଏକ ପୋଲ୍‌ ଆରମ୍ଭ କରିବା, ଦେଖିବା କିମ୍ବା ଭୋଟ୍‌ ଦେବା ପାଇଁ ଆପଣଙ୍କୁ iOS 26, iPadOS 26, macOS Tahoe, watchOS 26, visionOS 26 କିମ୍ବା ପରବର୍ତ୍ତୀ ଭର୍ଶନ୍‌ ପାଇଁ iMessage ବ‍୍ୟବହାର କରିବା ଆବଶ୍ଯକ।

ମେସେଜ୍‌ରେ ଥିବା ଏକ ପୋଲ୍।

ଏକ ପୋଲ୍ ଆରମ୍ଭ କରନ୍ତୁ

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ପୋଲ୍‌ରେ ଟାପ୍ କରନ୍ତୁ।

  3. ବିକଳ୍ପ ଯୋଡ଼ିବା ପାଇଁ ପ୍ରତ୍ଯେକ ଧାଡ଼ିରେ ଟାପ୍ କରନ୍ତୁ। ଏକ ପୋଲ୍‌ରେ ସର୍ବାଧିକ 12 ଟି ବିକଳ୍ପ ରହିପାରିବ।

  4. “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଟିପ୍‌: ପୋଲ୍ ପାଇଁ ପରାମର୍ଶ ପାଇବାକୁ Apple Intelligence* ଚାଲୁ କରନ୍ତୁ।

ଏକ ପୋଲ୍‌ରେ ଭୋଟ୍ ଦିଅନ୍ତୁ

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ପୋଲ୍ ଥିବା ଏକ ବାର୍ତ୍ତାଳାପ ଖୋଲନ୍ତୁ।

  3. ଆପଣଙ୍କ ଭୋଟ୍‌ ଯୋଡ଼ିବା ପାଇଁ ଏକ ବିକଳ୍ପରେ ଟାପ୍ କରନ୍ତୁ। ଆପଣଙ୍କ ଭୋଟ୍‌ କାଢ଼ି ଦେବା ପାଇଁ ପୁନଃ ଟାପ୍ କରନ୍ତୁ। ଆପଣ କୌଣସି ବିକଳ୍ପ ନୁହେଁ କିମ୍ବା ସମସ୍ତ ବିକଳ୍ପ ପାଇଁ ଭୋଟ୍‌ ଦେଇପାରିବେ।

ଏକ ପୋଲ୍‌ରେ ଏକ ବିକଳ୍ପ ଯୋଡ଼ନ୍ତୁ

ଏକ ପୋଲ୍‌ରେ ଅଂଶଗ୍ରହଣ କରୁଥିବା ଯେକୌଣସି ବ‍୍ୟକ୍ତି ଏଥିରେ ବିକଳ୍ପ ଯୋଡ଼ିପାରିବେ।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ପୋଲ୍ ଥିବା ଏକ ବାର୍ତ୍ତାଳାପ ଖୋଲନ୍ତୁ।

  3. “ପସନ୍ଦ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଅନ୍ଯ ଏକ ବିକଳ୍ପ ଲେଖନ୍ତୁ।

  4. ପୋଲ୍‌ରେ ବିକଳ୍ପ ଯୋଡ଼ିବାକୁ “ପଠାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ବିନା ଭୋଟ୍‌ରେ ବିକଳ୍ପଗୁଡ଼ିକ ଯୋଡ଼ାଯାଇଛି। ଆପଣ ଯୋଡ଼ୁଥିବା ଯେକୌଣସି ବିକଳ୍ପ ପାଇଁ ଭୋଟ୍‌ ଦେବାକୁ ଟାପ୍ କରନ୍ତୁ।

ଏକ ପୋଲ୍‌ର ଫଳାଫଳ ଯାଞ୍ଚ କରନ୍ତୁ

ଲୋକମାନେ କିପରି ଭୋଟ୍ ଦେଇଛନ୍ତି କିମ୍ବା ଏପର୍ଯ୍ଯନ୍ତ କିଏ ଭୋଟ୍ ଦେଇନାହାନ୍ତି ତାହା ଆପଣ ଦେଖିପାରିବେ।

  1. ଆପଣଙ୍କ iPadରେ ମେସେଜ୍‌ ଆପ୍‌ କୁ ଯାଆନ୍ତୁ।

  2. ପୋଲ୍ ଥିବା ଏକ ବାର୍ତ୍ତାଳାପ ଖୋଲନ୍ତୁ।

  3. ପୋଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ପୋଲ୍‌ ବିବରଣୀ”ରେ ଟାପ୍ କରନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.