ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ପାଣିପାଗ ୱିଜେଟ୍ ବ୍ଯବହାର କରନ୍ତୁ

ଆପଣଙ୍କ iPad ହୋମ୍‌ସ୍କ୍ରୀନ୍‌ ଉପରେ ଏକ ନଜରରେ ପୂର୍ବାନୁମାନ ଏବଂ ଅନ୍ଯ ପାଣିପାଗ ସ୍ଥିତି ଦେଖିବା ପାଇଁ ପାଣିପାଗ ୱିଜେଟ୍ ବ୍ଯବହାର କରନ୍ତୁ। ଆପଣ ବିଭିନ୍ନ ପ୍ରକାରର ୱିଜେଟ୍ ସାଇଜ୍ ଏବଂ ଡିସ୍‌ପ୍ଲେ ମଧ୍ଯରୁ ବାଛିପାରିବେ। ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଏକ ୱିଜେଟ୍ ଯୋଡ଼ନ୍ତୁ ଦେଖନ୍ତୁ।

ଟିପ୍‌: ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ ଗୋଟିଏରୁ ଅଧିକ ପାଣିପାଗ ୱିଜେଟ୍‌କୁ ଯୋଡ଼ିପାରିବେ ଯାହାଦ୍ୱାରା ଆପଣ ବିଭିନ୍ନ ଲୋକେଶନ୍‌ରେ ପାଣିପାଗ ସ୍ଥିତି ଏବଂ ପୂର୍ବାନୁମାନ ଶୀଘ୍ର ଯାଞ୍ଚ କରିପାରିବେ।

ପାଣିପାଗ ୱିଜେଟ୍‌ରେ ଦେଖାଯାଇଥିବା ଲୋକେଶନ୍ ପରିବର୍ତ୍ତନ କରନ୍ତୁ

ଆପଣ ସେହି ଲୋକେଶନ୍ ପରିବର୍ତ୍ତନ କରିପାରିବେ ଯାହା ଏକ ପାଣିପାଗ ୱିଜେଟ୍ ଆପଣଙ୍କ iPad ହୋମ୍ ସ୍କ୍ରୀନ୍‌ରେ ଡିସ୍‌ପ୍ଲେ କରେ।

  1. ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଷ୍ଟକ୍ ୱିଜେଟ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  2. “ପାଣିପାଗ” ଏଡିଟ୍‌ କରନ୍ତୁ କିମ୍ବା “ଷ୍ଟାକ୍ ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

  3. “ମୋ ଲୋକେଶନ୍”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିସ୍‌ପ୍ଲେ କରିବାକୁ ଚାହୁଁଥିବା ଏକ ସହର ସର୍ଚ୍ଚ୍‌ କରନ୍ତୁ କିମ୍ବା ଆପଣଙ୍କ ଲିଷ୍ଟ୍‌ରୁ ଏକ ଲୋକେଶନ୍ରେ ଟାପ୍ କରନ୍ତୁ।

  4. ଆପଣଙ୍କ iPad ହୋମ୍ ସ୍କ୍ରୀନ୍‌କୁ ଫେରିବାକୁ ୱିଜେଟ୍ ବାହାରେ ସ୍କ୍ରୀନ୍‌ରେ ଟାପ୍‌ କରନ୍ତୁ।

ଆପଣ ନିଜ iPad ଲକ୍ ସ୍କ୍ରୀନ୍‌ ରେ ପାଣିପାଗ ୱିଜେଟ୍ ମଧ‍୍ୟ ରଖିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.