ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ମାଉସ୍ ସେଟିଂସ୍ ବଦଳାନ୍ତୁ

iPad ସ୍କ୍ରୀନ୍‌ରେ ଆଇଟମ୍ ସହିତ ଇଣ୍ଟରାକ୍ଟ୍ କରିବା ପାଇଁ ଆପଣ ମାଉସ୍ କିପରି ବ୍ଯବହାର କରନ୍ତି ତାହା ପରିବର୍ତ୍ତନ କରିପାରିବେ।

  1. ସେଟିଂସ୍  > ସାଧାରଣକୁ ଯାଆନ୍ତୁ, ତା’ପରେ ଟ୍ରାକ୍‌ପ୍ୟାଡ୍ ଓ ମାଉସ୍ ଚୟନ କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଟ୍ରାକିଂ ସ୍ପୀଡ୍ ବଦଳାନ୍ତୁ: ଯେତେବେଳେ ଆପଣ ପଏଣ୍ଟର୍‌କୁ ସ୍କ୍ରୀନ୍‌ ଉପରେ ମୂଭ୍ କରନ୍ତି, ସେତେବେଳେ ତାହାର ଟ୍ରାକିଂ ସ୍ପୀଡ୍ ସେଟ୍ କରିବା ପାଇଁ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

    • ପ୍ରାକୃତିକ ସ୍କ୍ରୋଲିଂ ଚାଲୁ କିମ୍ବା ବନ୍ଦ କରନ୍ତୁ: ଏହି ବିକଳ୍ପ ଚୟନ ହେବା ସହିତ, ସ୍କ୍ରୀନ୍‌ରେ ଥିବା ବିଷୟବସ୍ତୁ ଆପଣଙ୍କ ଆଙ୍ଗୁଠିର ସମାନ ଦିଗରେ ମୂଭ୍ ହୋଇଥାଏ।

    • ସେକେଣ୍ଡରି କ୍ଲିକ୍ ପାଇଁ ଏକ ଆଙ୍ଗୁଠି ଉଲ୍ଲେଖ କରନ୍ତୁ: ଆପଣ ହୋମ୍ ସ୍କ୍ରୀନ୍‌ରେ ଆଇକନ୍, ମେଲ୍‌ବକ୍ସ୍‌ର ମେସେଜ୍ କିମ୍ବା କଣ୍ଟ୍ରୋଲ୍ ସେଣ୍ଟର୍‌ରେ କ‍୍ୟାମେରା ବଟନ୍ ପରି ଆଇଟମ୍‌ରେ କ୍ଲିକ୍ କରିବା ସମୟରେ ତ୍ବରିତ କାର୍ଯ‍୍ୟ ମେନ‍୍ୟୂ ଦେଖାଇବା ପାଇଁ ଡାହାଣ କିମ୍ବା ବାମ ଆଙ୍ଗୁଠିକୁ ନିର୍ଦ୍ଦିଷ୍ଟ କରିପାରିବେ। ସେକଣ୍ଡରି କ୍ଲିକ୍ ବନ୍ଦ କରିବା ପାଇଁ, (Magic Mouse 2) ବନ୍ଦ କରନ୍ତୁ ବାଛନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ପଏଣ୍ଟର୍‌ର ଆକୃତି ମଧ୍ଯ ବଦଳାଇ ପାରିବେ, ଯେପରିକି ଏହାର ରଙ୍ଗ, ଆକୃତି ଏବଂ ଆକାର। iPad ସହିତ ମାଉସ୍ କିମ୍ବା ଟ୍ରାକ୍‌ପ୍ୟାଡ୍ ବ୍ୟବହାର କରିବା ସମୟରେ ପଏଣ୍ଟର୍ ଦେଖିବା ସହଜ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.