ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Safari କଷ୍ଟମାଇଜ୍ କରିବା ପାଇଁ ଏକ୍ସଟେନ୍‌ଶନ୍ ପ୍ରାପ୍ତ କରନ୍ତୁ

ଆପଣଙ୍କ ବ୍ରାଉଜର୍ କାର୍ଯ‍୍ୟ କରିବାର ଶୈଳୀକୁ କଷ୍ଟମାଇଜ୍ କରିବା ପାଇଁ ଆପଣ ଏକ୍ସ୍‌ଟେନ୍‌ଶନ୍‌ ଇନ୍‌ଷ୍ଟଲ୍‌ କରିପାରିବେ। ଉଦାହରଣ ସ୍ୱରୂପ, କିଣାକିଣି କରିବାବେଳେ କୂପନ୍ ଖୋଜିବା, ଓ୍ବେବ୍‌ସାଇଟ୍‌ରେ ବିଷୟବସ୍ତୁ ବ୍ଲକ୍ କରିବା ଏବଂ ଆହୁରି ଅନେକ କିଛି କରିବାରେ ଏକ୍ସଟେନ୍‌ଶନ୍‌ ଆପଣଙ୍କୁ ସହାୟତା କରିପାରେ।

Safari ଏକ୍ସଟେନ୍‌ଶନ୍ ଯୋଡ଼ନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ର ଡାହାଣ ପାର୍ଶ୍ୱରେ “ଏକ୍ସଟେନ୍‌ଶନ୍ ପରିଚାଳନା କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ “ଏକ୍ସଟେନ୍‌ଶନ୍‌ ପରିଚାଳନା କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ଏକ୍ସ୍‌ଟେନ୍‌ଶନ୍ ସର୍ଚ୍ଚ୍ କରନ୍ତୁ, ସୁପାରିଶ ସ୍କାନ୍ କରନ୍ତୁ କିମ୍ବା App Store ରେ ଦେଖିବା ପାଇଁ “ଏକ୍ସ୍‌ଟେନ୍‌ଶନ୍ ବ୍ରାଉଜ୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. ଆପଣ ଚାହୁଁଥିବା ଜିନିଷ ପାଇଗଲେ, ମୂଲ୍ଯରେ ଟାପ୍ କରନ୍ତୁ କିମ୍ବା ଯଦି ଆପ୍‌ଟି ମାଗଣା ଅଛି, ତେବେ “ପ୍ରାପ୍ତ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ iPadରେ Safari ପାଇଁ ଇନ୍‌ଷ୍ଟଲ୍‌ କରିଥିବା ଏକ୍ସଟେନ୍‌ଶନ୍‌, ଯାହା ଅନ୍ଯ ପ୍ଲାଟ୍‌ଫର୍ମ୍‌ରେ ମଧ‍୍ୟ ଉପଲବ୍ଧ, ତାହା ଯେକୌଣସି iPhone, iPad କିମ୍ବା Mac ସେଟିଂସ୍‌ରେ ଦେଖାଯିବ, ଯେଉଁଥିରେ ଆପଣ ସମାନ Apple ଆକାଉଣ୍ଟ୍ ବ‍୍ୟବହାର କରି ସାଇନ୍ ଇନ୍ କରିଛନ୍ତି, ଯାହା ଦ୍ୱାରା ସେଗୁଡ଼ିକୁ ଖୋଜିବା ଏବଂ ଡାଉନ୍‌ଲୋଡ୍‌ କରିବା ସହଜ ହେବ।

Safari ଏକ୍ସଟେନ୍‌ଶନ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ

ଆପଣଙ୍କ ବ୍ରାଉଜ୍‌ର୍‌ର କାମ କରିବା ଶୈଳୀକୁ କଷ୍ଟମାଇଜ୍ କରିବା ପାଇଁ ଆପଣ ଏକ ଏକ୍ସଟେନ୍‌ଶନ୍‌ ବ‍୍ୟବହାର କରିପାରିବେ। ଆପଣ ଯେକୌଣସି ସମୟରେ Safari ଏକ୍ସଟେନ୍‌ଶନ୍‌କୁ ଚାଲୁ କିମ୍ବା ବନ୍ଦ କରିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ର ଡାହାଣ ପାର୍ଶ୍ୱରେ “ଏକ୍ସଟେନ୍‌ଶନ୍ ପରିଚାଳନା କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ “ଏକ୍ସଟେନ୍‌ଶନ୍‌ ପରିଚାଳନା କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ଆପଣ ଅନୁମତି ଦେବାକୁ ଚାହୁଁଥିବା ପ୍ରତ୍ଯେକ ଏକ୍ସଟେନ୍‌ଶନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ପ୍ରତ୍ଯେକ ଏକ୍ସଟେନ୍‌ଶନ୍‌କୁ କେତେ ଆକ୍ସେସ୍ ଦେବାକୁ ହେବ ବାଛିବାକୁ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

    ଗୁରୁତ୍ବପୂର୍ଣ୍ଣ: ଆପଣ ଇନ୍‌ଷ୍ଟଲ୍‌ କରିଥିବା ଏକ୍ସ୍‌ଟେନ୍‌ଶନ୍‌କୁ ଯାଞ୍ଚ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ସେମାନେ ଯାହା କରନ୍ତି ତାହା ସହିତ ଆପଣ ପରିଚିତ ଅଛନ୍ତି।

ଆପଣ ସେଟିଂସ୍‌  > ଆପ୍‌ > Safari > ଏକ୍ସ୍‌ଟେନ୍‌ଶନ୍‌ରେ ଏକ୍ସ୍‌ଟେନ୍‌ଶନ୍‌କୁ ଆହୁରି ପରିଚାଳନା କରିପାରିବେ।

ଏକ ନିର୍ଦ୍ଦିଷ୍ଟ୍‌ ଓ୍ବେବ୍‌ସାଇଟ୍‌ ପାଇଁ Safari ଏକ୍ସ୍‌ଟେନ୍‌ଶନ୍‌ ସେଟିଂସ୍‌ ପରିବର୍ତ୍ତନ କରନ୍ତୁ

ଆପଣ ନିଜର ସାମଗ୍ରିକ Safari ସେଟିଂସ୍ ପରିବର୍ତ୍ତନ ନକରି ଏକ ନିର୍ଦ୍ଦିଷ୍ଟ୍‌ ଓ୍ବେବ୍‌ସାଇଟ୍‌ ପାଇଁ ଏକ ଏକ୍ସ୍‌ଟେନ୍‌ଶନ୍‌ ଚାଲୁ କିମ୍ବା ବନ୍ଦ କରିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ ଫିଲ୍ଡ୍‌ର ଡାହାଣ ପାର୍ଶ୍ୱରେ “ଏକ୍ସଟେନ୍‌ଶନ୍ ପରିଚାଳନା କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ “ଏକ୍ସଟେନ୍‌ଶନ୍‌ ପରିଚାଳନା କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ପ୍ରତ୍ଯେକ ଏକ୍ସ୍‌ଟେନ୍‌ଶନ୍‌କୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

ଗୋଟିଏ Safari ଏକ୍ସଟେନ୍‌ଶନ୍ କାଢ଼ି ଦିଅନ୍ତୁ

  1. ହୋମ୍ ସ୍କ୍ରୀନ୍‌ରେ ତଳକୁ ସ୍ୱାଇପ୍ କରନ୍ତୁ, ତା’ପରେ ଆପଣ କାଢ଼ିବାକୁ ଚାହୁଁଥିବା ଏକ୍ସଟେନ୍‌ଶନ୍‌ ସର୍ଚ୍ଚ୍‌ କରନ୍ତୁ।

  2. ଏକ୍ସଟେନ୍‌ଶନ୍‌ ଆଇକନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, "ଆପ୍ ଡିଲିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.