ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ଚାଲୁ କିମ୍ବା ବନ୍ଦ କରନ୍ତୁ

ଆପଣଙ୍କ iPad କୁ ଚାଲୁ ଓ ବନ୍ଦ କରିବା ପାଇଁ ଅନେକ ଉପାୟ ଅଛି—ଆପଣ ନିଜ iPad ର ଶୀର୍ଷ ଓ ପାର୍ଶ୍ବରେ ଥିବା ବଟନ୍ ବ୍ୟବହାର କରିପାରିବେ କିମ୍ବା ଆପଣ ସେଟିଂସ୍ ଓ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଥିବା କଣ୍ଟ୍ରୋଲ୍ ବ୍ୟବହାର କରିପାରିବେ।

iPad ଚାଲୁ କରନ୍ତୁ

Apple ଲୋଗୋ ନ ଦେଖାଯିବା ପର୍ଯ‍୍ୟନ୍ତ ଶୀର୍ଷ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ।

iPad ର ଶୀର୍ଷ ଡାହାଣ-ପାର୍ଶ୍ୱରେ ଥିବା ବଟନ୍‌କୁ ଇଙ୍ଗିତ କରୁଥିବା ଏକ ସବୁଜ ତୀର।

ଯଦି iPad ଚାଲୁ ନହୁଏ, ତେବେ ଆପଣଙ୍କୁ ବ‍୍ୟାଟରି ଚାର୍ଜ କରିବାକୁ ପଡ଼ିପାରେ। ଅଧିକ ସହାୟତା ପାଇଁ Apple ସହାୟତା ଆର୍ଟିକଲ୍‌ ଯଦି ଆପଣଙ୍କ iPad ଚାଲୁ ହେଉ ନାହିଁ କିମ୍ବା ଫ୍ରିଜ୍ ହୋଇଯାଇଛି ଦେଖନ୍ତୁ।

iPad ବନ୍ଦ କରନ୍ତୁ (ଶୀର୍ଷ ବଟନ୍‌ରେ Face ID କିମ୍ବା Touch ID ଥିବା ମଡେଲ୍‌)

ଯଦି ଆପଣଙ୍କ iPad ରେ ହୋମ୍ ବଟନ୍ ନାହିଁ, ତେବେ ନିମ୍ନଲିଖିତ କାର୍ଯ‍୍ୟ କରନ୍ତୁ:

  1. ପାୱର୍ ଅଫ୍ ସ୍ଲାଇଡର୍ ନ ଦେଖାଯିବା ପର୍ଯ୍ଯନ୍ତ ଶୀର୍ଷ ବଟନ୍ ଏବଂ ଯେକୌଣସି ଭଲ୍ଯୂମ୍ ବଟନ୍‌କୁ ଏକା ସାଙ୍ଗରେ ଦବାଇ ହୋଲ୍ଡ୍ କରନ୍ତୁ।

    ଦୁଇଟି iPad ମଡେଲ୍। ଉଭୟ iPad ମଡେଲ୍‌ରେ ଶୀର୍ଷ ବଟନ୍ ଅଛି; ଗୋଟିଏ iPad ମଡେଲ୍‌ରେ ପାର୍ଶ୍ୱରେ ଭଲ୍ୟୂମ୍‌ ବଟନ୍ ଅଛି ଏବଂ ଅନ୍ଯଟିରେ ଶୀର୍ଷରେ ଭଲ୍ୟୂମ୍‌ ବଟନ୍ ଅଛି। ତୀରଗୁଡ଼ିକ ଶୀର୍ଷ ବଟନ୍ ଏବଂ ଭଲ୍ୟୂମ୍‌ ବଟନ୍‌କୁ ସୂଚାଉଛି।
  2. iPad ବନ୍ଦ କରିବା ପାଇଁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

iPad କୁ ବନ୍ଦ କରନ୍ତୁ (ହୋମ୍ ବଟନ୍ ଥିବା ମଡେଲ୍‌)

ଯଦି ଆପଣଙ୍କ iPad ରେ ହୋମ୍ ବଟନ୍ ଅଛି, ତେବେ ନିମ୍ନଲିଖିତ କାର୍ଯ‍୍ୟ କରନ୍ତୁ:

  1. ଶୀର୍ଷ ବଟନ୍‌କୁ ଦବାଇ ହୋଲ୍ଡ୍ କରନ୍ତୁ।

    ହୋମ୍ ବଟନ୍ ଥିବା ଏକ iPad। ଶୀର୍ଷ ବଟନ୍‌କୁ ପଏଣ୍ଟ୍‌ କରୁଥିବା ଏକ ତୀର।
  2. iPad ବନ୍ଦ କରିବା ପାଇଁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

କଣ୍ଟ୍ରୋଲ୍ ସେଣ୍ଟର୍‌ରେ iPad ବନ୍ଦ କରନ୍ତୁ

  1. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. ଆପଣଙ୍କ ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରେ ଥିବା ପାୱର୍ ବଟନ୍‌ ରେ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. iPad ବନ୍ଦ କରିବା ପାଇଁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

ସେଟିଂସ୍‌ରେ iPad ବନ୍ଦ କରନ୍ତୁ

  1. ଆପଣଙ୍କ iPad ରେ ସେଟିଂସ୍ ଆପ୍‌କୁ ଯାଆନ୍ତୁ।

  2. “ସାଧାରଣ”ରେ ଟାପ୍ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

  3. iPad ବନ୍ଦ କରିବା ପାଇଁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

ଯଦି ଆପଣଙ୍କ iPad ଆଶାନୁରୂପ ଭାବରେ କାର୍ଯ‍୍ୟ କରୁନାହିଁ, ତେବେ ଆପଣ ଏହାକୁ ବନ୍ଦ କରି ରୀଷ୍ଟାର୍ଟ୍ କରିବା ପାଇଁ ଚେଷ୍ଟା କରି ପୁଣି ଚାଲୁ କରିପାରିବେ। ଯଦି ଏହାକୁ ବନ୍ଦ ଏବଂ ଚାଲୁ କରିବା ଦ୍ବାରା ସମସ୍ଯାର ସମାଧାନ ହୁଏ ନାହିଁ, ତେବେ ଏହାକୁ ବାଧ୍ଯ କରି ରୀଷ୍ଟାର୍ଟ୍ କରି ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.