iPad ରେ ଥିବା Mail ଆପ୍‌ରେ ଇମେଲ୍‌ରେ ସ୍ୱୟଂଚାଳିତ ଭାବରେ କାର୍ଯ‍୍ୟ ଲାଗୁ କରିବା ପାଇଁ iCloud Mail ନିୟମ ବ୍ୟବହାର କରନ୍ତୁ

ନୂଆ କିମ୍ବା ପୂର୍ବରୁ ପ୍ରାପ୍ତ ହୋଇଥିବା ଇମେଲ୍‌କୁ ସ୍ବୟଂଚାଳିତ ଭାବରେ ମୂଭ୍ କରିବା, ଡିଲିଟ୍ କରିବା, ଫର୍‌ୱର୍ଡ୍ କରିବା କିମ୍ବା ପଢ଼ାଯାଇଥିବା ଭାବରେ ଚିହ୍ନିତ କରିବା ପାଇଁ ଆପଣ ନିର୍ଦ୍ଦିଷ୍ଟ ମାପଦଣ୍ଡ ଆଧାରରେ ନିୟମ ତିଆରି କରିପାରିବେ। ଉଦାହରଣ ସ୍ବରୂପ, ଆପଣ ଏପରି ଏକ ନିୟମ ତିଆରି କରିପାରିବେ ଯାହା ଜଣେ ନିର୍ଦ୍ଦିଷ୍ଟ ପ୍ରେରକଙ୍କଠାରୁ ଆସୁଥିବା ଇମେଲ୍‌କୁ ଏକ ନିର୍ଦ୍ଦିଷ୍ଟ ଫୋଲ୍ଡର୍‌ରେ କ୍ରମବଦ୍ଧ କରିବ। ଆପଣ ଯେକୌଣସି ସମୟରେ ଏହି ନିୟମଗୁଡ଼ିକୁ ଏଡିଟ୍ ଓ ଡିଲିଟ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଇନ୍‌କମିଂ ଇମେଲ୍ ଉପରେ ନୂଆ କିମ୍ବା ପରିବର୍ତ୍ତିତ ନିୟମଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ 15 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିପାରେ।

ଏକ ନିୟମ ତିଆରି କରନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ iCloud ରେ ଟାପ୍ କରନ୍ତୁ।

  3. “iCloud ରେ ସେଭ୍ ହୋଇଛି” ନିମ୍ନରେ, Mail ରେ ଟାପ୍ କରନ୍ତୁ, iCloud Mail ନିୟମରେ ଟାପ୍ କରନ୍ତୁ, ତା’ପରେ “ନିୟମ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. ନୂଆ ନିୟମ ପାଇଁ ଏକ ନାମ ଲେଖନ୍ତୁ।

  5. ଆପଣ ପରିଚାଳନା କରିବାକୁ ଚାହୁଁଥିବା ଇମେଲ୍‌ର ପ୍ରକାର ନିର୍ଦ୍ଦିଷ୍ଟ କରିବା ପାଇଁ ମେସେଜ୍ ଓ ଟେକ୍ସ୍‌ଟ୍ ଫିଲ୍ଡ୍ ପାଖରେ ଥିବା ପପ୍-ଅପ୍ ମେନ୍ଯୂ ବ୍ଯବହାର କରନ୍ତୁ।

  6. ନିୟମ ପାଇଁ ଏକ କାର୍ଯ୍ୟ ନିର୍ଦ୍ଦିଷ୍ଟ କରିବାକୁ କାର୍ଯ୍ୟ ପାଖରେ ଥିବା ପପ୍-ଅପ୍ ମେନ‍୍ୟୂ ବ୍ଯବହାର କରନ୍ତୁ।

  7. “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଗୁରୁତ୍ବପୂର୍ଣ୍ଣ: ଯଦି ଆପଣ ଏକ ଫୋଲ୍ଡର୍‌ରେ ନିୟମ ଲାଗୁ କରନ୍ତି ଏବଂ ତା’ପରେ ଫୋଲ୍ଡର୍‌ ଡିଲିଟ୍ କରନ୍ତି କିମ୍ବା ଏହାର ନାମ ପରିବର୍ତ୍ତନ କରନ୍ତି, ତେବେ ସେହି ଅନୁଯାୟୀ ସେହି ଫୋଲ୍ଡର୍‌ ପାଇଁ ନିୟମ ଅପ୍‌ଡେଟ୍ କରିବାକୁ ନିଶ୍ଚିତ କରନ୍ତୁ। ଉଦାହରଣ ସ୍ବରୂପ, ଆପଣ ଏକ ଡିଲିଟ୍ ହୋଇଥିବା ଫୋଲ୍ଡର୍‌କୁ ଇମେଲ୍ ଫର୍‌ୱର୍ଡ୍‌ କରିପାରିବେ ନାହିଁ।

ଏକ ନିୟମ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ iCloud ରେ ଟାପ୍ କରନ୍ତୁ।

  3. “iCloud ରେ ସେଭ୍ ହୋଇଛି” ନିମ୍ନରେ, Mail ରେ ଟାପ୍ କରନ୍ତୁ, ତା’ପରେ iCloud Mail ନିୟମରେ ଟାପ୍ କରନ୍ତୁ।

  4. ଏକ ନିୟମରେ ଟାପ୍ କରନ୍ତୁ, ତା’ପରେ ପପ୍-ଅପ୍ ମେନ‍୍ୟୂ ଏବଂ ଟେକ୍ସ୍‌ଟ୍ ଫୀଲ୍ଡ୍‌ରେ ନୂଆ ସର୍ତ୍ତ ନିର୍ଦ୍ଦିଷ୍ଟ କରନ୍ତୁ।

  5. ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

ନିୟମଗୁଡ଼ିକୁ ପୁଣି କ୍ରମରେ ସଜାନ୍ତୁ

ଆପଣଙ୍କର ଏକାଧିକ ନିୟମ ଥିଲେ, ସେଗୁଡ଼ିକୁ ଲିଷ୍ଟ୍‌ରେ ଦେଖାଯାଉଥିବା କ୍ରମରେ ଲାଗୁ କରାଯାଏ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ iCloud ରେ ଟାପ୍ କରନ୍ତୁ।

  3. “iCloud ରେ ସେଭ୍ ହୋଇଛି” ନିମ୍ନରେ, Mail ରେ ଟାପ୍ କରନ୍ତୁ, ତା’ପରେ iCloud Mail ନିୟମରେ ଟାପ୍ କରନ୍ତୁ।

  4. “ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

  5. “ଗ୍ରାବ୍ କରନ୍ତୁ” ବଟନ୍ କୁ ଦବାଇ ହୋଲ୍ଡ୍ କରନ୍ତୁ, ତା’ପରେ ଲିଷ୍ଟ୍‌ରେ ଏକ ନିୟମକୁ ଉପରକୁ କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

  6. ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

ଏକ ନିୟମ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ iCloud ରେ ଟାପ୍ କରନ୍ତୁ।

  3. “iCloud ରେ ସେଭ୍ ହୋଇଛି” ନିମ୍ନରେ, Mail ରେ ଟାପ୍ କରନ୍ତୁ, ତା’ପରେ iCloud Mail ନିୟମରେ ଟାପ୍ କରନ୍ତୁ।

  4. “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ନିୟମ ପାଖରେ “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ଟ୍ରାଶ୍” ବଟନ୍‌ ରେ ଟାପ୍ କରନ୍ତୁ।

  5. ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.