ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ର Safari ରେ ବ‍୍ୟକ୍ତିଗତ ସୂଚନା ପୂରଣ କରନ୍ତୁ

iPad ରେ ସେଭ୍ ହୋଇଥିବା ଆପଣଙ୍କ ପର୍ସନଲ୍ ସୂଚନା ସହାୟତାରେ, ଆପଣ ସ୍ୱୟଂଚାଳିତ ଭାବରେ କଣ୍ଟାକ୍ଟ୍ ସୂଚନା, ୟୂଜର୍ ନେମ୍ ଓ ପାସ୍‌ୱର୍ଡ୍ ପୂରଣ କରିପାରିବେ।

ଆପଣ ସ୍ୱୟଂଚାଳିତ ଭାବରେ ପେମେଣ୍ଟ୍‌ ସୂଚନା ପୂରଣ ମଧ‍୍ୟ କରିପାରିବେ।

ଅଟୋଫିଲ୍ ସେଟ୍ ଅପ୍ କରନ୍ତୁ

ଆପଣ ଅନ୍‌ଲାଇନ୍ ଫର୍ମ ପୂରଣ କରିବା ତ୍ୱରାନ୍ୱିତ କରିବା ପାଇଁ ଆପଣଙ୍କ iPad ରେ ନିଜ ବ‍୍ୟକ୍ତିଗତ ସୂଚନା ସେଭ୍ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ

  3. ଅଟୋଫିଲ୍‌ରେ ଟାପ୍ କରନ୍ତୁ, ତା’ପରେ “କଣ୍ଟାକ୍ଟ୍ ସୂଚନା ବ‍୍ୟବହାର କରନ୍ତୁ” ଚାଲୁ କରନ୍ତୁ।

  4. “ମୋ ସୂଚନା”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ କଣ୍ଟାକ୍ଟ୍ କାର୍ଡ୍ ବାଛନ୍ତୁ।

    ଆପଣ Safari ରେ ଥିବା ୱେବ୍‌ପୃଷ୍ଠାରେ ଅଟୋଫିଲ୍ ଟାପ୍‌ କଲେ ଆପଣଙ୍କ କାର୍ଡ୍‌ରୁ କଣ୍ଟାକ୍ଟ୍ ସୂଚନା ଲେଖାଯାଇଥାଏ।

ଆପଣଙ୍କ କଣ୍ଟାକ୍ଟ୍ ସୂଚନା ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ

ଆପଣ ଅଟୋଫିଲ୍ ବ୍ଯବହାର କରି ଅନ୍‌ଲାଇନ୍‌‌ ଫର୍ମ୍‌ରେ ଆପଣଙ୍କ ପର୍ସନଲ୍‌ ସୂଚନା ଶୀଘ୍ର ଯୋଡ଼ିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଅଟୋଫିଲ୍ ସମର୍ଥନ କରୁଥିବା ଏକ ଓ୍ବେବ୍‌ସାଇଟ୍‌ରେ ଏକ ଫର୍ମ୍‌ରେ ଏକ ଖାଲି ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  3. କୀ’ବୋର୍ଡ୍‌ ଉପରେ “କଣ୍ଟାକ୍ଟ୍ ଅଟୋଫିଲ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ କଣ୍ଟାକ୍ଟ୍ ଚୟନ କରନ୍ତୁ।

  4. ପରିବର୍ତ୍ତନ କରିବା ପାଇଁ ଯେକୌଣସି ଫିଲ୍ଡ୍‌ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ କଣ୍ଟାକ୍ଟ୍ ଲିଷ୍ଟ୍‌ରୁ ଅନ୍ଯ ଜଣେ ବ୍ଯକ୍ତିଙ୍କ ସୂଚନା ଲେଖିବାକୁ ଅଟୋଫିଲ୍ ବ‍୍ୟବହାର କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ଗିଫ୍ଟ୍ କିଣୁଛନ୍ତି ଏବଂ ଏହାକୁ ଜଣେ ବନ୍ଧୁଙ୍କୁ ପଠାଉଛନ୍ତି, ତେବେ ଆପଣ ତାଙ୍କ ଠିକଣା ଲେଖିବା ପାଇଁ ଅଟୋଫିଲ୍ ବ‍୍ୟବହାର କରିପାରିବେ। “କଣ୍ଟାକ୍ଟ୍ ଅଟୋଫିଲ୍ କରନ୍ତୁ”ରେ ଟାପ୍‌ କରନ୍ତୁ, “ଅନ୍ଯ କଣ୍ଟାକ୍ଟ୍‌”ରେ ଟାପ୍‌ କରନ୍ତୁ, ତା’ପରେ ସେମାନଙ୍କ କଣ୍ଟାକ୍ଟ୍ କାର୍ଡ୍‌ ବାଛନ୍ତୁ।

ଆପଣଙ୍କ ପାସ୍‌ଓ୍ବର୍ଡ୍‌ ସ୍ବୟଂଚାଳିତ ଭାବରେ ପୂରଣ କରନ୍ତୁ

ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌ରେ ବିଭିନ୍ନ ସେବା ପାଇଁ ସାଇନ୍ ଅପ୍ କଲେ, ଆପଣ iPadକୁ ଆପଣଙ୍କ ଅନେକ ଆକାଉଣ୍ଟ୍‌ ପାଇଁ ଶକ୍ତିଶାଳୀ ପାସ୍‌ଓ୍ବର୍ଡ୍‌ ତିଆରି କରି ସେଭ୍ କରିବା ପାଇଁ ଦେଇପାରିବେ। ସ୍ବୟଂଚାଳିତ ଭାବରେ ଶକ୍ତିଶାଳୀ ପାସ୍‌ଓ୍ବର୍ଡ୍‌ ପୂରଣ କରନ୍ତୁ ଦେଖନ୍ତୁ।

ଗୁରୁତ୍ବପୂର୍ଣ୍ଣ: “ସୁରକ୍ଷିତ ନୁହେଁ” ଚେତାବନୀ ଥିବା ସାଇଟ୍‌ଗୁଡ଼ିକରେ କେବେ ପାସ୍‌ୱର୍ଡ୍ ଲେଖନ୍ତୁ ନାହିଁ। ଯଦି Safariସହିତ ବ୍ରାଉଜିଂ ସମୟରେ ଆପଣ “ସୁରକ୍ଷିତ ନୁହେଁ” ଚେତାବନୀ ଦେଖନ୍ତି, ତେବେ Apple ସମର୍ଥନ ଆର୍ଟିକଲ୍‌ ଦେଖନ୍ତୁ।

ଅଟୋଫିଲ୍ ବନ୍ଦ କରନ୍ତୁ

ଆପଣ ନିଜ କଣ୍ଟାକ୍ଟ୍ ସୂଚନା ଏବଂ ପାସ୍‌ୱର୍ଡ୍ ପାଇଁ ଅଟୋଫିଲ୍ ବନ୍ଦ କରିପାରିବେ। ଆପଣଙ୍କ ନିଜ କଣ୍ଟାକ୍ଟ୍ ସୂଚନାକୁ ତତ୍‌କ୍ଷଣାତ୍‌ ଉପଲବ୍ଧ ହେଉ ବୋଲି ଆପଣ ଚାହୁଁନଥିବା ସ୍ଥିତିରେ ଏହା ସହାୟକ ହୋଇଥାଏ—ଉଦାହରଣ ସ୍ୱରୂପ, ଯଦି ଆପଣ ଅନ୍ଯମାନଙ୍କ ସହ ଏକ ଡିଭାଇସ୍ ଶେୟର୍‌ କରୁଛନ୍ତି।

  • ଆପଣଙ୍କ କଣ୍ଟାକ୍ଟ୍ ସୂଚନା ପାଇଁ ଅଟୋଫିଲ୍ ବନ୍ଦ କରନ୍ତୁ: ସେଟିଂସ୍  > ଆପ୍ > Safari > ଅଟୋଫିଲ୍‌କୁ ଯାଆନ୍ତୁ, ତା’ପରେ “କଣ୍ଟାକ୍ଟ୍ ସୂଚନା ବ‍୍ୟବହାର କରନ୍ତୁ”କୁ ବନ୍ଦ କରନ୍ତୁ।

  • ପାସ୍‌ଓ୍ବର୍ଡ୍‌ ପାଇଁ ଅଟୋଫିଲ୍ ବନ୍ଦ କରନ୍ତୁ: ସେଟିଂସ୍  > ସାଧାରଣ > ଅଟୋଫିଲ୍ ଓ ପାସ୍‌ଓ୍ବର୍ଡ୍‌କୁ ଯାଆନ୍ତୁ, ତା’ପରେ “ପାସ୍‌ଓ୍ବର୍ଡ୍‌ ଏବଂ ପାସ୍‌କୀ’ ଅଟୋଫିଲ୍ କରନ୍ତୁ” ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.