ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଓ୍ବନ୍-ଟାଇମ୍ ଯାଞ୍ଚକରଣ କୋଡ୍ ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ

କେତେକ ଓ୍ବେବ୍‌ସାଇଟ୍‌ ଏବଂ ଆପ୍ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ପ୍ରଦାନ କରେ (ବହୁସ୍ତରୀୟ ପ୍ରମାଣୀକରଣ ଭାବରେ ମଧ୍ଯ ଜଣାଶୁଣା), ଯାହା ଅନ୍ଯ ଲୋକମାନେ ଆପଣଙ୍କ ପାସ୍‌ୱର୍ଡ୍‌ ଜାଣିଥିଲେ ମଧ୍ଯ ସେମାନଙ୍କୁ ଆପଣଙ୍କ ଆକାଉଣ୍ଟ୍‌କୁ ଆକ୍ସେସ୍ କରିବାରେ ପ୍ରତିରୋଧ କରିବାରେ ସହାୟତା କରେ। ପାସ୍‌ୱର୍ଡ୍‌ ହେଉଛି ପ୍ରଥମ ପ୍ରମାଣୀକରଣ ସ୍ତର ଏବଂ ଅସ୍ଥାୟୀ, ଓ୍ବନ୍-ଟାଇମ୍ ଯାଞ୍ଚକରଣ କୋଡ୍ ସାଧାରଣତଃ ଦ୍ୱିତୀୟ ସ୍ତର ଅଟେ। iPad ଆପଣଙ୍କର SMS ମେସେଜ୍ କିମ୍ବା ଅତିରିକ୍ତ ଆପ୍ ଉପରେ ନିର୍ଭର ନକରି ସ୍ୱୟଂଚାଳିତ ଭାବରେ ଏହି ଭେରିଫିକେଶନ୍ କୋଡ୍ ତିଆରି କରିପାରିବ।

ଏକ QR କୋଡ୍ ସ୍କାନ୍ କରି ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ସ୍ୱୟଂଚାଳିତ ଯାଞ୍ଚକରଣ କୋଡ୍ ସେଟ୍ ଅପ୍ କରନ୍ତୁ

ଯଦି ଆପଣଙ୍କ ପାଖରେ ଏକ କମ୍ପ୍ଯୁଟର୍‌ କିମ୍ବା iPhone ପରି ସ୍କ୍ରୀନ୍‌ ସହିତ ଅନ୍ଯ ଏକ ଡିଭାଇସ୍ ଅଛି, ଆପଣ ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍‌ରୁ ଏକ QR କୋଡ୍ ଡିସ୍‌ପ୍ଲେ କରିବା ପାଇଁ ଏହାକୁ ବ୍ଯବହାର କରିପାରିବେ, ତା’ପରେ କୋଡ୍ ସ୍କାନ୍ କରିବାକୁ iPad କ୍ଯାମେରା ବ୍ଯବହାର କରନ୍ତୁ।

  1. ଆପଣଙ୍କ ଅନ୍ଯ ଡିଭାଇସ୍‌ରେ, ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ କ୍ଷେତ୍ରରେ ସାଇନ୍ ଇନ୍ କରନ୍ତୁ ଯେଉଁଠାରେ ଆପଣ ଆପଣଙ୍କ ଆକାଉଣ୍ଟ୍‌କୁ ପରିଚାଳନା କରନ୍ତି, ତା’ପରେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଏବଂ ଏକ ପ୍ରମାଣୀକରଣ ଆପ୍ ସକ୍ଷମ କରିବାକୁ ବିକଳ୍ପ ଚୟନ କରନ୍ତୁ।

    ଆପଣଙ୍କୁ ଏକ ପ୍ରମାଣୀକରଣ ଆପ୍ ସେଟ୍ ଅପ୍ କରିବାରେ ସହାୟତା କରିବା ପାଇଁ ଏକ QR କୋଡ୍ ଦେଖାଯାଉଛି।

  2. iPadରେ, QR କୋଡ୍ ସ୍କାନ୍ କରିବା ପାଇଁ କ୍ଯାମେରା ବ୍ଯବହାର କରନ୍ତୁ।

  3. iPadରେ, ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ଆକାଉଣ୍ଟ୍ ଚୟନ କରନ୍ତୁ।

    ୟୂଜର୍ ନେମ୍ ଏବଂ ପାସ୍‌ୱର୍ଡ୍‌ ଫୀଲ୍ଡ୍‌ ତଳେ ଏକ ଯାଞ୍ଚକରଣ କୋଡ୍ ଦେଖାଯାଏ।

  4. ଆପଣଙ୍କ ଅନ୍ଯ ଡିଭାଇସ୍‌ରେ, ଆପଣଙ୍କ iPadରେ ଦେଖାଯାଉଥିବା ଯାଞ୍ଚକରଣ କୋଡ୍ ଲେଖନ୍ତୁ।

ଏକ ସେଟ୍ଅପ୍ କୀ’ ଲେଖି ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ସ୍ୱୟଂଚାଳିତ ଯାଞ୍ଚକରଣ କୋଡ୍ ସେଟ୍ଅପ୍ କରନ୍ତୁ

ଯଦି ଆପଣ ଅନ୍ଯ ସ୍କ୍ରୀନ୍‌ରୁ ଏକ QR କୋଡ୍ ସ୍କାନ୍ କରିପାରିବେ ନାହିଁ, ତେବେ ଆପଣ ଏକ ସେଟ୍ଅପ୍ କୀ’ ମାନ୍ଯୁଅଲ୍‌ ଭାବରେ ଏଣ୍ଟର୍ କରିପାରିବେ।

  1. ୱେବସାଇଟ୍ କିମ୍ୱା ଆପ୍‌ର ସେହି କ୍ଷେତ୍ରରେ ସାଇନ୍ ଇନ୍ କରନ୍ତୁ ଯେଉଁଠାରେ ଆପଣ ନିଜ ଆକାଉଣ୍ଟ୍‌କୁ ପରିଚାଳନା କରନ୍ତି, ତା’ପରେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଏବଂ ଏକ ପ୍ରମାଣୀକରଣ ଆପ୍ ସକ୍ଷମ କରିବାକୁ ବିକଳ୍ପ ଚୟନ କରନ୍ତୁ।

  2. ଏକ ସେଟ୍ଅପ୍ କୀ’ (କିମ୍ବା ସେଟ୍ଅପ୍ କୋଡ୍ କିମ୍ବା ସେହିପରି) ମାନ୍ଯୁଅଲ୍‌ ଭାବେ ବ‍୍ୟବହାର କରିବା ପାଇଁ ବିକଳ୍ପ ବାଛନ୍ତୁ, ତା’ପରେ ସେଟ୍ଅପ୍ କୀ’ ଚୟନ କରି କପି କରନ୍ତୁ

  3. ଆପଣଙ୍କ iPadରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  4. “ସମସ୍ତ”ରେ ଟାପ୍ କରନ୍ତୁ, ତା’ପରେ ୱେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆକାଉଣ୍ଟ୍‌ରେ ଟାପ୍‌ କରନ୍ତୁ।

  5. “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “କୋଡ୍ ସେଟ୍ ଅପ୍ କରନ୍ତୁ”ରେ ଟାପ୍ କରନ୍ତୁ।

  6. ସେଟ୍ଅପ୍ କୀ’ ପାଇବା ପାଇଁ ୱେବ୍‌ସାଇଟ୍‌କୁ ଯାଆନ୍ତୁ, ପାସ୍‌ୱର୍ଡ୍‌ରେ ସେଟ୍ଅପ୍ କୀ’ଲେଖନ୍ତୁ, ତା’ପରେ “ସେଟ୍ଅପ୍ କୀ’ବ୍ଯବହାର କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ୱେବ୍‌ସାଇଟ୍‌ ଏକ QR କୋଡ୍ ପ୍ରଦାନ କରେ, ତେବେ ଆପଣ ଏହାକୁ ସ୍ପର୍ଶ କରି ହୋଲ୍ଡ୍ କରିପାରିବେ, ତା’ପରେ ସ୍ୱୟଂଚାଳିତ ଭାବରେ ଏହା କରିବା ପାଇଁ “ପାସ୍‌ୱର୍ଡ୍‌ରେ ଯାଞ୍ଚକରଣ ଯୋଡ଼ନ୍ତୁ” ଚୟନ କରନ୍ତୁ।

ଓ୍ବେବ୍‌ସାଇଟ୍‌ରେ କିମ୍ବା ଏକ ଆପ୍‌ରେ ଯାଞ୍ଚକରଣ କୋଡ୍ ବ୍ଯବହାର କରନ୍ତୁ

  1. ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍‌ରେ ସାଇନ୍ ଇନ୍ କରନ୍ତୁ।

  2. ଯଦି ଅନୁରୋଧ କରାଯାଏ, ଏକ ଅଥେଣ୍ଟିକେଟର୍ ଆପ୍ ବ‍୍ୟବହାର କରିବା ବିକଳ୍ପକୁ ଚୟନ କରନ୍ତୁ।

  3. ଯାଞ୍ଚକରଣ କୋଡ୍ ପାଇଁ କୁହାଯିବା ସମୟରେ, କୀ’ବୋର୍ଡ୍‌ ଉପରେ ଦେଖାଯାଉଥିବା ପରାମର୍ଶରେ ଟାପ୍ କରନ୍ତୁ।

    ଯଦି କୌଣସି ପରାମର୍ଶ ଦେଖାଯାଏ ନାହିଁ, ତେବେ ନିଜ iPadରେ ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ, ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ଆକାଉଣ୍ଟ୍‌କୁ ଚୟନ କରନ୍ତୁ, "ଯାଞ୍ଚକରଣ କୋଡ୍‌"ରେ ଟାପ୍‌ କରନ୍ତୁ, ତା’ପରେ “ଯାଞ୍ଚକରଣ କୋଡ୍ କପି କରନ୍ତୁ”ରେ ଟାପ୍‌ କରନ୍ତୁ। ଓ୍ବେବ୍‌ସାଇଟ୍ କିମ୍ବା ଆପ୍‌କୁ ଫେରନ୍ତୁ, ତା’ପରେ ଫିଲ୍ଡ୍‌ରେ ଯାଞ୍ଚକରଣ କୋଡ୍ ପେଷ୍ଟ୍ କରନ୍ତୁ

ଓ୍ବନ୍-ଟାଇମ୍ ଯାଞ୍ଚକରଣ କୋଡ୍ ସ୍ୱୟଂଚାଳିତ ଭାବରେ ଡିଲିଟ୍ କରନ୍ତୁ

ୱାନ୍ ଟାଇମ୍ ଯାଞ୍ଚକରଣ କୋଡ୍ ସ୍ବୟଂଚାଳିତ ଭାବରେ ପୂରଣ ହୁଏ, ତେଣୁ ଆପଣ ସାଇନ୍ ଇନ୍ କରୁଥିବା ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ଛାଡ଼ିବାର ଆବଶ୍ଯକତା ନାହିଁ। ଆପଣ ଯାଞ୍ଚକରଣ କୋଡ୍‌ଗୁଡ଼ିକୁ ଅଟୋଫିଲ୍ ମାଧ୍ଯମରେ ଏଣ୍ଟର୍ କରିବା ପରେ ସ୍ୱୟଂଚାଳିତ ଭାବରେ ଡିଲିଟ୍ କରିବା ପାଇଁ ବାଛିପାରିବେ କିମ୍ବା ସେଗୁଡ଼ିକୁ ନିଜ ପାଖରେ ରଖିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ସାଧାରଣରେ ଟାପ୍ କରନ୍ତୁ, ତା’ପରେ “ଅଟୋଫିଲ୍ ଓ ପାସ୍‌ୱର୍ଡ୍‌”ରେ ଟାପ୍ କରନ୍ତୁ।

  3. ଯାଞ୍ଚକରଣ କୋଡ୍ ଅଧୀନରେ, “ବ୍ଯବହାର କରିବା ପରେ ଡିଲିଟ୍ କରନ୍ତୁ”କୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.