ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ରିମାଇଣ୍ଡର୍‌ରେ ଆକାଉଣ୍ଟ୍‌ଗୁଡ଼ିକୁ ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ

ରିମାଇଣ୍ଡର ଆପ୍‌ରେ, ଆପଣ ଏକାଧିକ ଆକାଉଣ୍ଟ୍‌ ବ୍ୟବହାର କରିପାରିବେ - ଯେପରିକି iCloud, ଏଣ୍ଟର୍‌ପ୍ରାଇଜ୍-ପରିଚାଳିତ iCloud, Microsoft Exchange, ଏବଂ Yahoo - ଏବଂ ଆପଣଙ୍କର ସମସ୍ତ ଟୁ ଡୁ ଲିଷ୍ଟ୍‌କୁ ଗୋଟିଏ ସ୍ଥାନରେ ରଖିପାରିବେ। ସମାନ ଆକାଉଣ୍ଟ୍‌ ବ୍ଯବହାର କରୁଥିବା ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ରିମାଇଣ୍ଡର୍ ଅପ୍ ଟୁ ଡେଟ୍ ରହିଥାଏ।

ଧ‍୍ୟାନ ଦିଅନ୍ତୁ: ଆପଣ iCloud ରେ ଅପ୍‌ଡେଟ୍ ହୋଇଥିବା ରିମାଇଣ୍ଡର୍ ବ‍୍ୟବହାର କରୁଥିଲେ ଏହି ଗାଇଡ୍‌ରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍ ଫୀଚର୍ ଉପଲବ୍ଧ ହେବ। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରୁଥିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

iCloud ସହିତ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ରିମାଇଣ୍ଡର୍ ଅପ୍‌ ଡୁ ଡେଟ୍‌ ରଖନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ।

  3. iCloud ଟାପ୍ କରନ୍ତୁ,”ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ରିମାଇଣ୍ଡର୍ ଚାଲୁ କରନ୍ତୁ।

iCloudରେ ଷ୍ଟୋର୍ ହୋଇଥିବା ଆପଣଙ୍କ ରିମାଇଣ୍ଡର୍-ଏବଂ ସେଗୁଡ଼ିକରେ କରିଥିବା କୌଣସି ପରିବର୍ତ୍ତନ - ଆପଣଙ୍କ iPhone, iPad, Apple Watch, ଏବଂ Macରେ ଦେଖାଯାଏ ଯେଉଁଠାରେ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି

iCloudରେ ଷ୍ଟୋର୍ ହୋଇଥିବା ଆପଣଙ୍କ ରିମାଇଣ୍ଡର୍‌ ଅପ୍‌ଡେଟ୍ କରନ୍ତୁ

ଯଦି ଆପଣ iOS 12 କିମ୍ବା ତା'ପୂର୍ବ ଭର୍ଶନ୍‌ରେ ରିମାଇଣ୍ଡର୍‌ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଆଟାଚ୍‌ମେଣ୍ଟ୍‌, ଫ୍ଲାଗ୍, ଲିଷ୍ଟ୍‌ ରଙ୍ଗ ଏବଂ ଆଇକନ୍ ଇତ୍ଯାଦି ଭଳି ଫୀଚର୍‌ଗୁଡ଼ିକ ବ୍ୟବହାର କରିବାକୁ iCloudରେ ଷ୍ଟୋର୍ ହୋଇଥିବା ଆପଣଙ୍କ ରିମାଇଣ୍ଡର୍‌ଗୁଡ଼ିକୁ ଅପ୍‌ଡେଟ୍ କରିବାକୁ ପଡ଼ିପାରେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ।

  3. iCloudରେ ଟାପ୍ କରନ୍ତୁ,”ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିଶ୍ଚିତ କରନ୍ତୁ ଯେ ରିମାଇଣ୍ଡର୍‌ଗୁଡ଼ିକ ଚାଲୁ ହୋଇଛି।

  4. ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  5. “ରିମାଇଣ୍ଡର୍ ସ୍କ୍ରୀନ୍‌କୁ ସ୍ୱାଗତ”ରେ, ନିମ୍ନଲିଖିତ ବିକଳ୍ପଗୁଡ଼ିକ ମଧ୍ଯରୁ ଗୋଟିଏ ବାଛନ୍ତୁ:

    • ବର୍ତ୍ତମାନ ଅପ୍‌ଡେଟ୍‌ କରନ୍ତୁ: ଅପ୍‌ଡେଟ୍‌ ପ୍ରକ୍ରିୟା ଆରମ୍ଭ କରନ୍ତୁ।

    • ପରେ ଅପ୍‌ଡେଟ୍‌ କରନ୍ତୁ: ଆପଣଙ୍କ ଲିଷ୍ଟ୍ ଉପରେ ଏକ ବ୍ଲୁ ଅପ୍‌ଡେଟ୍ ବଟନ୍ ଦେଖାଯାଏ; ଆପଣ ନିଜ ରିମାଇଣ୍ଡର୍‌କୁ ଅପ୍‌ଡେଟ୍ କରିବାକୁ ପ୍ରସ୍ତୁତ ଥିଲେ ଏଥିରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଅପ୍‌ଡେଟ୍‌ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ iOS ଏବଂ macOSର ପୂର୍ବ ଭର୍ଶନ୍‌ରେ ଥିବା ରିମାଇଣ୍ଡର୍ ଆପ୍‌ରେ ପଛକୁ ଫେରାଇ ହେବ ନାହିଁ। Apple ସମର୍ଥିତ ଆର୍ଟିକଲ୍ iOS 13 କିମ୍ୱା ପରବର୍ତ୍ତୀ ଭର୍ଶନ୍‌ରେ ରିମାଇଣ୍ଡର୍‌ ଆପ୍ ଅପ୍‌ଡେଟ୍‌ କରନ୍ତୁ ଦେଖନ୍ତୁ।

ଅନ୍ଯ ଆକାଉଣ୍ଟ୍‌ଗୁଡ଼ିକ ଯୋଡ଼ନ୍ତୁ

Microsoft Exchange ଏବଂ Yahoo ପରି ଅନ୍ଯ ଆକାଉଣ୍ଟ୍‌ରେ ଆପଣଙ୍କ ଟୁ-ଡୁ ଲିଷ୍ଟ୍ ପରିଚାଳନା କରିବା ପାଇଁ ଆପଣ ରିମାଇଣ୍ଡର୍ ଆପ୍ ବ‍୍ୟବହାର କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ରିମାଇଣ୍ଡର୍‌ରେ ଟାପ୍ କରନ୍ତୁ।

  3. ଆକାଉଣ୍ଟ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଆକାଉଣ୍ଟ୍‌ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଆକାଉଣ୍ଟ୍‌ ପ୍ରଦାନକାରୀ ବାଛନ୍ତୁ, ତା’ପରେ ଆପଣଙ୍କ ଆକାଉଣ୍ଟ୍‌ ସୂଚନା ଲେଖନ୍ତୁ।

    • ଯଦି ଆପଣଙ୍କ ଆକାଉଣ୍ଟ୍‌ ପ୍ରଦାନକାରୀ ଲିଷ୍ଟ୍‌ରେ ନାହାନ୍ତି, ତେବେ “ଅନ୍ୟ” ଉପରେ ଟାପ୍‌ କରନ୍ତୁ, CalDAV ଆକାଉଣ୍ଟ୍ ଯୋଡ଼ନ୍ତୁ, ଆପଣଙ୍କ ଆକାଉଣ୍ଟ୍ ସୂଚନା ଲେଖନ୍ତୁ, ତା’ପରେ ସେହି ଆକାଉଣ୍ଟ୍ ପାଇଁ ରିମାଇଣ୍ଡର୍ ଚାଲୁ କରନ୍ତୁ।

ଏକ ଆକାଉଣ୍ଟ୍ କାଢ଼ନ୍ତୁ

ଯେତେବେଳେ ଆପଣ ଏକ ଆକାଉଣ୍ଟ୍ କାଢ଼ନ୍ତି କିମ୍ବା ଡିଲିଟ୍ କରନ୍ତି, ସେହି ଆକାଉଣ୍ଟ୍‌ରେ ଥିବା ରିମାଇଣ୍ଡର୍ ଆପଣଙ୍କ iPadରେ ଆଉ ଦେଖାଯିବ ନାହିଁ। ଆପଣଙ୍କ ଇଣ୍ଟର୍‌ନେଟ୍ ଆକାଉଣ୍ଟ୍ (ଉଦାହରଣ ସ୍ୱରୂପ, iCloud.com କିମ୍ବା Microsoft Exchange) ଏବଂ ଆପଣ ପୂର୍ବରୁ ସେଟ୍ ଅପ୍ କରିଥିବା ଅନ୍ୟ କୌଣସି ଡିଭାଇସ୍‌ରେ ରିମାଇଣ୍ଡର୍‌ଗୁଡ଼ିକ ରହିଥାଏ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ରିମାଇଣ୍ଡର୍‌ରେ ଟାପ୍ କରନ୍ତୁ।

  3. “ରିମାଇଣ୍ଡର୍ ଆକାଉଣ୍ଟ୍‌”ରେ ଟାପ୍ କରନ୍ତୁ, ତା’ପରେ ଆପଣ କାଢ଼ିବାକୁ ଚାହୁଁଥିବା ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆକାଉଣ୍ଟ୍‌ରେ ରିମାଇଣ୍ଡର୍ ବ୍ଯବହାର କରିବା ବନ୍ଦ କରନ୍ତୁ: ରିମାଇଣ୍ଡର୍ ବନ୍ଦ କରନ୍ତୁ।

      ଆପଣ କ୍ଯାଲେଣ୍ଡର୍ ପରି ଅନ୍ଯ ସେବାଗୁଡ଼ିକ ପାଇଁ ଆକାଉଣ୍ଟ୍‌ ବ୍ଯବହାର କରିବା ଜାରି ରଖିପାରିବେ।

    • ଆକାଉଣ୍ଟ୍‌ରେ ସମସ୍ତ ସେବା ବ୍ଯବହାର କରିବା ବନ୍ଦ କରନ୍ତୁ: “ସାଇନ୍ ଆଉଟ୍” (iCloud ଆକାଉଣ୍ଟ୍ ପାଇଁ) କିମ୍ବା “ଆକାଉଣ୍ଟ୍ ଡିଲିଟ୍ କରନ୍ତୁ” (ଅନ୍ୟ ଆକାଉଣ୍ଟ୍ ପାଇଁ)ରେ ଟାପ୍‌ କରନ୍ତୁ।

      ଯଦି ଆପଣ “ସାଇନ୍ ଆଉଟ୍ କରନ୍ତୁ” କିମ୍ବା “ଆକାଉଣ୍ଟ୍‌ ଡିଲିଟ୍ କରନ୍ତୁ” ଦେଖିପାରୁ ନାହାନ୍ତି, ତା’ହେଲେ ସମ୍ଭବତଃ ଆପଣଙ୍କ ଆକାଉଣ୍ଟ୍‌କୁ ଆପଣଙ୍କ ସଂଗଠନ ଦ୍ୱାରା ପରିଚାଳିତ କରାଯାଉଛି। କାଢ଼ିବାର ନିର୍ଦ୍ଦେଶାବଳୀ ପାଇଁ ଆଡ୍‌ମିନିଷ୍ଟ୍ରେଟର୍ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.