ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଫଟୋ ଏବଂ ଭିଡିଓ ସୂଚନା ଦେଖନ୍ତୁ

ଆପଣ ଫଟୋ କିମ୍ବା ଭିଡିଓ ବିଷୟରେ ସେଭ୍‌ ହୋଇଥିବା ମେଟାଡେଟା ସୂଚନାକୁ ଫଟୋ ଆପ୍‌ରେ ଖୋଜିପାରିବେ। ଆପଣ କେତେକ ଷ୍ଟୋର୍ ହୋଇଥିବା ଡେଟା ଯେପରିକି ତାରିଖ, ସମୟ ଏବଂ ଲୋକେଶନ୍ ମଧ୍ଯ ପରିବର୍ତ୍ତନ କରିପାରିବେ।

ଫଟୋ ଏବଂ ଭିଡିଓ ମେଟାଡେଟା ଦେଖନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଆପଣ ଯେଉଁ ଫଟୋ କିମ୍ବା ଭିଡିଓର ମେଟାଡେଟା ଦେଖିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ, ତା’ପରେ ଉପରକୁ ସ୍ୱାଇପ୍ କରନ୍ତୁ କିମ୍ବା ସୂଚନା ବଟନ୍‌ ରେ ଟାପ୍ କରନ୍ତୁ।

    ଫଟୋ କିମ୍ବା ଭିଡିଓ ଉପରେ ନିର୍ଭର କରି, ଆପଣ ନିମ୍ନଲିଖିତ ବିବରଣୀ ଦେଖନ୍ତି:

    • ଫଟୋରେ ଚିହ୍ନଟ ହୋଇଥିବା ବ୍ଯକ୍ତି (“ଲୋକ ଓ ପୋଷାଜୀବ ଖୋଜନ୍ତୁ ଓ ନାମ ଦିଅନ୍ତୁ” ଦେଖନ୍ତୁ)

    • ଫଟୋ କିମ୍ବା ଭିଡିଓକୁ ବର୍ଣ୍ଣନା କରିବା ଏବଂ ସର୍ଚ୍ଚ୍‌ରେ ଖୋଜିବା ସହଜ କରିବା ପାଇଁ ଏକ କ୍ୟାପ୍ସନ୍‌ ଫିଲ୍ଡ୍‌

    • ଭିଜୁଅଲ୍ ଲୁକ୍ ଅପ୍ ଦ୍ୱାରା ଆଇଟମ୍ ଚିହ୍ନଟ ହୋଇଛି

    • କନ୍ସର୍ଟ୍ ଏବଂ ସ୍ପୋର୍ଟିଂ ଇଭେଣ୍ଟ୍‌ରେ ନିଆଯାଇଥିବା ଫଟୋ ଏବଂ ଭିଡିଓ ପାଇଁ ଇଭେଣ୍ଟ୍ ସୂଚନା

    • କେଉଁ ଡିଭାଇସ୍ ଫଟୋ କିମ୍ବା ଭିଡିଓ କ୍ୟାପ୍ଚର୍ କରିଛି

    • ଫଟୋ କିମ୍ବା ଭିଡିଓ ନିଆଯାଇଥିବା ସମୟ ଏବଂ ତାରିଖ (ତାରିଖ ଏବଂ ସମୟ ଏଡିଟ୍ କରିବା ପାଇଁ “ଆଡ୍‌ଜଷ୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ)

    • କ୍ୟାମେରା ମେଟାଡେଟା ଯେପରିକି ଲେନ୍ସ୍‌, ଶଟର୍ ସ୍ପୀଡ୍, ଫାଇଲ୍ ସାଇଜ୍ ଏବଂ ଆହୁରି ଅନେକ କିଛି

    • ଫଟୋ କିମ୍ବା ଭିଡିଓ କେଉଁଠି ନିଆଯାଇଛି (ମ‍୍ୟାପ୍‌ରେ ଲୋକେଶନ୍ ଦେଖିବା ପାଇଁ ଲିଙ୍କ୍‌ରେ ଟାପ୍ କରନ୍ତୁ; ଲୋକେଶନ୍ ଏଡିଟ୍ କରିବା ପାଇଁ ଆଡ୍‌ଜଷ୍ଟ୍‌ରେ ଟାପ୍ କରନ୍ତୁ; ଏକ ଲୋକେଶନ୍ ଲେଖିବା ପାଇଁ “ଲୋକେଶନ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ)

    • ଯଦି ଏହା ଶେୟର୍ କରାଯାଇଛି, ତେବେ ଆପଣଙ୍କ ସହିତ ଫଟୋ କିମ୍ବା ଭିଡିଓ କିଏ ଶେୟର୍ କରିଛି

    • ଏହି ଫଟୋ କେଉଁ ଆଲ୍‌ବମ୍‌ରେ ଅଛି (ଆଲ୍‌ବମ୍ ଖୋଲିବା ପାଇଁ ଟାପ୍ କରନ୍ତୁ)

    ଫଟୋ ଆପ୍‌ରେ ଏକ ଫଟୋ ଖୋଲା ଅଛି। ଫଟୋ ଉପରେ ମେଟାଡେଟା ସୂଚନା ଦେଖାଯାଇଥାଏ, ଯେଉଁଥିରେ ଉପରରୁ ତଳ ପର୍ଯ‍୍ୟନ୍ତ ଫଟୋ ଉଠାଯାଇଥିବା ତାରିଖ ଏବଂ ସମୟ, ଫାଇଲ୍‌ର ନାମ, iPhone ମଡେଲ୍ ଏବଂ କ‍୍ୟାମେରା ସେଟିଂସ୍ ଏବଂ ଫଟୋ ଉଠାଯାଇଥିବା ଲୋକେଶନ୍‌ର ଏକ ମ୍ଯାପ୍ ଅନ୍ତର୍ଭୁକ୍ତ।
  3. ମେନ‍୍ୟୂ ବନ୍ଦ କରିବା ପାଇଁ “ବନ୍ଦ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ତାରିଖ, ସମୟ କିମ୍ବା ଲୋକେଶନ୍ ବଦଳାନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏହାକୁ ଖୋଲିବା ପାଇଁ ଏକ ଫଟୋ କିମ୍ବା ଭିଡିଓରେ ଟାପ୍‌ କରନ୍ତୁ, ତା’ପରେ “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ।

  3. “ତାରିଖ ଓ ସମୟ ଆଡ୍‌ଜଷ୍ଟ୍ କରନ୍ତୁ” କିମ୍ବା “ଲୋକେଶନ୍ ଆଡ୍‌ଜଷ୍ଟ୍ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ନୂଆ ସୂଚନା ଲେଖନ୍ତୁ।

    • ତାରିଖ ଓ ସମୟ ପରିବର୍ତ୍ତନ ପାଇଁ, ଅପ୍‌ଡେଟ୍ କରିବାକୁ କ‍୍ୟାଲେଣ୍ଡର୍ ଏବଂ ଘଣ୍ଟା ବ‍୍ୟବହାର କରନ୍ତୁ, ତା’ପରେ “ଆଡ୍‌ଜଷ୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଲୋକେଶନ୍ ପରିବର୍ତ୍ତନ ପାଇଁ, ଫଟୋ କେଉଁଠାରେ ଉଠାଯାଇଛି ଟେକ୍ସ୍‌ଟ୍ ଫିଲ୍ଡ୍‌ରେ ତାହା ଲେଖନ୍ତୁ, ତା’ପରେ ମ‍୍ୟାପ୍ ଲୋକେଶନ୍ ଅଧୀନରେ ଦେଖାଯିବା ସମୟରେ ଲୋକେଶନ୍‌ରେ ଟାପ୍ କରନ୍ତୁ।

ଫଟୋଗୁଡ଼ିକର ଏକ ବ୍ୟାଚ୍‌ର ତାରିଖ, ସମୟ, କିମ୍ୱା ଲୋକେଶନ୍‌ ପରିବର୍ତ୍ତନ କରିବାକୁ, “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ପରିବର୍ତ୍ତନ କରିବାକୁ ଚାହୁଁଥିବା ଥମ୍ବନେଲ୍‌ରେ ଟାପ୍‌ କରନ୍ତୁ, ତା’ପରେ ଉପରୋକ୍ତ ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ।

ଏକ ଫଟୋ କିମ୍ୱା ଭିଡିଓକୁ ଏହାର ଅରିଜିନଲ୍‌ ତାରିଖ, ସମୟ କିମ୍ୱା ଲୋକେଶନ୍‌କୁ ରୀଭର୍ଟ୍ କରିବା ପାଇଁ, “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, “ତାରିଖ ଓ ସମୟ ଆଡ୍‌ଜଷ୍ଟ୍ କରନ୍ତୁ” କିମ୍ୱା “ଲୋକେଶନ୍ ଆଡ୍‌ଜଷ୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ରୀଭର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.