ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ନୋଟ୍‌ରେ ଅଡିଓ ରେକର୍ଡ୍ ଏବଂ ଟ୍ରାନ୍ସକ୍ରାଇବ୍ କରନ୍ତୁ

ଆପଣ ନୋଟ୍ ଆପ୍‌ରେ ଅଡିଓ ରେକର୍ଡ୍‌ କରିପାରିବେ ଏବଂ କଥିତ ଶବ୍ଦକୁ ଟେକ୍ସଟ୍‌ରେ ଟ୍ରାନ୍ସକ୍ରାଇବ୍ କରିପାରିବେ। ଆପଣ ଟ୍ରାନ୍ସ୍‌କ୍ରିପ୍ଟ୍ ସର୍ଚ୍ଚ୍‌ କରିପାରିବେ, ନୋଟ୍‌ରେ ଟେକ୍ସଟ୍ ଯୋଡ଼ିପାରିବେ କିମ୍ବା ଅନ୍ଯ ଡକ୍ଯୁମେଣ୍ଟ୍‌ରୁ ଟେକ୍ସଟ୍ କପି କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଡିଭାଇସ୍‌ର ଭାଷା ଇଂରାଜୀ, ସ୍ପାନିଶ୍, ପର୍ତ୍ତୁଗୀଜ୍‌, ଇଟାଲୀୟ, ଫ୍ରେଞ୍ଚ୍‌, ଜର୍ମାନ୍, ଜାପାନୀ, କୋରିଆନ୍, ସରଳୀକୃତ ଚାଇନିଜ୍ ଏବଂ ପାରମ୍ପରିକ ଚାଇନିଜ୍‌ରେ ସେଟ୍ ହେବା ସମୟରେ ସମର୍ଥିତ iPad ମଡେଲ୍ରେ ଅଡିଓ ଟ୍ରାନ୍ସକ୍ରିପ୍ସନ୍ ଉପଲବ୍ଧ ହୋଇଥାଏ।

ଲାଇଭ୍ ଅଡିଓ ରେକର୍ଡ୍‌ କରନ୍ତୁ ଏବଂ ଟ୍ରାନ୍ସ୍‌କ୍ରିପ୍ଟ୍ ଦେଖନ୍ତୁ

ଆପଣ ଅଡିଓ ରେକର୍ଡ୍‌ କରିପାରିବେ ଏବଂ କଥିତ ଶବ୍ଦଗୁଡ଼ିକୁ ଏକ ନୋଟ୍‌ରେ ଟ୍ରାନ୍ସ୍‌କ୍ରାଇବ୍ କରିପାରିବେ।

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ନୋଟ୍‌ରେ “ଆଟାଚ୍‌ମେଣ୍ଟ୍” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ “ଅଡିଓ ରେକର୍ଡ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ରେକର୍ଡିଂ ଆରମ୍ଭ କରିବାକୁ “ରେକର୍ଡ୍” ବଟନ୍‌ରେ ଟାପ୍‌ କରନ୍ତୁ।

  4. ରେକର୍ଡିଂ ସମୟରେ ନୋଟ୍ ନେବା ପାଇଁ, ସ୍କ୍ରୀନ୍‌ର ଶୀର୍ଷରୁ ତଳକୁ ସ୍ୱାଇପ୍ କରନ୍ତୁ।

  5. ଆପଣଙ୍କ କାର୍ଯ‍୍ୟ ସମ୍ପୂର୍ଣ୍ଣ ହେବା ପରେ ପଜ୍ ବଟନ୍ ରେ ଟାପ୍‌ କରନ୍ତୁ।

  6. ଟ୍ରାନ୍ସ୍‌କ୍ରିପ୍ଟ୍‌ ଦେଖିବା ପାଇଁ “ଟ୍ରାନ୍ସକ୍ରିପ୍ସନ୍” ବଟନ୍ରେ ଟାପ୍‌ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ସମର୍ଥିତ ଭାଷାରେ କଥିତ ଶବ୍ଦ ସ୍ୱୟଂଚାଳିତ ଭାବରେ ଟ୍ରାନ୍ସ୍‌କ୍ରାଇବ୍ ହୋଇଥାଏ। ଯଦି ଆପଣ “ଟ୍ରାନ୍ସକ୍ରିପ୍ସନ୍” ବଟନ୍ ଦେଖୁନାହାନ୍ତି, ତେବେ ଆପଣଙ୍କର iPad ସର୍ବନିମ୍ନ ଆବଶ୍ଯକତାକୁ ପୂରଣ କରୁନାହିଁ କିମ୍ବା ସମର୍ଥିତ ଭାଷା ଚିହ୍ନଟ କରିପାରୁନାହିଁ।

ଏକ ଅଡିଓ ରେକର୍ଡିଂ ଚଲାନ୍ତୁ ଏବଂ ଟ୍ରାନ୍ସ୍‌କ୍ରିପ୍ଟ୍‌ର ସମୀକ୍ଷା କରନ୍ତୁ

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ଅଡିଓ ରେକର୍ଡିଂ ସହିତ ଏକ ନୋଟ୍ ଦେଖନ୍ତୁ।

  3. ଅଡିଓ ରେକର୍ଡିଂ ଚଲାଇବା ପାଇଁ “ଚଲାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  4. ଟ୍ରାନ୍ସ୍‌କ୍ରିପ୍ଟ୍‌ର ସମୀକ୍ଷା କରିବା ପାଇଁ ଅଡିଓ ରେକର୍ଡିଂରେ ଟାପ୍‌ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ସମର୍ଥିତ ଭାଷାରେ କଥିତ ଶବ୍ଦ ସ୍ୱୟଂଚାଳିତ ଭାବରେ ଟ୍ରାନ୍ସ୍‌କ୍ରାଇବ୍ ହୋଇଥାଏ। ଯଦି ଆପଣ “ଟ୍ରାନ୍ସକ୍ରିପ୍ସନ୍” ବଟନ୍ ଦେଖୁନାହାନ୍ତି, ତେବେ ଆପଣଙ୍କର iPad ସର୍ବନିମ୍ନ ଆବଶ୍ଯକତାକୁ ପୂରଣ କରୁନାହିଁ କିମ୍ବା ସମର୍ଥିତ ଭାଷା ଚିହ୍ନଟ କରିପାରୁନାହିଁ।

  5. ଟ୍ରାନ୍ସ୍‌କ୍ରିପ୍ଟ୍ ଦେଖିବା ସମୟରେ, ଆପଣ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି କାର୍ଯ‍୍ୟ କରିପାରିବେ:

    • ଏକ ନିର୍ଦ୍ଦିଷ୍ଟ ପଏଣ୍ଟ୍‌ରେ ଅଡିଓ ଚଲାନ୍ତୁ: ଆପଣ ଶୁଣିବାକୁ ଚାହୁଁଥିବା ଟେକ୍ସଟ୍‌ରେ ଟାପ୍‌ କରନ୍ତୁ।

    • ରେକର୍ଡିଂ ରୀନେମ୍ କରନ୍ତୁ: “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ରୀନେମ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଟ୍ରାନ୍ସ୍‌କ୍ରିପ୍ଟ୍ ସର୍ଚ୍ଚ୍‌ କରନ୍ତୁ: “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ଟ୍ରାନ୍‌ସ୍କ୍ରିପ୍ଟ୍‌ରେ ଖୋଜନ୍ତୁ”ରେ ଟାପ୍‌ କରନ୍ତୁ।

    • ଟ୍ରାନ୍ସ୍‌କ୍ରିପ୍ଟ୍ କପି କରନ୍ତୁ: “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ନୋଟ୍‌ରେ ଟ୍ରାନ୍‌ସ୍କ୍ରିପ୍ଟ୍‌ ଯୋଡ଼ନ୍ତୁ” କିମ୍ବା “ଟ୍ରାନ୍‌ସ୍କ୍ରିପ୍ଟ୍‌ କପି କରନ୍ତୁ”କୁ ବାଛନ୍ତୁ।

    • ଅଡିଓ ରେକର୍ଡିଂ ସେଭ୍ କିମ୍ବା ଡିଲିଟ୍ କରନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଅଡିଓ ରେକର୍ଡିଂ ଡିଲିଟ୍ କଲେ ଟ୍ରାନ୍ସ୍‌କ୍ରିପ୍ଟ୍ ମଧ୍ଯ ଡିଲିଟ୍ ହୋଇଯାଏ।

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ ଏକ ଅଡିଓ ରେକର୍ଡିଂ ସଂକ୍ଷିପ୍ତ କରିପାରିବେ। “iPad ର ନୋଟ୍ ଆପ୍‌ରେ Apple Intelligence ବ‍୍ୟବହାର କରନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.