ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପଣଙ୍କ ଫେଭରିଟ୍‌ ପଡ୍‌କାଷ୍ଟ୍‌କୁ ଅନୁସରଣ କରନ୍ତୁ

ଆପଣ ପଡ୍‌କାଷ୍ଟ୍‌ ଆପ୍‌ରେ ପସନ୍ଦ କରୁଥିବା ଶୋ’ ଖୋଜିବା ସମୟରେ, ଆପଣଙ୍କ ଲାଇବ୍ରେରୀରେ ଯୋଡ଼ିବାକୁ ଏହାକୁ ଅନୁସରଣ କରନ୍ତୁ ଯାହା ଦ୍ୱାରା ଆପଣ ନୂଆ ଏପିସୋଡ୍ ବିଷୟରେ ସୂଚନା ପାଇପାରିବେ, ପ୍ଲେବ୍ଯାକ୍‌ କ୍ରମରେ ପରିବର୍ତ୍ତନ କରିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

ଏକ ପଡ୍‌କାଷ୍ଟ୍‌ ଅନୁସରଣ କରନ୍ତୁ

ଆପଣ ଏକ ପଡ୍‌କାଷ୍ଟ୍‌କୁ ଅନୁସରଣ କଲେ ଏହାକୁ ଆପଣଙ୍କ ଲାଇବ୍ରେରୀରେ ଯୋଡ଼ାଯାଏ। ଆପଣ ନିଜର ଅନ୍ଯ Apple ଡିଭାଇସ୍‌ରେ କିମ୍ବା Apple ପଡ୍‌କାଷ୍ଟ୍‌ ଆପ୍‌ରେ ଅନୁସରଣ କରୁଥିବା ପଡ୍‌କାଷ୍ଟ୍‌କୁ ଆକ୍ସେସ୍ କରିପାରିବେ।

  1. ଆପଣଙ୍କ iPad ରେ ଥିବା ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ଶୋ’ ଖୋଜିବା ପାଇଁ ସର୍ଚ୍ଚ୍‌ କିମ୍ବା ବ୍ରାଉଜ୍‌ କରନ୍ତୁ

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ସର୍ଚ୍ଚ୍‌ ଫଳାଫଳରୁ: “ଅନୁସରଣ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

    • ଶୋ’ର ସୂଚନା ଦେଖିବା ସମୟରେ: “ଅନୁସରଣ କରନ୍ତୁ”ରେ ଟାପ୍ କରନ୍ତୁ।

      ଆପଣ “ଅଧିକ” ବଟନ୍‌ ରେ ମଧ‍୍ୟ ଟାପ୍‌ କରିପାରିବେ, ତା’ପରେ “ଫଲୋ କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଏପିସୋଡ୍ ସୂଚନା ଦେଖିବା ସମୟରେ କିମ୍ବା ”ବର୍ତ୍ତମାନ ଚାଲୁଛି”ରୁ: “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ଶୋ’ ଫଲୋ କରନ୍ତୁ”ରେ ଟାପ୍‌ କରନ୍ତୁ।

ଏକ ପଡ୍‌କାଷ୍ଟ୍‌କୁ ଅନୁସରଣ କରନ୍ତୁ ନାହିଁ

  1. ଆପଣଙ୍କ iPad ରେ ଥିବା ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ, “ଶୋ”ରେ ଟାପ୍ କରନ୍ତୁ।

  3. ଏକ ଶୋ'ରେ ଟାପ୍ କରନ୍ତୁ, ଶୀର୍ଷ ଡାହାଣ ପାଖରେ ଥିବାଚେକ୍ ବଟନ୍ ରେ ଟାପ୍ କରନ୍ତୁ, ତା'ପରେ “ଶୋ'କୁ ଅନ୍‌ଫୋଲୋ କରନ୍ତୁ”ରେ ଟାପ୍ କରନ୍ତୁ।

    କିମ୍ବା ଶୀର୍ଷ ଡାହାଣ ପାର୍ଶ୍ୱରେ ଥିବା “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ "ଅନ୍‌ଫଲୋ କରନ୍ତୁ"ରେ ଟାପ୍ କରନ୍ତୁ।

ନୂଆ ଏପିସୋଡ୍ ପାଇଁ ନୋଟିଫିକେଶନ୍ ପ୍ରାପ୍ତ କରନ୍ତୁ

ଆପଣ ଅନୁସରଣ କରୁଥିବା ପଡ୍‌କାଷ୍ଟ୍‌ର ନୂଆ ଏପିସୋଡ୍ ଉପଲବ୍ଧ ଥିଲେ ସୂଚିତ କରନ୍ତୁ।

  1. ଆପଣଙ୍କ iPad ରେ ଥିବା ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ମେନ‍୍ୟୂ ବାର୍‌ରେ ଆକାଉଣ୍ଟ୍ > ଆକାଉଣ୍ଟ୍ ସେଟିଂସ୍‌ ବାଛନ୍ତୁ।

  3. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ତା’ପରେ ଗୋଟିଏ କିମ୍ବା ଅଧିକ ଶୋ’ ପାଇଁ “ନୋଟିଫିକେଶନ୍‌କୁ ଅନୁମତି ଦିଅନ୍ତୁ”କୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

ଆପଣ ଫଲୋ କରୁଥିବା ଏକ ଶୋ’ ପାଇଁ ପ୍ଲେବ୍ଯାକ୍ ସ୍ପୀଡ୍ ଏବଂ “ଡାଏଲଗ୍ ଉନ୍ନତ କରନ୍ତୁ” ସେଟିଂସ୍ କଷ୍ଟମାଇଜ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ଥିବା ଶୋ’ରେ ଟାପ୍ କରନ୍ତୁ, ତା’ପରେ ଏକ ଶୋ’ ଚୟନ କରନ୍ତୁ। (ଆପଣ ଫଲୋ କରୁଥିବା ଏକ ଶୋ’ ପାଇଁ ଆପଣ ମଧ‍୍ୟ ସର୍ଚ୍ଚ୍ କିମ୍ବା ବ୍ରାଉଜ୍ କରିପାରିବେ।)

  3. “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ସେଟିଂସ୍‌ରେ ଟାପ୍ କରନ୍ତୁ, ତା’ପରେ ସ୍ପୀଡ୍ ଓ ଅଡିଓ ଆଡ୍‌ଜଷ୍ଟ୍‌ମେଣ୍ଟ୍ ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ।

  4. ଏହି ଶୋ’ ପାଇଁ କଷ୍ଟମ୍ ବାଛନ୍ତୁ, ତା’ପରେ ଏକ ପ୍ଲେବ୍ଯାକ୍ ସ୍ପୀଡ୍ ଚୟନ କରନ୍ତୁ ଏବଂ “ଡାଏଲଗ୍ ଉନ୍ନତ କରନ୍ତୁ” ଚାଲୁ କିମ୍ବା ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.